Pratidin TV

Odisha's Digital News Platform

ଭାରତୀୟ ତଟରକ୍ଷୀ ବାହିନୀର ହେଲିକପ୍ଟର କ୍ରାସ୍ , ୨ କୋଷ୍ଟଗାର୍ଡଙ୍କ ସହ କ୍ରୁ ମେମ୍ବର ନିଖୋଜ୍ ।

ଭାରତୀୟ ତଟରକ୍ଷୀ ବାହିନୀର ହେଲିକପ୍ଟର କ୍ରାସ୍ । କୋଷ୍ଟଗାର୍ଡଙ୍କ ସହ ନିଖୋଜ ହେଲେ କ୍ରୁ ମେମ୍ବର । ଗୁଜରାଟ ପୋରବନ୍ଦର ଉପକୂଳ ଆରବ ସାଗରରେ ଜରୁରୀ ଅବତରଣ କରିବା ପରେ ଭାରତୀୟ ତଟରକ୍ଷୀ ବାହିନୀର ଧ୍ରୁବ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲିକପ୍ଟରରେ ୪ ଜଣ କ୍ରୁ ସଦସ୍ୟ ଥିଲେ। ଯେଉଥିରୁ ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟ ତିନି ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି । ନିଖୋଜଙ୍କ ମଧ୍ୟରେ ଦୁଇ ଜଣ ପାଇଲଟ ଓ ଜଣେ ଡାଇଭର ଅଛନ୍ତି।

ସୂଚନା ଅନୁଯାୟୀ ଗୁଜରାଟରେ ବନ୍ୟା ଯୋଗୁ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ଓ ରିଲିଫ କାର୍ଯ୍ୟାରେ ନିୟୋଜିତ ଥିଲା ଏହି ଧ୍ରୁବ୍ ହେଲିକପ୍ଟର । ସୋମବାର ଏହା ରାତିରେ ୧୧ଟାରେ ପୋରବନ୍ଦର ନିକଟ ଆରବ ସାଗରରେ ହେଲିକପ୍ଟରଟି ଏମରଜେନ୍ସି ଲ୍ୟାଣ୍ଡିଂ କରିଥିଲା। ଏହାପରେ ଏଥିରେ ଦୁର୍ଘଟଣା ଘଟିଛି। ବିମାନର ଭଗ୍ନାବଶେଷ ମଧ୍ୟ ସେଠାରେ ପଡିଥିବା ଦେଖିବାକୁ ମିଳିଛି।

ଏମାନଙ୍କୁ ଉଦ୍ଧାର ପାଇଁ ଜୋରଦାର ସର୍ଚ୍ଚ ଅପରେସନ୍ ଜାରି ହୋଇଥିଲା। ସର୍ଚ୍ଚ ଅପରେସନ୍ ପାଇଁ କୋଷ୍ଟଗାର୍ଡ ପକ୍ଷରୁ ୪ଟି ଜାହାଜ ଏବଂ ଦୁଇଟି ବିମାନ ନିୟୋଜିତ କରାଯାଇଛି।

Leave a Reply

Your email address will not be published. Required fields are marked *