Pratidin TV

Odisha's Digital News Platform

ବିଦେଶୀଙ୍କ ପସନ୍ଦ ଭାରତୀୟ ଖାଦ୍ୟ, ବିଶ୍ୱର ଶ୍ରେଷ୍ଠ ୧୦୦ରେ ୧୧ତମ ସ୍ଥାନରେ ଭାରତୀୟ ବ୍ୟଞ୍ଜନ..

1 min read

ସାରାବିଶ୍ୱରେ ଭାରତୀୟଙ୍କ ଖାଦ୍ୟ ସର୍ବଦା ନିଆରା ଅଟେ । ପରମ୍ପରା ଏବଂ ପର୍ବପର୍ବାଣୀ ଅନୁସାରେ ଖାଦ୍ୟ ମଧ୍ୟ ଅଲଗା ଅଲଗା ରହିଥାଏ । ଆଜିକାଲି ବିଶ୍ୱର କୋଣ ଅନୁକୋଣରେ ମିଳୁଛି ଭାରତୀୟ ଖାଦ୍ୟ । ଯାହାର କାରଣ ହେଉଛି ଭାରତୀୟ ଖାଦ୍ୟ ଅନେକ ବିଦେଶକଙ୍କ ହୃଦୟଙ୍କ ମନକୁ ଛୁଇଁଛି । ଆମିଷ ହେଉ ନିରାମିଷ ପ୍ରତ୍ୟେକ ଭାରତୀୟ ସବୁବେଳେ କିଛି ଭିନ୍ନ ଏବଂ ସ୍ୱାଦ୍ଖ୍ମୃ ଖାଦ୍ୟ ପ୍ରସ୍ତୁତ କରିବାକୁ ଚାହିଁଥାନ୍ତି । ଭାରତୀୟ ରୋଷେଇ ଘରେ ଭରି ରହିଥାଏ ତେଲ ମସଲା ସାମଗ୍ରୀ । ତେବେ ଭାରତୀୟଙ୍କ ପାଇଁ ଆସିଛି ଖୁସିର ଖବର । ପ୍ରତ୍ୟେକ ବର୍ଷ ଖାଦ୍ୟ ରେଟିଂ ଏଜେନ୍ସି ଟେଷ୍ଟଆଟଲାସ ବାର୍ଷିକ ଆୱାର୍ଡ ପ୍ରଦାନ କରିଥାଏ । ଆଉ ଚଳିତ ବର୍ଷର ମଧ୍ୟ ଏହି ଆୱାର୍ଡ ପାଇଁ ତାଲିକା ପ୍ରକାଶ ପାଇସାରିଛି । ଦୁନିଆର ୧୦୦ ଶ୍ରେଷ୍ଠ ବ୍ୟଞ୍ଜନ ତାଲିକାର ୧୧ ତମ ସ୍ଥାନରେ ଭାରତର ବ୍ୟଞ୍ଜନ । କ୍ରୋଏସିଆ ଆଧାରିତ ଖାଦ୍ୟ ରେଟିଂ ଏଜେନ୍ସି ଟେଷ୍ଟଆଟାଲାସ୍ ଏହାର ଟେଷ୍ଟଆଟଲାସ୍ ଆୱାର୍ଡ୍ସ ୨୦୨୩-୨୪ ତାଲିକା ଜାରି କରିଛି । ଡିସେମ୍ବର ୧୨ରେ ରିଲିଜ ହୋଇଥିବା ଏହି ତାଲିକାରେ ୧୧ ତମ ସ୍ଥାନରେ ରହିଛି ଭାରତ ।

ତେବେ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛି ଇଟାଲୀର ବ୍ୟଞ୍ଜନ । ତା’ପଛକୁ ଜାପାନ ଏବଂ ଗ୍ରୀସ୍ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି । ସେହିଭଳି ପର୍ତ୍ତୁଗାଲ ଚତୁର୍ଥ, ଚୀନ ପଞ୍ଚମ, ଇଣ୍ଡୋନେସିଆ ଷଷ୍ଠ, ମେକ୍ସିକୋ ସପ୍ତମ, ଫ୍ରାନ୍ସ ଅଷ୍ଟ, ସ୍ପେନ ନବମ ଏବଂ ପେରୁ ୧୦ମ ସ୍ଥାନରେ ରହିଛନ୍ତି । ସେହିଭଳି ଟେଷ୍ଟ ଆଟାଲସ ୧୦୦ ଶ୍ରେଷ୍ଠ ସୁସ୍ୱାଦୁ ଖାଦ୍ୟ ମଧ୍ୟରେ ସପ୍ତମ ସ୍ଥାନରେ ଭାରତର ବଟର ନାନ୍ ଗାର୍ଲିକ୍ ରହିଛି । ବ୍ରାଜିଲ୍‌ର ପିକାନା, ମାଲେସିଆର ରୋଟି କେନାଇ ଏବଂ ଥାଇଲାଣ୍ଡର ଫାତ୍ କ୍ରାଫରାଓ ଯଥାକ୍ରମରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି ।

Advertisement

ସେହିଭଳି ଭାରତର ମୁର୍ଗ ମଖାନୀ (୪୩) ଏବଂ ଚିକେନ୍ ଟିକ୍କା (୪୭) ତମ ସ୍ଥାନରେ ଅଛନ୍ତି । ପୂର୍ବରୁ ଟେଷ୍ଟଆଟଲାସ୍ ଦୁନିଆର ୧୫୦ ଶ୍ରେଷ୍ଠ ରେଷ୍ଟୁରାଣ୍ଟର ତାଲିକା ମଧ୍ୟ ଜାରି କରିଥିଲା । ଯେଉଁଥିରେ ଭାରତର ସାତଟି ଶ୍ରେଷ୍ଠ ରେଷ୍ଟୁରାଣ୍ଟ ରହିଥିଲା । ବିଶ୍ୱର ସବୁଠାରୁ ପ୍ରତିଷ୍ଠିତ ଆଓ୍‌କ୍ରିମ ସ୍ପଟ ତାଲିକାରେ ବେଙ୍ଗାଲୁରୁର କର୍ଣ୍ଣର ହାଉସ, ମାଙ୍ଗୁଲୁରୁର ପାବସ, ମୁମ୍ବାଇର ଆପ୍ପରା, କେ ରୁସ୍ତମ ଆଣ୍ଡ କମ୍ପାନୀ ଏବଂ ନାଚୁରାଲ୍ସର ନାମ ସ୍ଥାନ ପାଇଛି ।


ଶାକାହାରୀ ବ୍ୟଞ୍ଜନରେ ଏହି ସବୁ ରହିଛି ସାମିଲ:
ଚଳିତ ବର୍ଷ ସବୋତ୍ତମ ପାରମ୍ପାରିକ ଶାକାହାରୀ ଖାଦ୍ୟର ତାଲିକ ମଧ୍ୟ ପ୍ରକାଶ କରିଛି । ଏହି ତାଲିକାରେ ମହାରାଷ୍ଟ୍ରର ପ୍ରସିଦ୍ଧ ମିଶାଲ ପାଓ ଏକାଦଶ ସ୍ଥାନରେ ରହିଛି । ତେବେ ଶାକାହାରୀ ଶ୍ରେଷ୍ଠ ତାଲିକାରେ କେବଳ ଏହି ଗୋଟିଏ ଖାଦ୍ୟ ନୁହେଁ ଅନେକ ଓଡିଆ ଖାଦ୍ୟ ସ୍ଥାନ ପାଇଛି । ଆଳୁ କୋବି ତରକାରୀ, ରାଜମା ,କୋବିମଞ୍ଚୁରିଆନ ଏବଂ ରାଜମା ଚାୱଲ ରହିଛି ।

Leave a Reply

Your email address will not be published. Required fields are marked *