Pratidin TV

Odisha's Digital News Platform

ଅଲଗା ହେଲେ ଶିଖର ଧାୱନ – ଆୟେଶା ; ପୁଅକୁ ନେଇ କୋର୍ଟ ଶୁଣାଇଲା ଏପରି ରାୟ ….

1 min read

ନୂଆଦିଲ୍ଲୀ ; ଭାରତୀୟ ଦଳର ଷ୍ଟାର କ୍ରିକେଟର ଶିଖି ଧାୱନଙ୍କୁ ସାମ୍ନାକୁ ଆସିଲା ବଡ ଖବର । ଦୀର୍ଘ ଦିନ ଧରି କୋର୍ଟରେ ଚାଲୁଥିବା ଛାଡପତ୍ର ମାମଲାର ଶେଷରେ ଶୁଣାନି ହୋଇଛି । ଶିଖର ଧୱନ ପତ୍ନୀଙ୍କ ବିରୋଧରେ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ ରେ କରିଥିବା ଛାଡପତ୍ର ମାମଲାରେ ଶୁଣାନି ହୋଇଛି । ଫ୍ୟାମିଲି କୋର୍ଟ ଶିଖରଙ୍କ ଛାଡପତ୍ରକୁ ମଞ୍ଜୁର ଦେଇଛି । ପରିବାର ଅଦାଲତର ବିଚାରପତି ଜଷ୍ଟିସ୍ ହରିଶ କୁମାର ଛାଡ଼ପତ୍ର ଆବେଦନକୁ ଗ୍ରହଣ କରିଛନ୍ତି । ଶୁଣାଣି ବେଳେ ଧୱନ ଆଣିଥିବା ଅଭିଯୋଗକୁ ପତ୍ନୀ ଆୟେଶା ବିରୋଧ କରି ନଥିଲେ । ଏପରିକି ନିଜକୁ ବଞ୍ଚାଇବାରେ ବିଫଳ ହୋଇଥିଲେ ।

କୋର୍ଟଙ୍କ ଅନୁସାରେ, ଧୱନଙ୍କୁ ଏକମାତ୍ର ପୁଅ ଠାରୁ ଅଲଗା ରହିବା ଲାଗି ବାଧ୍ୟ କରି ମାନସିକ ପୀଡ଼ା ଦେଉଥିଲେ ଆୟେଶା ।
କିନ୍ତୁ ବର୍ତ୍ତମାନ କୋର୍ଟର ରାୟ ଅନୁଯାୟୀ ଶିଖର ଭାରତ ଓ ଅଷ୍ଟ୍ରେଲିଆରେ ନିର୍ଦ୍ଦିଷ୍ଟ ଅବଧିରେ କଲରେ ପୁଅକୁ ଭେଟିବା ସହ କଥା ହୋଇ ପାରିବେ । ଏହା ଛଡା ପୁଅର ସ୍କୁଲ ଛୁଟି ସମୟରେ ଶିଖର ତାଙ୍କ ସହ ସମୟ ବିତାଇବା ସହ ରହିପାରିବେ ।

Advertisement

ଖବର ଅନୁଯାୟୀ ଶିଖର ଧାୱନ ଆୟେଶା ମୁଖାର୍ଜୀଙ୍କୁ ୨୦୧୨ରେ ବିବାହ କରିଥିଲେ । ଧୱନଙ୍କ ଠାରୁ ୧୦ ବର୍ଷ ବଡ଼ ଆୟେଶା , ଉଭୟଙ୍କ ସମ୍ପର୍କ ଫେସବୁକ୍ ବନ୍ଧୁତାରୁ ଆରମ୍ଭ ହୋଇଥିଲା । ଫେସବୁକରୁ ପ୍ରେମ ପରେ ବିବାହ କରିଥିଲେ । ତେବେ ଅୟେଶାଙ୍କ ଏହା ୨ୟ ବିବାହ ଥିଲା କାରଣ ଶିଖରଙ୍କ ପୂର୍ବରୁ ଆୟେଶା ଅଷ୍ଟ୍ରେଲିଆର ଜଣେ ବିଜନେସ୍ ମ୍ୟାନଙ୍କୁ ବିବାହ କରିଥିଲେ । ତାଙ୍କର ପୂର୍ବ ସ୍ୱାମୀଙ୍କ ସହ ୨ ଝିଅ ଅଛନ୍ତି ।

ଅନ୍ୟପଟେ ଇଣ୍ଡିଆ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ୍ ଶିଖର ଧୱନ ଦୀର୍ଘ ସମୟରୁ ଦଳରୁ ବାହାରେ ଅଛନ୍ତି । ତାଙ୍କ ବିଶ୍ୱକପ୍ ଟିମରେ ବି ସ୍ଥାନ ମିଳିନାହିଁ ।

Leave a Reply

Your email address will not be published. Required fields are marked *