Pratidin TV

Odisha's Digital News Platform

କ୍ରାସ୍ ହେଲା ଭାରତୀୟ ବାୟୁସେନା UAV ବିମାନ

1 min read

ଭାରତୀୟ ବାୟୁସେନା (IAF) UAV ବିମାନ ରାଜସ୍ଥାନର ଜୈସେଲମେର ଦୁର୍ଘଟଣାଗ୍ରସ୍ତ ହୋଇଛି। ଯାନ୍ତ୍ରିକ ତ୍ରୁଟି ହେତୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି | ଏହି ଦୁର୍ଘଟଣାରେ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ନାହିଁ |  ଏହି ଯୁଦ୍ଧ ବିମାନ ନିୟମିତ ଉଡାଣରେ ଥିଲା ସମୟରେ ଇଞ୍ଜିନ ଖରାପ ହେବା ଯୋଗୁଁ କ୍ରାସ୍ ହୋଇଥିଲା | ତେବେ ଏହି ଅଘଟଣାରେ ରାଜସ୍ଥାନ ଜୈସେଲମେର ଠାରୁ ପ୍ରାୟ ୨୫ କିଲୋମିଟର ଦୂର ପିଥାଲା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି।

ପ୍ରତିଦିନ ପରି ଆଜି ସାକଳୁ ମଧ୍ୟ ବାୟୁସେନାର ଟ୍ରେନିଂ ବିମାନଟି ଉଡାଣ ଭରିଥିଲା। କିନ୍ତୁ ପରେ ଏହା କ୍ରାସ୍‌ ହୋଇ ଯାଇଥିଲା। ଲ୍ୟାଣ୍ଡିଂ ହେବା ପୂର୍ବରୁ ତଳେ ବାଡେଇ ହୋଇ ଏଥିରେ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଅଗ୍ନିଶମ ବାହିନୀ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଖୁରୀ ପୁଲିସ ଷ୍ଟେସନ ଅଧିକାରୀ ପୋଲିସ ଫୋର୍ସ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ। ବାୟୁସେନା ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାର ଯାଞ୍ଚ ଚାଲିଛି। ସମଗ୍ର ଅଞ୍ଚଳକୁ ସିଲ୍ କରିଦିଆଯାଇଛି ।

ତେବେ ଅନ୍ୟପଟେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ମଧ୍ୟ ଏହି ଦୁର୍ଘଟଣା ସମ୍ପର୍କରେ ଭାରତୀୟ ବାୟୁସେନା ସୂଚନା ଦେଇଛି। ବାୟୁସେନାର ସୂଚନା ମୁତାବକ, ଦୁର୍ଘଟଣାଗ୍ରସ୍ତ ବିମାନଟି ଏକ ରିମୋଟ୍‌ରେ ସଂଚାଳିତ ବିମାନ ଥିଲା। ନିତ୍ୟ ବ୍ୟବହାର୍ଯ୍ୟ ଟ୍ରେନିଂ ଉଡ଼ାଣ ସମୟରେ ଏହା ଆଜି ଜୈସଲମେର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି। ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା ତାହା ଜାଣିବା ପାଇଁ ଏକ କୋର୍ଟ ଅଫ୍ ଇନକ୍ୱାରୀ ଗଠନ କରାଯାଇଛି।

Leave a Reply

Your email address will not be published. Required fields are marked *