Pratidin TV

Odisha's Digital News Platform

ଇସ୍ରୋଏଲରେ ଫସିଛନ୍ତି ଶହ ଶହ ଭାରତୀୟ, ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ..

1 min read

ତୀବ୍ର ହେଉଛି ଇସ୍ରାଏଲ-ପାଲେଷ୍ଟାଇନ ବିବାଦ । ପାଲେଷ୍ଟାଇନର ଆତଙ୍କବାଦୀ ଗୋଷ୍ଠୀ ହମାସର ଆକ୍ରମଣ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଯୁଦ୍ଧ ଘୋଷଣା କରିଥିଲେ । ଏହି ଯୁଦ୍ଧରେ ପାଖାପାଖି ଉଭୟ ପାଶ୍ୱର୍ରୁ ୧୧୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇ ସାରିଲାଣି । ଏଥିରେ ଇସ୍ରାଏଲର ୪୪ରୁ ଅଧିକ ସୈନିକ ଥିବାବେଳେ ୭୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ତେବେ ଇସ୍ରାଏଲରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ଏବେ ମୁଖ୍ୟ ପ୍ରସଙ୍ଗ ରହିଛିି । ଇସ୍ରାଏଲରେ ୧୮ ହଜାରରୁ ଅଧିକ ଭାରତୀୟ ଛାତ୍ର ଏବଂ ନାଗରିକ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର ଲାଗି ବୈଦେଶିକ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି । ଭାରତୀୟ ଦୂତାବାସ ପକ୍ଷରୁ ଭାରତୀୟ ନାଗରିକମାନଙ୍କୁ ସତର୍କ ରହିବାକୁ ସୂଚନା ଦିଆଯାଇଛି । । ଜରୁରିକାଳୀନ ପରିସ୍ଥିତିରେ ସିଧାସଳଖ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଛି ।ଭାରତୀୟଙ୍କୁ ଫେରାଇ ଆଣିବାକୁ ଉଦ୍ୟମ କରାଯାଉଥିବା ଭାରତୀୟ ବୈଦେଶିକ ବିଭାଗ ପକ୍ଷରୁ କୁହାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପିଏମଓ କାର୍ଯ୍ୟାଳୟ ଭାରତୀୟଙ୍କ ଉଦ୍ଧାର ନେଇ କାର୍ଯ୍ୟର ତଦାରଖ କରୁଛନ୍ତି । ଭାରତୀୟ ଛାତ୍ରଙ୍କୁ ଇସ୍ରାଏଲରୁ ଫେରାଇ ଆଣିବାକୁ ଉଦ୍ୟମ ଜାରି ରହିଛି ବୋଲି କହିଛନ୍ତି ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ମିନାକ୍ଷୀ ଲେଖରାଜ ।

Advertisement

Leave a Reply

Your email address will not be published. Required fields are marked *