Pratidin TV

Odisha's Digital News Platform

ଭାରତ ଦେଲା ଗ୍ରୀନ ସିଗନାଲ୍‌,ବିଶ୍ୱକପ ୨୦୨୩ ପାଇଁ ବାବର ଆଜାମଙ୍କ ଟିମ ଆସିବ ଇଣ୍ଡିଆ

1 min read

ପାକିସ୍ତାନ ପ୍ରେମୀଙ୍କୁ ମିଳିଲା ଖୁସିର ଖବର । ବିଶ୍ୱକପ ପାଇଁ ପାକିସ୍ତାନର ସବୁ ଦ୍ୱନ୍ଦ ଏବେ ଦୂର ହୋଇଛି । କାରଣ ଦିନିକିଆ ବିଶ୍ୱକପ ୨୦୨୩ ପାଇଁ ପାକସ୍ତାନର ଭିସା ସାଜିଥିଲା କଣ୍ଟା । ଭାରତ ଗସ୍ତ ନେଇ ପାକିସ୍ତାନ ଓ ଆଫଗାନିସ୍ତାନ ଟିମକୁ ମିଳି ନଥିଲା ଭିସା । ଯାହାଫଳରେ ପାକିସ୍ତାନକୁ ଭାରତ ଭିସା ନ ମିଳିବାରୁ କ୍ରିକେଟ ଫ୍ୟାନ୍ସ ଚିନ୍ତାରେ ରହିଥିଲେ । ଆଉ ଏବେ ସରକାର ଭିସା ପ୍ରଦାନ କରିବା ପରେ ଖୁସି ହୋଇଛନ୍ତି ପାକିସ୍ତାନ ପ୍ରେମୀ । ତେବେ ଭିସା ମିଳିବାରୁ ଆସନ୍ତା ୨୭ରେ ହାଇଦ୍ରାବାଦ ଆସି ପହଞ୍ଚିବ ବାବରଙ୍କ ଟିମ । ଏହାପରେ ୨୯ ସେପ୍ଟେମ୍ବରେ ଏକ ୱାର୍ମ ଅପ ମ୍ୟାଚ ଖେଳିବ ପାକିସ୍ତାନ । ତାପରେ ସିଧା ଯାଇ ଅକ୍ଟୋବର ୬ରେ ବିଶ୍ୱକପ ପାଇଁ ନେଦରଲ୍ୟାଣ୍ଡ ସହ ମୁହାଁମୁହିଁ ହେବ । ଭାରତୀୟ ଭିସା ମିଳିବାରେ ବିଳମ୍ବ ହେବାରୁ ପିସିବି ଅତ୍ୟନ୍ତ ଅସନ୍ତୁଷ୍ଟ ରହିଛି ।


ସୂଚନାଅନୁଯାୟୀ , ବିଶ୍ୱକପ ୨୦୨୩ ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଯାଉଛି । ଏହା ଫାଇନାଲ ଅକ୍ଟୋବର ୧୯ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଅକ୍ଟୋବର ୧୪ରେ ଭାରତ -ପାକିସ୍ତାନ ମଧ୍ୟରେ ପୁଣି ଏକ ହାଇ ଭୋଲଟେଜ ମ୍ୟାଚ ଦେଖିବାକୁ ମିଳି ।

Advertisement

ପାକିସ୍ତାନ ଟିମ ସମସ୍ତ କେଳାଳିଙ୍କୁ ନେଇ ପ୍ରି ୱାର୍ଲ୍ଡକପ କ୍ୟାମ୍ପ ପାଇଁ ଦୁବାଇ ଯାତ୍ରା କରି ଥାନ୍ତି ଏହାପରେ ସେଠାରୁ ସିଧାସଳଖ ଭାରତ ଆସିଥାନ୍ତା କିନ୍ତୁ ଭିସା ମିଳିବାରେ ବିଳମ୍ବ ହେବା ହେତୁ ପାକିସ୍ତାନକୁ ଏହି ପ୍ଲାନ ବାତିଲ କରିବାକୁ ପଡିଛି । ବର୍ତ୍ତମାନ ସିଧାସଳଖ ପାକିସ୍ତାନରୁ ଭାରତ ଆସିବ ଦଳ ।

Leave a Reply

Your email address will not be published. Required fields are marked *