କିଏ ସେହି ଖେଳାଳି ଯାହାର ଜର୍ସି ନଂ ୭୭ ଅଟେ? ବର୍ତ୍ତମାନ ସେ ବିଶ୍ୱକପରେ ଦେଖାଉଛି ଦମ୍..
1 min readକ୍ରିକେଟରେ ପ୍ରତ୍ୟେକ ଖେଳାଳିଙ୍କ ରହିଛି ଭିନ୍ନ ଭିନ୍ନ ନଂ । ନିଜ ଜର୍ସିରେ ପଛରେ ଲେଖା ରହିଥାଏ ଏକ ନମ୍ବର ଏହାକୁ ଆପଣ ମାନେ ସମସ୍ତେ ଦେଖିଥିବେ । ତେବେ କାହିଁକି ଏହି ନମ୍ବର ଦିଆଯାଇ ଥାଏ । ଏବଂ କିଭଳି ଭାବେ ଏହି ନମ୍ବରକୁ ଚୟନ କରାଯାଇଥାଏ ଆପଣମାନେ ଜାଣିଛନ୍ତି କି?
ଏହି ଜର୍ସି ପଛରେ ଲେଖାଇଯାଇଥିବା ନମ୍ବରକୁ ଦେଖି ଫ୍ୟାନ୍ସ ନିଜ ଖେଳାଳିଙ୍କୁ ପଛରୁ ମଧ୍ୟ ଚିହ୍ନି ପାରି ଥାନ୍ତି । ଏଇ ଯେମିତି ମହେନ୍ଦ୍ର ସିଂହ ଧୋନି ତାଙ୍କ ଜର୍ସିି ନଂ ୭ ଅଟେ ସେ ସବୁ ବେଳେ ମୈଦାନକୁ ଓହ୍ଲାଇବା ବେଳେ ୭ନଂର ଜର୍ସିି ପିନ୍ଧଥିବା ଆପଣମାନେ ଦେଖିଥିବେ । କ୍ରୀଡା ଜଗତରେ ସମସ୍ତ କ୍ରୀଡାବିତଙ୍କ ଜର୍ସିି ପଛରେ ଲେଖା ରହିଥାଏ ଏକ ନମ୍ବର ଯାହା ତାଙ୍କ ନା ବ୍ୟତୀତ ତାଙ୍କର ପରିଚୟ ଦେଇଥାଏ । ତେବେ ଆଜି ଆମେ ଏଭଳି ଜଣେ ଖେଳାଳିଙ୍କ ବିଷୟରେ କହିବୁ ଯାହାର ଜର୍ସି ନଂ ରହିଛି ୭୭ ।
ଆଜ୍ଞା ହଁ ଭାରତୀୟ କ୍ରିଡାରେ ସେ ଜଣେ ଚର୍ଚ୍ଚିତ ଚେହେରା ।ସାରା ଦେଶ ତାଙ୍କୁ ଭାରତର ପ୍ରିନ୍ସ ବୋଲି କହିଥାନ୍ତି । ଏବଂ ବର୍ତ୍ତମାନ ବିଶ୍ୱକପରେ ସେ ଦମଦାର ଫର୍ମମାନ୍ସ ଦେଖିବାକୁ ମିଳୁଛି । ସେ ଆଉ କେହି ନୁହେଁ ସେ ହେଉଛନ୍ତି ଶୁବମନ ଗୀଲ । ଆଜ୍ଞା ହଁ ଶୁବମନଙ୍କ ଜର୍ସି ନମ୍ବର ୭୭ ଅଟେ । ତେବେ ସେ ଏହି ନ୍ମବର କାହିଁକି ଚୟନ କରିଥିଲେ ଏନେଇ ବିଶ୍ୱକପରେ ସେ ମୁହଁ ଖୋଲିଥିଲେ । ସେ କହିଥିଲେ ଯେତେବେଳେ ସେ ଅଣ୍ଡର ୧୯ରେ ଖେଳୁଥିଲେ ସେତେବେଳେ ସେ ୭ନମ୍ବର ଜର୍ସି ଚାହୁଁଥିଲେ କିନ୍ତୁ ତାଙ୍କୁ ସେହି ନମ୍ବର ଜର୍ସିି ମିଳି ପାରିନଥିଲା । ତାଙ୍କର ଲକି ନମ୍ବର ହେଉଛି ୭ । ତେବେ ୭ ନମ୍ବର ଜର୍ସି ନ ମିଳିବାରୁ ସେ ୭୭ ନଂ ଜର୍ସିି ପିନ୍ଧିବାକୁ ନିଷ୍ପତ୍ତି ନେଇଥିଲେ ।