Pratidin TV

Odisha's Digital News Platform

ବୈଭବ ଗୁପ୍ତା ହେଲେ ଇଣ୍ଡିଆନ ଆଇଡୋଲ ୧୪ର ବିଜେତା….. କହିଲେ ଏଣିକି ବଲିଉଡରେ ଏଣ୍ଟ୍ରି କରିବାର ଇଚ୍ଛା

1 min read

ଇଣ୍ଡିଆନ ଆଇଡୋଲ ୧୪ ର ବିଜେତା ହୋଇଛନ୍ତ୍ତି ବୈଭବ ଗୁପ୍ତା | ସୋନି ଟିଭିର ବହୁତ ପ୍ରସିଦ୍ଧ ଲୋକପ୍ରିୟ ରିଆଲିଟି ଶୋ ଇଣ୍ଡିଆନ ଆଇଡୋଲ ୧୪ ରେ ନିଜର କମାଲ ଦେଖାଇଛନ୍ତି ବୈଭବ | ଏହି ଶୋଟି ଶ୍ରେୟା ଘୋଷାଲା, ବିଶାଲ ଦାଦଲାନି, କୁମାର ଶାନୁଙ୍କ ଦ୍ୱାରା ଆୟୋଜିତ ଏହି ଶୋ ହେଉଛି ଲୋକମାନଙ୍କର ସବୁଠାରୁ ପ୍ରିୟ ଶୋ | ଏଠାରୁ ସାରା ଦେଶରୁ ବହୁ ନିଜ କଳା ନେଇ ଆସିଥାନ୍ତି | ଏବଂ ସେଥିମଧ୍ୟରୁ ଜଣେ ହୁଅନ୍ତି ବିଜେତା | ଦୀର୍ଘ ୭ ମାସ ଧରି ଚାଲିଥିବା ଏହି ଇଣ୍ଡିଆନ ଆଇଡୋଲ ୧୪ ଶୋରେ ବିଜେତା ପରିଶେଷରେ ମିଳିସାରିଛି |

ତେବେ ଇଣ୍ଡିଆନ ଆଇଡୋଲ ୧୪ ଶୋରେ କାନପୁରର ବୈଭବ ଗୁପ୍ତା ଟାଇଟେଲ ଜିତିଛନ୍ତି | ଟପ ପାଞ୍ଚ ପ୍ରତିଯୋଗୀ ମଧ୍ୟରୁ ନିଜ ନାଁ ଲେଖି ଦେଇଛନ୍ତି ଶୋର ବିଜେତା ତାଲିକାରେ | ଟ୍ରଫି ସହ ୨୫ ଲକ୍ଷ ହାତେଇଛନ୍ତି ବୈଭବ | ବିଜେତା ହେବାପରେ ବୈଭବ ଖୁସିବ୍ୟକ୍ତ କରି ତାଙ୍କ ଉପରେ ଭରୋସା ରଖିଥିବା ସମସ୍ତ ପ୍ରଶଂସକଙ୍କ ଧନ୍ୟବାଦ ଜଣାଇଛନ୍ତି | ବୈଭବ ଏହା ପୂର୍ବରୁ ଭଏସ ଅଫ କାନପୁର ୨୦୧୩ ରେ ମଧ୍ୟ ବିଜେତା ପ୍ରଥମରୁ ହୋଇସାରିଛନ୍ତ୍ତି | ପିଲାଦିନରୁ ଗାୟକ ହେବାର ସ୍ୱପ୍ନ ସାକାର କରିଛନ୍ତ୍ତି | ଏଣିକି ତାଙ୍କର ବଲିଉଡରେ ଏଣ୍ଟ୍ରି ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ବୈଭବ

Advertisement

ତେବେ ବାକୁ ୪ ଫାଇନାଲିଷ୍ଟ ମଧ୍ୟରୁ ଶୁଭଦୀପ ଦାସ ଚୌଧରୀ ପ୍ରଥମ ଏବଂ ପିୟୁଷ ପନୱାରଙ୍କୁ ୨ୟ ଏବଂ ୩ୟ ରନର୍ସ ଅପ ଘୋଷଣା କରାଯାଇଛି | ପ୍ରଥମ ଓ ଦ୍ୱିତୀୟ ରନର୍ସଅପଙ୍କୁ ୫ ଲକ୍ଷ ପ୍ରଦାନ କରାଯାଇଛି | ଏବଂ ୩ୟ ରନର୍ସପଙ୍କୁ ମିଳିଛି ୩ଲକ୍ଷ ମିଲିଛି | ଏବଂ ଅନ୍ୟ ଦୁଇ ଫାଇନାଲିଷ୍ଟ ହାଇଥିଲେ ଅଞ୍ଜନା ପଦ୍ମନାଭନ ଓ ଆଦିତ୍ୟ ମିଶ୍ର |

Leave a Reply

Your email address will not be published. Required fields are marked *