Pratidin TV

Odisha's Digital News Platform

ଚାଷ ଜମିରେ ହଠାତ୍ ଖସିଲା ଭାରତୀୟ ବାୟୁସେନାର ALH ଧ୍ରୂବ୍ ; ଭିତରେ ଥିଲେ ୬ ଯବାନ …..

1 min read

ଭୋପାଲ ; ଭାରତର ଆଡଭାନ୍ସ ହାଲକା ହେଲିକପ୍ଟର ALH ( advanced light helicopter) ଧ୍ରୁବ୍‌ର ତ୍ରୁଟିକୁ ନେଇ ଆଗରୁ ମଧ୍ୟ ଅନେକ ଖବର ସାମ୍ନାକୁ ଆସିଛି । କିନ୍ତୁ ଗତକାଲି ଏକ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଏଏଲଏଚ୍ ଧ୍ରୁବ୍‌ରେ ଥିବା ୬ ଜଣ ଯବାନ ।

ଖବର ଅନୁଯାୟୀ ଭୋପାଳ ଠାରୁ ପ୍ରାୟ ୬୦ କିଲୋମିଟର ଦୂର ଏକ କ୍ଷେତରେ ବୈଷୟିକ ତ୍ରୁଟି କାରଣରୁ ଜରୁରୀକାଳୀନ ଲ୍ୟାଣ୍ଡିଂ କରିଛି ବାୟୁସେନାର ଏହି ହେଲିକପ୍ଟର । ଜରୁରୀକାଳୀନ ଲ୍ୟାଣ୍ଡିଂ ବେଳେ ହେଲିକପ୍ଟରରେ ୬ ଜଣ ଯବାନ ରହିଥିଲେ। ତେବେ ସେମାନେ ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି ।

Advertisement

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ହେଲିକପ୍ଟର ଦୀର୍ଘ ସମୟ ଡ୍ୟାମ ଉପରେ ଘୂରି ବୁଲିବା ପରେ ଏଠାରେ ଲ୍ୟାଣ୍ଡିଂ କରିଥିଲା । ବର୍ତ୍ତମାନ ଏକ ଟିମ୍‌କୁ ଘଟଣଅ ସ୍ଥଳକୁ ପଢାଯାଇ ଧ୍ରୁବ୍‌ର ଯାଞ୍ଚ ଚାଲିଛି ।

Leave a Reply

Your email address will not be published. Required fields are marked *