Pratidin TV

Odisha's Digital News Platform

ପ୍ୟାରିସ ଅଲମ୍ପିକ୍ସ ଉଦଘାଟନରେ ଉଡିଲା ତ୍ରିରଙ୍ଗା, କୁର୍ତ୍ତା, ଶାଢ଼ୀରେ ଭାରତୀୟ ଖେଳାଳିଙ୍କ ପ୍ୟାରେଡ଼

1 min read

ଝଲସିଲା ପ୍ୟାରିସ, ଚମକିଲା ପ୍ୟାରିସ୍। ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ବାଜିଲା ବିଶ୍ବ କ୍ରୀଡ଼ା ମହାକୁମ୍ଭର ବିଗୁଲ୍। ମହାସମାରୋହରେ ଆରମ୍ଭ ହେଲା ପ୍ୟାରିସ ଅଲିମ୍ପିକ୍ସ। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନଙ୍କ ବିଧିବଦ୍ଧ ଘୋଷଣା ପରେ ଆରମ୍ଭ ହୋଇଛି ପ୍ୟାରିସ୍ ଅଲିମ୍ପିକ୍ସ। ଝିପିଝିପି ବର୍ଷା ସତ୍ତ୍ୱେ ନଦୀତଟରେ ଏକାଠି ହୋଇଥିଲେ ଲକ୍ଷ ଲକ୍ଷ ସଂଖ୍ୟାରେ ଦର୍ଶକ । ୪ ଘଣ୍ଟା ଘରି ଚାଲିଥିଲା ଉଦଘାଟନୀ ସମାରୋହ । ଆକର୍ଷଣୀୟ ଆଲୋକ ଓ ଆତସବାଜି ସହ ଝଲସିଥିଲା ଆଇଫିଲ୍ ଟାୱାର । ଉଦଘାଟନୀ ସମାରୋହରେ ୬ ହଜାରରୁ ଅଧିକ ଖେଳାଳି ସାମିଲ ହୋଇଥିବା ବେଳେ, ଦର୍ଶକ ସଂଖ୍ୟା ୩ ଲକ୍ଷ ଟପିଥିବା ଖବର ପ୍ରକାଶ ପାଇଛି ।

ପ୍ୟାରିସ ଅଲମ୍ପିକ୍ସ ଉଦଘାଟନୀ ସମାରୋହରେ ଉଡ଼ିଲା ତ୍ରିରଙ୍ଗା। ଭାରତୀୟ କଣ୍ଟିନଜେଣ୍ଟର ନେତୃତ୍ୱ ନେଇ ଫ୍ଲାଗ୍ ବିୟରର୍ ସାଜିଲେ ବ୍ୟାଡମିଣ୍ଟନ ଷ୍ଟାର୍ ପି.ଭି. ସିନ୍ଧୁ ଓ ଟେବଲ୍ ଟେନିସ୍ ଲିଜେଣ୍ଡ୍ ଅଚନ୍ତା ଶରତ କମଳ। ତ୍ରିରଙ୍ଗା ଥିମ୍ କୁର୍ତ୍ତା ଓ ଶାଢ଼ୀରେ ନଜର ଆସିଲେ ଭାରତର ୭୮ ଖେଳାଳି।

Advertisement

ପ୍ୟାରିସ ମଝି ଦେଇ ବହିଥିବା ସେନ୍ ନଦୀରେ ନୌକାରେ ଦେଶମାନଙ୍କର ପରେଡ୍ ଅନୁଷ୍ଠିତ ହୋଇଥିଲା । ଭାରତୀୟ ଖେଳାଳି ଓ ଷ୍ଟାଫମାନେ ହାତରେ ତ୍ରିରଙ୍ଗା ଧରି ଏଥିରେ ହୋଇଥିଲେ ସାମିଲ । ତେବେ ଚଳିତଥର ଭାରତରୁ ଭାଗ ନେଉଛନ୍ତି ସର୍ବାଧିକ ୧୧୭ ଜଣିଆ କଣ୍ଟିନଜେଣ୍ଟ। ସେଥିରେ ୪୭ ଜଣ ମହିଳା ଓ ୭୦ ପୁରୁଷ କ୍ରୀଡ଼ାବିତ୍ ଅଛନ୍ତି । ଟ୍ରାକ୍ ଆଣ୍ଡ୍ ଫିଲ୍ଡରେ ସର୍ବାଧିକ ୨୯ ଜଣ ଏବଂ ସୁଟିଂରେ ୨୧ ଜଣ ପ୍ରତିଦ୍ୱନ୍ଦ୍ୱିତା କରିବେ।

Leave a Reply

Your email address will not be published. Required fields are marked *