Pratidin TV

Odisha's Digital News Platform

Indian Idol 13 ବିଜେତା ଋଷି ସିଂ ; ବାପା ମାଁଙ୍କ ପାଳିତ ପୁଅ ହୋଇ ଏପରି ବଦଳାଇଲେ ଜୀବନ ..

1 min read

ମୁମ୍ବାଇ : ବାପା ମାଙ୍କ ନାଁ ରଖିଲା ପାଳିତ ପୁଅ । ଜନ୍ମକରି ପର କରି ଦେଇଥିଲେ ବାପାମା ରାସ୍ତାରୁ ଆଣି ଷ୍ଟେଜ୍‌ରେ ପହଂଚାଇଲେ ପାଳିତ ବାପାମା ଜିତିଲେ Indian Idol 13 ଟାଇଟଲ ପାଇଲେ ୨୫ ଲକ୍ଷ ।

ଅଯୋଧ୍ୟାର ଋଷି ସିଂ ସୋନି ଟିଭିର ଗୀତ ରିଆଲିଟି ସୋ ଇଣ୍ଡିଆନ୍ ଆଇଡଲ୍ ସିଜନ୍ ୧୩ ର ବିଜେତା ହୋଇଛନ୍ତି । ଜନସାଧାରଣଙ୍କ ସର୍ବାଧିକ ଭୋଟ୍ ପାଇ ଋଷି ଶୋ’ର ଟ୍ରଫି ଏବଂ ୨୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଜିତିଛନ୍ତି। ଋଷି ଜନ୍ମରୁ ଇଣ୍ଡିଆନ୍ ଆଇଡଲ୍ ପର୍ଯ୍ୟନ୍ତ ପହଞ୍ଚିବା ଏତେ ସହଜ ନଥିଲା । ଋଷି ଉତ୍ତରପ୍ରଦେଶର ଅଯୋଧ୍ୟା ସହରର ବାସିନ୍ଦା ଅଟନ୍ତି। ଏହି ଶୋ’ରେ ଋଷି ଇଣ୍ଡିଆନ୍ ଆଇଡଲ୍ ସେଟରେ ନିଜ ପରଫୋମାନ୍ସ କରିବା ପରେ ତାଙ୍କ ଜୀବନ ବିଷୟରେ ଏକ ବଡ଼ ଖୁଲାସା କରିଥିଲେ। ଋଷ କହିଥିଲେ ଯେ ସେ ତାଙ୍କ ପିତାମାତାଙ୍କ ପ୍ରକୃତ ପୁଅ ନୁହଁନ୍ତି। ଇଣ୍ଡିଆନ୍ ଆଇଡଲ ଥିଏଟର ରାଉଣ୍ଡ ପରେ ଘରେ ପହଞ୍ଚିବା ପରେ ଋଷି ଜାଣିବାକୁ ପାଇଲେ ଯେ ତାଙ୍କ ପିତାମାତା ତାଙ୍କୁ ଏତେ ବର୍ଷଧରି ଏକ ବଡ କଥା ଲୁଚାଇ ରଖିଥିଲେ । ତାହାଥିଲା ଋଷି ତାଙ୍କ ପିତାମାତାଙ୍କ ପାଳିତ ପୁଅ ।

ଏସବୁ ଷ୍ଟେଜ୍‌ରେ କହିବା ସମୟରେ ଭାବପ୍ରବଣ ହୋଇଯାଇଥିଲେ ଋଷି ଏବଂ ତାଙ୍କ ବାପାମାଁ । ଆଉ କହିଥିଲେ ଯଦି ମୁଁ ସେମାନଙ୍କ ସହିତ ନ ଥା’ନ୍ତି, ତେବେ ମୁଁ ଆଜି ଏହି ପର୍ଯ୍ୟାୟରେ ପହଞ୍ଚି ପାରି ନ ଥା’ନ୍ତି । ମୁଁ ଜୀବନରେ କେତେ ଭୁଲ କରିଛି । ସେହି ସମସ୍ତ ଭୁଲ ପାଇଁ ମୁଁ ମୋର ପିତାମାତାଙ୍କୁ କ୍ଷମା ମାଗିବାକୁ ଚାହେଁ । ମୁଁ ଭଗବାନଙ୍କୁ ପାଇଛି ନଚେତ୍ ଆଜି ମୁଁ କେଉଁଠି କେଉଁ ଅବସ୍ଥାରେ ଥାନ୍ତି ତାହା ମୁଁ ନିଜେ ମଧ୍ୟ ଭାବିପାରିନାହିଁ । ମୁଁ ଜାଣେ ନାହିଁ ମୁଁ କେଉଁଠାରେ ରହିବି । କିନ୍ତୁ ଯଦି ମୁଁ ତାଙ୍କ ସହିତ ନ ଥା’ନ୍ତି, ମୁଁ କେବେବି ଏହି ପର୍ଯ୍ୟାୟରେ ପହଞ୍ଚି ନ ଥା’ନ୍ତି ।

Leave a Reply

Your email address will not be published. Required fields are marked *