Pratidin TV

Odisha's Digital News Platform

ସମୁଦ୍ରର ନୂଆ ପ୍ରହରୀ ଆଇଏନଏସ ଇମ୍ଫାଲ,ପାକିସ୍ତାନ କୁ କରିବ ସାବଡ଼..

1 min read

ସଶକ୍ତ ହେଲା ଭାରତୀୟ ନୌସେନା । ରେକାରଣ ଆଜି ନୌସେନାରେ ସାମିଲ ହୋଇଛି ନୂଆ ଯୁଦ୍ଧପୋତ ଆଇଏନଏସ ଇମ୍ଫାଲ । ମୁମ୍ବାଇ ଡକୟାର୍କରେ ପହଞ୍ଚି ରକ୍ଷାମନ୍ତ୍ରୀ ରାଜନାଥ ସିଂ ଏହାକୁ ଶୁଭ ଉଦଘାଟନ କରିଛନ୍ତି । ଏହା ପରେ ପଶ୍ଚିମ ନୌସେନାରେ ଏହାକୁ ସାମିଲ କରାଯାଇଛି । ଏହା ଆରବ ସାଗରରେ ଶ୍ରତ୍ରୁକୁ ଦମନ କରିବ । ଆଇଏନଏସ ଇମ୍ଫାଲରେ ପାଖାପାଖି ୭୫ ପ୍ରତିଶତ ସ୍ୱଦେଶୀ ଜ୍ଞାନକୌଶଳ ବ୍ୟବହାର କରାଯାଇଛି । ଏଭଳି ମିଶାଇଲକୁ ଏଥିରେ ମିଶାଯାଇଛି ଯାହା ମଧ୍ୟବର୍ତ୍ତୀ ଦୂରତା ଯାଏଁ ଶତ୍ରୁକୁ ଆକ୍ରମଣ କରିପାରିବ ।

ଏଥିରେ ବ୍ରହ୍ମୋସ୍ ମିଶାଇଲକୁ ସଂଲଗ୍ନ କରାଯାଇଛି । ଏହା ସହ ରହିଛି ସ୍ୱଦେଶୀ ଟରପିଡୋ ଟ୍ୟୁବ ଲଞ୍ଚର । ଏହସହ ରହିଛି ବୁଡା ଜାହାଜ ରୋଧକ ରକେଟ୍ ଲଞ୍ଚର ଏବଂ ସୁପର ଗନ୍ ମାଉଣ୍ଟ ।ତେବେ ଆଇଏନଏସ ଇମ୍ଫାଲକୁ ୨୦୧୯ ଏପ୍ରିଲ ୨୦ ତାରିଖରେ ପରୀକ୍ଷଣ ପାଇଁ ସମୁଦ୍ରରେ ଅବତରଣ କରାଯାଇଥିଲା । ସମସ୍ତ ପରୀକ୍ଷନୀରିକ୍ଷା ପରେ ଏହାକୁ ୨୦୨୩ ଅକ୍ଟୋବର ୨୦ରେ ନୌସେନାକୁ ହସ୍ତାନ୍ତର କରାଗଲା ।ଆଉ ଆଜି ତାର ଶୁଭ ଉଦଘାଟନ କରାଯାଇଛି ।

Leave a Reply

Your email address will not be published. Required fields are marked *