Pratidin TV

Odisha's Digital News Platform

ଭାରତୀୟ ବାୟୁସେନାରୁ ଅବସର ନେବ,ମିଗ୍‌-୨୧ ଫାଇଟର ବିମାନ

1 min read

ନୂଆଦିଲ୍ଲୀ :୧୯୬୩ ମସିହାରେ ମିଗ୍ ଫାଇଟର ବିମାନ ବାୟୁସେନାରେ ସାମିଲ୍ ହୋଇଥିଲା । କିନ୍ତୁ ଅତ୍ୟାଧୁନିକ ଜ୍ଞାନକୌଶଳ ଅଭାବ ଯୋଗୁଁ ବାରମ୍ବାର ଏପରି ଦୁର୍ଘଟଣା ଗ୍ରସ୍ଥ ହେଉଛି । ରାଜସ୍ଥାନରେ ଗୁରୁବାର ଦିନ ରାତିରେ ମିଗ୍‌-୨୧ ଯୁଦ୍ଧ ବିମାନ ଦୁର୍ଘଟଣା ଗ୍ରସ୍ଥ ହୋଇ , ଭାରତୀୟ ବାୟୁ ସେନାର ୨ ଜଣ ପାଇଲଟଙ୍କ ଜୀବନ ଯାଇଛି । ଏନେଇ ବାୟୁସେନ ପକ୍ଷରୁ ଅପସାରଣ ପାଇଁ ନିଷ୍ପତ୍ତି ନିଆଯାଇଛି । ଫଳରେ ୨୦୨୫ ସୁଦ୍ଧା ମିଗ୍‌-୨୧ ଫାଇଟର ବିମାନକୁ ଅବସର ଦିଆଯିବ । ତେବେ ବାୟୁସେନାର ୪ଟି ସ୍କୃାଡ୍ରନ୍‌ରୁ ଅବସର ନେବ ମିଗ୍‌-୨୧ ।

ଆସନ୍ତା ସେପ୍ଟେମ୍ବରରୁ ଆରମ୍ଭ ହେବ ଏହି ଅପସାରଣ ପ୍ରକ୍ରିୟା । ପ୍ରଥମ ପର୍ଯ୍ୟାୟରେ ସେପ୍ଟମ୍ବର ୩୦ରେ ଗୋଟିଏ ବିମାନକୁ ଅବସର ଦିଆଯିବ ।ତେବେ ଶ୍ରୀନଗରେ ମୃତୟନ ମିଗ୍‌-୨୧ ବିମାନକୁ ସେବାରୁ ପ୍ରଥମେ ଅବ୍ୟହତି ଦିଆଯିବ । ଏହାପରେ ୩ ବର୍ଷ ମଧ୍ୟରେ ଆଉ ୩ଟି ମିଗ୍ ବିମାନକୁ ସେବାରୁ ଅବ୍ୟାହତି ଦିଆଯିବ ବୋଲି ସୂଚନା ଦେଇଛନ୍ତି ବାୟୁସେନା ମୁଖ୍ୟ ।

Leave a Reply

Your email address will not be published. Required fields are marked *