Pratidin TV

Odisha's Digital News Platform

ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଜିତିବା ପରେ ବିରାଟଙ୍କୁ ମିଳିଲା ସ୍ୱର୍ଣ୍ଣ ପଦକ, ଖୁସିରେ ନାଚିଲେ ସବୁ..

1 min read

ବିରାଟ କୋହଲିଙ୍କୁ ମିଳିଲା ସ୍ୱର୍ଣ୍ଣ ପଦକ । ବିଶ୍ୱକପର ପ୍ରଥମ ମ୍ୟାଚରୁ କୋହଲି ଏହି ପଦକ ପାଇଛନ୍ତି । ଭାରତର ପ୍ରଥମ ଖେଳାଳି ଭାବେ ଚଳିତ ୱାର୍ଲ୍ଡ କପ ଆରମ୍ଭରୁ ତାଙ୍କୁ ସ୍ୱର୍ଣ୍ଣ ପଦକ ମିଳିଛି । ନିଜର ଦମଦାର ବ୍ୟାଟିଂ ଏବଂ ଫିଲ୍ଡିଂ ପାଇଁ ତାଙ୍କୁ ଏହି ପଦକରେ ସମ୍ମାନୀତ କରାଯାଇଛି । ତେବେ ଭାରତୀୟ ଖେଳାଳିଙ୍କ କୋଚ ରାହୁଲ ଦ୍ରାବିଡଙ୍କ ସମେତ ଭାରତୀୟଙ୍କ ଖେଳାଳିଙ୍କ ଉପସ୍ଥିତିରେ କୋହଲିଙ୍କ ବେକ ରେ ଏହି ସ୍ୱର୍ଣ୍ଣ ପଦକ ପିନ୍ଧା ଯାଇଥିଲା । ଦିନିକିଆ ବିଶ୍ୱକପରେ ଭାରତ ତାର ଅଭିଯାନ ଆରମ୍ଭ କରି ସାରିଛି । ଅଷ୍ଟ୍ରେଲିଆ ବିପକ୍ଷରେ ଗତକାଲି ଚେନ୍ନାଇରେ ଖେଳା ଯାଇଥିବା ମ୍ୟାଚରେ ଭାରତ ବାଜି ମାରି ନିଜ ଅଭିଯାନ ଆରମ୍ଭ କରି ଦେଇଛି । ଭାରତ ବିଜୟର ଶ୍ରେୟ ବିରାଟ କୋହଲି ଏବଂ କେଏଲ ରାହୁଲଙ୍କୁ ଦିଆଯାଇଛି । କାରଣ ଭାରତ ପକ୍ଷରୁ ବିରାଟ ୮୫ରନ କରିଥିବା ବେଳେ ରାହୁଲ ୯୭ରନ ସଂଗ୍ରହ କରିଥିଲେ । ୨ଜଣଙ୍କଦମଦାର ବ୍ୟାଟିଂ ଫଳରେ ଭାରତ ସଫଳ ହୋଇଥିଲା । ରାହୁଲଙ୍କ ଜବରଦସ୍ତ ବ୍ୟାଟିଂ ଯୋଗୁଁ ତାଙ୍କୁ ପ୍ଲେୟର ଅଫ ଦି ମ୍ୟାଚରରେ ସମ୍ମାନୀତ କରାଯାଇଥିଲ ।

ତେବେ ଖେଳ ସରିବା ପରେ ଭାରତୀୟ ଖେଳାଳିଙ୍କ ଡ୍ରେସିଂଗ ରୁମରେ ଜିତିବା ଖୁସିରେ କୋଚ ଏବଂ ଆସିଷ୍ଟାଣ୍ଡ ସପୋର୍ଟ ଷ୍ଟାଫ ଖେଳାଳିଙ୍କୁ ଡେସିଂ ଫର୍ମ ରେ ସମ୍ମାନୀତ କରିଥିଲେ । ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ମ୍ୟାଚ ବେଳେ କରିଥିବା ଦମଦାର ବ୍ୟାଟିଂ ଏବଂ ଫିଲ୍ଡିଂ ପାଇଁ ସ୍ୱର୍ଣ୍ଣ ପଦକ ଦିଆଯାଇଥିଲ । ଯାହାର ଏକ ଭିଡିଓ ବିସିସିଆଇ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛି । ବିରାଟ ସ୍ୱର୍ଣ୍ଣ ପଦକ ପାଇବା ପରେ କିଭଳି ଖୁସି ଥିଲେ ସେୟାର ହୋଇଥିବା ଏହି ଭିଡିଓରେ ନଜର ଆସୁଛି ।

Advertisement

Leave a Reply

Your email address will not be published. Required fields are marked *