ଆକାଉଣ୍ଟରୁ ୮୫ଲକ୍ଷ ଚଳୁ କରିଦେଲା ଇଣ୍ଡିଆନ ବ୍ୟାଙ୍କ୍ ।
1 min readକେନ୍ଦ୍ରାପଡ଼ା ; ବ୍ୟାଙ୍କରେ ଫିକ୍ସ ଡିପୋଜିଟ୍ କରିଥିଲେ । ହେଲେ ଟଙ୍କା ଉଠାଇବା ବେଳକୁ ଖାଲି ହୋଇଯାଇଥିଲା ଆକାଉଣ୍ଟ । କେନ୍ଦ୍ରାପଡା ଜିଲ୍ଲା ଆଳିର ସିଙ୍ଗିରିବଜ଼ାର ଠାରେ ଥିବା ଇଣ୍ଡିଆନ ବ୍ୟାଙ୍କ ଶାଖାରେ ଗ୍ରାହକମାନଙ୍କ ଅଜାଣତରେ ଲକ୍ଷ ଲକ୍ଷ ଟଙ୍କା ଉଠାଣ ହୋଇଥିବାର ଅଭିଯୋଗ ହୋଇଛି।
ଗ୍ରାହକ ମାନଙ୍କ ଆକାଉଣ୍ଟରୁ ୮୫ଲକ୍ଷ ଟଙ୍କା ହଡ଼ପ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ବନ୍ଧସାହି-ବିଲିକଣା ଗାଁର ସୁରେନ୍ଦ୍ର କୁମାର ନାୟକ ତାଙ୍କର ଏବଂ ପରିବାର ଲୋକଙ୍କ ନାଁରେ ଥିବା ୫ଟି ଆକାଉଣ୍ଟରୁ ୭୦ଲକ୍ଷ ଟଙ୍କା ହଡ଼ପ ହୋଇଥିବା ନେଇ ଆଳି ଥାନରେ ଗତ ୨୦ତାରିଖ ଦିନ ଅଭିଯୋଗ କରିଛନ୍ତି।
ଆକାଉଣ୍ଟରୁ ଟଙ୍କା ହଡ଼ପ ଘଟଣାରେ ବ୍ୟାଙ୍କ ପିଅନ,ବ୍ୟାଙ୍କଷ୍ଟାପ ଓ ପୂର୍ବତନ ଶାଖା ପରିଚାଳଙ୍କ ସମ୍ପୃକ୍ତି ଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଆଳି ଥାନାରେ ଏତଲା ହେବା ପରେ ବ୍ୟାଙ୍କର ପିଅନ,ବ୍ୟାଙ୍କଷ୍ଟାଫ, ଓ ପୂର୍ବତନ ଶାଖା ପରିଚାଳକଙ୍କ ନାଁରେ ପୋଲିସ ମାମଲା ରୁଜୁ କରିବା ସହିତ ବ୍ୟାଙ୍କର ପିଅନ ସତ୍ୟାନନ୍ଦ ଘଡାଇକୁ ଗିରଫ କରି କୋର୍ଟ ଚାଲାଣ କରିଛି।ହେଲେ ଗ୍ରାହକଙ୍କ ଜମାଖାତାରୁ ଟଙ୍କା ହଡ଼ପ ହେବା ତାଲିକା ଏବେ ଧୀରେ ଧୀରେ ବଢ଼ିବାରେ ଲାଗିଛି।।ହେଲେ ଏନେଇ ପୋଲିସର ପତିକ୍ରିୟା ମିଳିପାରିନାହିଁ।