Pratidin TV

Odisha's Digital News Platform

ଦୁର୍ଘଟଣାରୁ ବର୍ତ୍ତିଲା ବାୟୁସେନା ଲଢୁଆ ଆପାଚେ ହେଲିକପ୍ଟର

1 min read

ଲଦାଖରେ ହଠାତ ଏମରଜେନ୍ସିଂ ଲ୍ୟାଣ୍ଡିଂ କଲା ବାୟୁସେନାର ଆପାଚେ ହେଲିକପ୍ଟର | ଅପରେସନାଲ ଟ୍ରେନିଂ ସମୟରେ ବାୟୁସେନାର ଏହି ହେଲିକପ୍ଟରର ଜୁରୁରୀକାଳୀନ ଲ୍ୟାଣ୍ଡିଂ କରିବାକୁ ପଡିଥିବା ସୂଚନା ମିଳିଛି | ତେବେ ଏହା ଯୋଗୁଁ ଦୁର୍ଘଟଣାରୁ ବର୍ତ୍ତିଲା ହେଲିକପ୍ଟର | ଲଦାଖରେ କାର୍ଯ୍ୟକ୍ଷମ ତାଲିମ ସମୟରେ ଏପ୍ରିଲ ୩ ରେ ଆପାଚେ ହେଲିକପ୍ଟରର ଜରୁରୀକାଳୀନ ଅବତରଣ କରାଯାଇଥିଲା | ଅବତାରକାରୀମନ କହିଥିଲେ, ଭୂମି ଆବାଡ଼ ଖାବଡ଼ ଏବଂ ଅଧିକ ଉଚ୍ଚତା ଥିବା ଯୋଗୁଁ ଆପାଚେ ହେଲିକପ୍ଟର କ୍ଷତିଗ୍ରସ୍ଥ ହୋଇଥିଲା |

ତେବେ ଏହା ଲଦାଖ ଏରିୟା ଅଫ୍ ରେସ୍‌ପନ୍ସବିଲିଟି(AOR)ରେ ଏହି ଘଟଣା ଘଟିଥିଲା । ଟ୍ରେନିଂ ସମୟରେ ପାହାଡିଆ ଅଞ୍ଚଳ ଦେଇ ଗତି କରୁଥିବା ବେଳେ ହେଲିକପ୍ଟରକୁ କ୍ଷତି ପହଞ୍ଚିଥିଲା। ଏହାପରେ କୌଣସି ଅଘଟଣ ଘଟିବା ପୂର୍ବରୁ ଏହାକୁ ତୁରନ୍ତୁ ଲଦାଖରେ ଏମରଜେନ୍ସିଂ ଲ୍ୟାଣ୍ଡିଂ କରାଯାଇଥିଲା। ଏଥିରେ ଥିବା ଦୁଇ ଜଣ ପାଇଲଟ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ନେଇ ସୂଚନା ମିଳିଥିଲା |

Advertisement

ତେବେ ଏହି ଲଢୁଆ ବାୟୁସେନା ହେଲିକପ୍ଟରରେ ବିଭିନ୍ନ ପ୍ରକାର କ୍ଷମତା ରହିଛି | ଆଣ୍ଟି-ଟ୍ୟାଙ୍କ ଗାଇଡ୍ କ୍ଷେପଣାସ୍ତ୍ର, ଏୟାର-ଟୁ-ଏୟାର ମିସାଇଲ୍, ରକେଟ୍ ଏବଂ ଅନ୍ୟାନ୍ୟ ଗୁଳି ବିନିମୟ କରିବାର କ୍ଷମତା ରହିଛି। ୨୨ଟି ଆଡଭାନ୍ସ ହେଲିକପ୍ଟର ପାଇଁ ସେପ୍ଟେମ୍ବର ୨୦୧୫ରେ ଭାରତୀୟ ବାୟୁସେନା ଆମେରିକା ସହ ୧୩,୯୫୨ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷର କରିଥିଲା। ଏହା ବ୍ୟତୀତ ଭାରତୀୟ ସେନା ଫେବୃଆରୀ ୨୦୨୦ ରେ ହୋଇଥିବା ଏକ ଅନ୍ୟ ଚୁକ୍ତି ଅନୁଯାୟୀ ୬ଟି ଆପାଚେ ହେଲିକପ୍ଟର ପାଇବ, ଯାହାର ଦାମ୍ ୫,୬୯୧ କୋଟି ଟଙ୍କା ରହିଛି।

Leave a Reply

Your email address will not be published. Required fields are marked *