Pratidin TV

Odisha's Digital News Platform

ଅଶୋଧିତ ତେଲ ଦର ବୃଦ୍ଧିରେ ଚାପଗ୍ରସ୍ତ ହେବେ ସରକାର ଓ ଦେଶର ଆର୍ଥିକ ସ୍ଥିତି…

1 min read


ଭୁବନେଶ୍ୱର: ବିଶ୍ୱ ବଜାରରେ ମହଙ୍ଗା ହେଉଛି ଅଶୋଧିତ ତେଲ ଦର । ଦିନକୁ ଦିନ ଅହେତୁକ ମାତ୍ରାରେ ଅଶୋଧିତ ତେଲ ଦର ବଢୁଥିବା ନେଇ ଅସନ୍ତୁଷ୍ଟ ହେଉଛନ୍ତି ସାଧାରଣ ଜନତା । କାରଣ ଯାନ ବାହନ ଚଳାଚଳ ବୃଦ୍ଧି ପାଉଥିବାରୁ ଅଶୋଧିତ ତେଲର ଚାହିଦା ବୃଦ୍ଧି ପାଇବା ସଂଙ୍ଗେ ସଂଙ୍ଗେ ଏହା ଦର ମଧ୍ୟ ଆକାଶ ଛୁଆଁ ହୋଇଛି । ଆଉ ଏହାରି ମଧ୍ୟରେ ବଜାରରେ ତେଲ ଦର ବ୍ୟାରେଲ ପିଛା ପାଖାପାଖି ୧୦୦ ଡଲାରରେ ପହଞ୍ଚିଛି । କିନ୍ତୁ ତେଲ କମିବା ନେଇ କୈାଣସି ସଂଙ୍କେତ ମିଳୁନାହିଁ । ଅନ୍ତର୍ଜାତୀୟ ଆର୍ଥିକ ସେବା ପ୍ରଦାନକାରୀ କମ୍ପାନୀ ଜେଫେରିଜ୍ କହିଛି ଯେ, ବିଶ୍ୱ ବଜାରରେ ତେଲ ଦର ବୃଦ୍ଧି ଯୋଗୁଁ ଭାରତୀୟ ଅର୍ଥନୀତି ଉପରେ ଆର୍ଥିକ ଚାପ ପକାଉଛି । ତେବେ ଆଗାମୀ ଦିନରେ ଭାରତର ଅନେକ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି । ଏବଂ ୨୦୨୪ରେ ସାଧାରଣ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ । ଏଭଳି ପରିସ୍ଥିତିରେ ତେଲ ଦର ଶହେ ଡଲାର ଛୁଇଁଲେ ଦେଶର ଅର୍ଥନିତୀ ଉପରେ ଏକ ବଡ଼ ପ୍ରଭାବ ପକାଇପାରେ । ଆଉ ଏଥିପାଇଁ ସେୟାର ବଜାରରେ ମଧ୍ୟ ଅନିଶ୍ଚିତତା ବଢ଼ିବ । ଏପରିକିି ସାମାଜିକ କ୍ଷେତ୍ରରେ ବ୍ୟୟ ବଢ଼ାଇବା ସରକାରଙ୍କ ପାଇଁ କଷ୍ଟକର ହେବ । ଏସବୁ ହେଲେ ଆଗାମୀ ଦିନରେ ଭାରତୀୟ ଅର୍ଥନୀତି ଚାପଗ୍ରସ୍ତ ହେବ ବୋଲି କୁହାଯାଇଛି ।


ରିପୋର୍ଟରେ କୁହାଯାଇଛି ଯେ ବିଗତ କିଛି ମାସ ହେବ ସେୟାର ବଜାରରେ ଉତ୍ସାହ ପରେ, ସେୟାରଗୁଡିକ ମହଙ୍ଗା ହୋଇଯାଇଛି । ଏହାକୁ ଦୃଷ୍ଟିରେ ରଖି ବିଶେଷଜ୍ଞ ମାନେ ଆକଳନ କରିଛନ୍ତି ଯେ, ନିକଟ ଭବିଷ୍ୟତରେ ଭାରତୀୟ ବଜାରରେ ଅନିଶ୍ଚିତତା ବଢ଼ିପାରେ । ତେବେ ବିଶ୍ୱ ବଜାରରେ ତୈଳ ଦର ବୃଦ୍ଧି ଏବଂ ଆସନ୍ତା ମାସରେ ଦେଶରେ ହେଉଥିବା ନିର୍ବାଚନର ଉତ୍ସାହ ଭାରତର ଆର୍ଥିକ ସ୍ଥିତି ଉପରେ ଚାପ ବଢ଼ାଇପାରେ ବୋଲି ରିପୋର୍ଟରେ କୁହାଯାଇଛି । ଅନ୍ୟପଟେ ସାଉଦି ଆରବ ଏବଂ ଋଷ ଭଳି ଦେଶରେ ତୈଳ ଉତ୍ପାଦନ ହ୍ରାସ ପାଉଥିବା ବେଳେ , ଆନ୍ତର୍ଜାତୀୟ ବଜାରରେ ମଧ୍ୟ ତୈଳ ଯୋଗାଣ ହ୍ରାସ ପାଇଛି । ଅଗଷ୍ଟ ୨୧ ରେ ତୈଳ ଦର ବ୍ୟାରେଲ ପିଛା ୮୩ ଡଲାର ରହିଥିଲା, ଯାହା ବର୍ତ୍ତମାନ ପ୍ରାୟ ୧୪.୫ ପ୍ରତିଶତ ବୃଦ୍ଧି ପାଇଛି । ତେଲ ଦର ବୃଦ୍ଧି ମଧ୍ୟ ଟଙ୍କାର ବିନିମୟ ମୂଲ୍ୟ ଉପରେ ପ୍ରଭାବ ପକାଇବ । ସେପଟେ ନିର୍ବାଚନ ପାଖେଇ ଆସୁଥିବାରୁ ସାମାଜିକ କ୍ଷେତ୍ରରେ ଖର୍ଚ୍ଚ ବଢ଼ାଇବା ନେଇ ସରକାରଙ୍କ ଉପରେ ଚାପ ବଢ଼ିପାରେ ବୋଲି ଅନୁମାନ କରାଯାଉଛି।

Advertisement

Leave a Reply

Your email address will not be published. Required fields are marked *