Pratidin TV

Odisha's Digital News Platform

ଅଧଃରାତିରେ କେରଳର କୋଚିର ଚେତକ ନୈାସେନା ଦୁର୍ଘଟଣାଗ୍ରସ୍ତ…

ଭାରତୀୟ ନୈାସେନାର ଚେତକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଶନିବାର ଦିନ କୋଚିର ନୈାସେନା ଏୟାର ଷ୍ଟେସନ, ଆଇଏନ୍‌ଏସ୍ ଗାରୁଦା ରନୱେରେ ଚେତାକ୍ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ନୈାସେନା ସୂତ୍ରରୁ ପ୍ରକାଶ ପାଇଛି।ତେବେ ଟ୍ରେନିଂ ଅଧିବେଶନରେ ରାତି ପ୍ରାୟ ୨ଟା ୩୦ ମିନିଟରେ ଏହି ଘଟଣା ଘଟିଥିଲା । ଟ୍ରେନିଂ ଫ୍ଲାଇଟ୍ ଭାବେ କାର୍ଯ୍ୟ କରୁଥିବା ଭାରତୀୟ ନୈାସେନା ଚପର ଲିଫ୍ଟ ଅଫ୍ ପରେ ଖୁବ୍‌ଶୀଘ୍ର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ଘଟିଥିବା ଏହି ହେଲିକପ୍ଟରରେ ଦୁଇଜଣ ପାଇଲଟ୍ ରହିଥିଲେ। ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହାତ ହୋଇଛନ୍ତି। ଚପରର ରୋଟର୍ ବ୍ଲେଡ୍ ଦ୍ୱାରା ଧକ୍କା ହେବା ପରେ ଆଉ ନୌସେନା ଅଧିକାରୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *