Pratidin TV

Odisha's Digital News Platform

ଭାରତୀୟ ତଟରକ୍ଷୀ ବାହିନୀର କମାଲ, ସମୁଦ୍ର ଗର୍ଭରୁ ବଞ୍ଚାଇଲେ ୧୧ଟି ମୂଲ୍ୟବାନ ଜୀବନ

1 min read

ସମୁଦ୍ର ଗର୍ଭରୁ ଟାଣିଲେ ୧୧ଟି ଜୀବନ | ଭାରତୀୟ ତଟରକ୍ଷୀ ବାହିନୀର ଏପରି କମାଲ ଶୁଣି ସମସ୍ତେ ହେଲେ ଆଶ୍ଚର୍ଯ୍ୟ | ସମୁଦ୍ର ଗର୍ଭରେ ବୁଡ଼ିଯାଉଥିବା ସମୟରେ ଉଦ୍ଧାର ହେଲେ ୧୧ଟି ଜୀବନ | ତେବେ ରବିବାର ବିଳମ୍ବିତ ରାତିରେ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ସ୍ୱତନ୍ତ୍ର ରେସକ୍ୟୁ ଅପରେସନରେ ବୁଡ଼ିଯାଉଥିବା ସମସ୍ତ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି |

ସୂଚନା ଅନୁଯାୟୀ, କୋଲକାତା ପୋର୍ଟ ଅଭିମୁଖେ ଯାଉଥିବା MBITT ପୁମା ନାମକ ଜାହାଜ ମଝି ସମୁଦ୍ରରେ ବୁଡିଯାଇଥିଲା | ସାଗର ଦ୍ବୀପରୁ ସମୁଦ୍ର ମଧ୍ୟରେ ୯0 ନାଟିକାଲ ମାଇଲ ଦୂରରେ ଏହି ଘଟଣା ଘଟିଥିଲା | ସଙ୍ଗେ ସଙ୍ଗେ ଭାରତୀୟ ତଟରକ୍ଷୀ ବାହିନୀ ଜାହାଜ ସାରଙ୍ଗ ଏକ ସିଜି ଡାନିଅର ବିମାନ ସହିତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ |ତେବେ ଏହି ସମୟରେ ବୁଡ଼ିଯାଉଥିବା ଜାହାଜରେ ୧୧ ଜଣ ଯାତ୍ରୀ ଥିଲେ | ଭାରତୀୟ ତଟରକ୍ଷୀ ବାହିନୀମାନେ ଅଶାନ୍ତ ସମୁଦ୍ର ମଧ୍ୟରେ ଅକ୍ଲାନ୍ତ ପରଶ୍ରମ କରି ସମସ୍ତ ୧୧ ଜଣ ଯାତ୍ରୀଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି |

Advertisement

Leave a Reply

Your email address will not be published. Required fields are marked *