ମଝି ସମୁଦ୍ରରେ ଫସିଥିଲେ ଯୁବକ , ଉଦ୍ଧାର କଲା ଭାରତୀୟ ତଟରକ୍ଷୀ ବାହିନୀ..
1 min readମଝି ସମୁଦ୍ରରେ ଏକ ବଡ ଧରଣର ଉଦ୍ଧାର କାର୍ଯ୍ୟ କରି ଯୁବକଙ୍କ ଜୀବନ ବଞ୍ଚାଇଲା ଭାରତୀୟ ତଟରକ୍ଷୀ ବାହିନୀ। ଗୁଜୁରାଟ ଉପକୂଳରୁ ସମୁଦ୍ରରୁ ଉଦ୍ଧାର ହେଲେ ଯୁବକ । ଏକେ ଭସେଲ ଜାହାଜରେ ଅସୁସ୍ଥ କର୍ମଚାରୀଙ୍କୁ ଉଦ୍ଧାର କରିଛି ଭାରତୀୟ ତଟରକ୍ଷୀ ବାହିନୀ । ମିଳିଥିବା ସୂଚନା ଅନୁସାରେ, ଆରବ ସାଗର ମଝିରେ କର୍ମଚାରୀ ଜଣକ ଅସୁସ୍ଥ ହୋଇପଡ଼ିଥିବା ସମ୍ପର୍କରେ କୋଷ୍ଟଗାର୍ଡକୁ ସୂଚନା ମିଳିଥିଲା । ଏହି ଖବର ମିଳିବା ପରେ ଆକ୍ସନ ମୋଡକୁ ଆସିଥିଲା ଭାରତୀୟ ତଟରକ୍ଷୀ ବାହିନୀ । ଏହାପରେ ଆରମ୍ଭ କରିଥିଲେ ରେସକ୍ୟୁ ଅପରେସନ । ଯୁବକଙ୍କୁ ଉଦ୍ଧାର ପାଇଁ ମୁତୟନ ହୋଇଥିଲା ହେଲିକପ୍ଟର ।
ପାଗ ଅନୁକୂଳ ନଥିଲେ ମଧ୍ୟ ହେଲିକପ୍ଟର ଯୋଗେ ଅସୁସ୍ଥ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି । ପ୍ରବଳ ପବନ ସାଙ୍ଗକୁ ସମୁଦ୍ରରେ ଦୃଶ୍ୟମାନ ଦୂରତା ୧୦୦ ମିଟରରୁ ମଧ୍ୟ କମ ରହିଥିଲା । ଏଭଳି ସ୍ଥିତିରେ ମଧ୍ୟ ସମୁଦ୍ର ମଧ୍ୟରୁ ଅସୁସ୍ଥଙ୍କୁ ଉଦ୍ଧାର କରିଛି ଭାରତୀୟ ତଟରକ୍ଷୀ ବାହିନୀ । ପୋରବନ୍ଦରଠାରୁ ପ୍ରାୟ ୨୦ କିଲୋମିଟର ସମୁଦ୍ର ମଧ୍ୟରୁ ତାଙ୍କୁ ଉଦ୍ଧାର କରାଯାଇଛି । ଯୁବକ ଜଣକ ଅଚେତ ହୋଇପଡିଥିଲେ । ତାଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା । ରୋଗୀର ଅବସ୍ଥା ସ୍ଥିର ହେବା ପରେ ତାଙ୍କୁ ସ୍ଥାନୀୟ ଏଜେନ୍ସିକୁ ହସ୍ତାନ୍ତର କରାଯାଇଥିଲା।