ଆପଣ ଜାଣନ୍ତି କି ବର୍ଷକୁ କେତେ ରୋଜଗାର କରନ୍ତି ଭାରତୀୟ କ୍ରିକେଟର…
1 min readଫାଇନାଲ୍ରେ ଭାରତକୁ ପରାସ୍ତ କରି ଷଷ୍ଠ ଥର ବିଶ୍ୱକପ୍ ଚାମ୍ପିୟାନ ହୋଇଛି ଅଷ୍ଟ୍ରେଲିଆ । ମ୍ୟାଚ ଜିତି ବିଶ୍ୱକପ ହାତେଇବା ବିଶ୍ୱକପ ଚାମ୍ପିୟାନ ଦଳକୁ ୩୩ କୋଟି ଟଙ୍କା ଦିଆଯାଇଛି । ଅନ୍ୟପକ୍ଷରେ ଟିମ୍ ଇଣ୍ଡିଆ ମଧ୍ୟ ରନର୍ସ ଭାବେ ୧୬ କୋଟି ଟଙ୍କା ପାଇଛି ବୋଲି ଆଇସିସି ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଥିଲା । କିନ୍ତୁ ଆପଣ ମାନେ ଜାଣନ୍ତି କି ଭାରତ ଏବଂ ଅଷ୍ଟ୍ରେଲିଆର କ୍ରିକେଟରଙ୍କ ଦରମାକେତେ?ସମସ୍ତେ ଜାଣିବାକୁ ଚାହାନ୍ତି କି କେଉଁଦଳର କ୍ରକେଟର କେତେ ଦରମା ପାଇଥାନ୍ତି । ତେବେ ପ୍ରଥମେ ଆସନ୍ତୁ ଜାଣିବା ଯେ ଅଷ୍ଟ୍ରେଲିଆ ଦଳର କେଉଁ କ୍ରିକେଟର କେତେ ଦରମା ।
ବିଶ୍ୱକପ ବିଜେତା ଅଷ୍ଟ୍ରେଲିଆ ଖେଳାଳିଙ୍କ ଦରମା ।
ଅଷ୍ଟ୍ରେଲିଆର ଚୁକ୍ତିନାମା ଅନୁଯାୟୀ, ଡେଭିଡ ୱାର୍ଣ୍ଣର, ଗ୍ଲେନ ମ୍ୟାକ୍ସୱେଲ, ଷ୍ଟିଭ ସ୍ମିଥଙ୍କ ପରି ଅଷ୍ଟ୍ରେଲୀୟ କ୍ରିକେଟରମାନେ ପ୍ରତିବର୍ଷ ୨ କୋଟି ୯୦ ଲକ୍ଷ ଟଙ୍କା ପାଇଥାନ୍ତି । ଏହା ବ୍ୟତୀତ ଟ୍ରାଭିସ୍ ହେଡ୍, ଉସମାନ ଖାୱାଜା, ମାର୍କସ ଷ୍ଟୋଇନିସ୍, ଆଲେକ୍ସ ଓ ଜୋସ ହାଜଲେଉଡଙ୍କ ଭଳି ଖେଳାଳିମାନେ ବାର୍ଷିକ ୨ କୋଟି ୩୧ ଲକ୍ଷ ପାଇଥାନ୍ତି । ସବୁଠାରୁ ଅଧିକ ଦରମା ପାଇଁଥାନ୍ତି କ୍ୟାପଟେନ୍ ପ୍ୟାଟ୍ କମିନ୍ସ । ସେ ବାର୍ଷିକ ୬ କୋଟି ୨୪ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ତେବେ ଅଷ୍ଟ୍ରେଲୀୟ ଖେଳାଳିମାନେ ଗୋଟିଏ ଟି -୨୦ ମ୍ୟାଚ୍ ଖେଳିବା ପାଇଁ ପାରିଶ୍ରମିକ ଭାବରେ ୮ ଲକ୍ଷ ୩୨ ହଜାର ଟଙ୍କା ପାଇଥାନ୍ତି । ଏବଂ ଗୋଟିଏ ଓଡିଆଇ ମ୍ୟାଚ୍ ପାଇଁ ୧୨ ଲକ୍ଷ ୫୦ ହଜାର ପାଇଥାନ୍ତି ।
ତେବେ ବର୍ତ୍ତମାନ ଚାଲନ୍ତୁ ଜାଣିବା ଭାରତୀୟ ଖେଳାଳିଙ୍କ ଦରମା ।
ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟତୀତ ଗ୍ରେଡ୍ ଏ ପ୍ଲସ୍ ଖେଳାଳି ଯେପରି ବିରାଟ କୋହଲି, ରବିନ୍ଦ୍ର ଜାଡେଜା ଓ ଜସପ୍ରୀତ ବୁମ୍ରା ଖେଳାଳିମାନେ ବିସିସିଆଇରୁ ବାର୍ଷିକ ୫ କୋଟି ଟଙ୍କା ପାଇଥାନ୍ତି । ବିସିସିଆଇ ଗ୍ରେଡ୍-ବି ଚୁକ୍ତିଭିତ୍ତିକ ଖେଳାଳିଙ୍କୁ ବର୍ଷକୁ ୩ କୋଟି ଟଙ୍କା ପ୍ରଦାନ କରେ । ଏହା ବ୍ୟତୀତ ଗ୍ରେଡ୍-ସି ଖେଳାଳିମାନେ ବାର୍ଷିକ ୧ କୋଟି ଟଙ୍କା ପାଆନ୍ତି । ଏହାବ୍ୟତୀତ ଭାରତୀୟ ଖେଳାଳିମାନେ ଟେଷ୍ଟ ମ୍ୟାଚ୍ ଖେଳିବା ପାଇଁ ପାରିଶ୍ରମିକ ଭାବରେ ୧୫ ଲକ୍ଷ ଟଙ୍କା ପାଇଥାନ୍ତି । ଟିମ୍ ଇଣ୍ଡିଆ ଖେଳାଳିମାନେ ଗୋଟେ ଓଡିଆଇ ମ୍ୟାଚ୍ ପାଇଁ ୬ ଲକ୍ଷ ଓ ଟି -୨୦ ମ୍ୟାଚ୍ ପାଇଁ ୩ ଲକ୍ଷ ଟଙ୍କା ପାଇଥାନ୍ତି ।