Pratidin TV

Odisha's Digital News Platform

ଭୁବନେଶ୍ୱରରୁ – ଜୟପୁର : ଆସନ୍ତା ୩୧ରୁ ଇଣ୍ଡିଆ ଓ୍ୱାନ୍ ଏୟାର ବିମାନ ଯୋଗାଇବ ସେବା

1 min read

ଭୁବନେଶ୍ୱର : ଯାତ୍ରୀମାନଙ୍କ ପାଇଁ ଖୁସିଖବର ଆସନ୍ତା ୩୧ ତାରିଖରୁ କୋରାପୁଟ ଜିଲ୍ଲା ଜୟପୁରକୁ ଉଡିବ ବିମାନ । ଭୁବନେଶ୍ୱରରୁ ଜୟପୁର ଏବଂ ଜୟପୁରରୁ ଭୁବନେଶ୍ୱରକୁ ଉଡିବ ଇଣ୍ଡିଆ ଓ୍ୱାନ୍ ଏୟାର ବିମାନ । ମାତ୍ର ୯୯୯ ଟଙ୍କାରେ ଟିକେଟ୍ ବୁକିଂ କରିପାରିବେ ଯାତ୍ରୀମାନେ । ତେବେ ଯାତ୍ରୀମାନେ ସଦ୍ଭୟସବକ୍ଟଦ୍ଭରବସକ୍ସ.ମକ୍ଟଜ୍ଞ ୱେବସାଇଟକୁ ଯାଇ ଟିକେଟ ବୁକିଂ କରାଇପାରିବେ । ଏନେଇ ଇଣ୍ଡିଆ ୱାନ ଏୟାର ଟୁଇଟ୍ କରି ସୂଚନା ଦେଇଛି । ଏଥର ଲୋକମାନେ ନିଜ ନିଜ କାମରେ ହେଉ କିମ୍ବା ବୁଲିବା ପାଇଁ ହେଉ । ଆଉ ବସରେ ଯାତ୍ରାନକରି ମାତ୍ର ୯୯୯ ଟଙ୍କାରେ କିଛି ସମୟ ମଧ୍ୟରେ ପହଞ୍ଚିପାରିବେ ଜୟପୁରରେ ।

ତେବେ ରାଜ୍ୟର ଚତୁର୍ଥ ବିାମନ ବନ୍ଧରଭାବେ ଜୟପୁର ଏୟାରପୋର୍ଟକୁ ଏରୋଡ୍ରମ୍ ଲାଇସେନ୍ସ ମିଳିସାରିଛି । ଜୟପୁର ଏୟାର ପୋର୍ଟକୁ ବିମାନ ଉଡ଼ାଣ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଊଏଉଇ) ଅନୁମତି ଦେଇଥିଲା । ସେହିଭଳି ଜୟପୁରକୁ ‘ଉଡାନ୍’ ଯୋଜନାରେ ଇଣ୍ଡିଆ ଓ୍ୱାନ୍ ବିମାନ ସେବା ପ୍ରଦାନକାରୀ କମ୍ପାନୀ ବିମାନ ସେବା ଯୋଗାଇଦେବା ନେଇ ପୂର୍ବରୁ ଘୋଷଣା ହୋଇସାରିଥିଲା ।

Leave a Reply

Your email address will not be published. Required fields are marked *