ପ୍ରଥମ ବିଦେଶୀ ନେତା ଭାବେ ରାମଲଲାଙ୍କର ଦର୍ଶନ କଲେ ଫିିଜି ଉପପ୍ରଧାନମନ୍ତ୍ରୀ ..
1 min readଦେଶ ପରେ ଏବେ ବିଦେଶରୁ ଭକ୍ତଙ୍କ ଶୁଅ ଛୁଟୁଛି । ଆଜି ବିଦେଶୀ ନେତା କରିଛନ୍ତି ରାମଲଲାଙ୍କର ଦର୍ଶନ । ଦ୍ୱୀପ ଦେଶର ଫିଜିର ଉପପ୍ରଧାନମନ୍ତ୍ରୀ ବିମନ ପ୍ରସାଦ ଆଜି ରାମମନ୍ଦିର ଆସିଛନ୍ତି । ପ୍ରଥମ ବିଦେଶୀ ନେତା ଭାବେ ଅଯୋଧ୍ୟା ଦର୍ଶନ କରିଛନ୍ତି । ଫିଜିର ଉପପ୍ରଧାନମନ୍ତ୍ରୀ ଆଜି ଭାରତ ଗସ୍ତରେ ଆସିଛନ୍ତି । ଦିଲ୍ଲୀରେ ବିମାନ ବନ୍ଦରରେ ଆସି ପହଞ୍ଚିଥିଲେ ବିମନ ପ୍ରସାଦ । ଏହାପରେ ସେ ରାମ ମନ୍ଦିର ଦର୍ଶନ କରିଥିଲେ । ଜାନୁଆରୀ ୨୨ ତାରିଖରେ ରାମଲଲାଙ୍କର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଫିଜିରେ ରହିବି ଖୁସିବ୍ୟକ୍ତ କରିଥିଲେ ବିମନ ପ୍ରସାଦ ।
ଏହାସହ ଫିଜିବାସୀଙ୍କ ପକ୍ଷରୁ ଭାରତକୁ ଶୁଭକାମନା ମଧ୍ୟ ଜଣାଇଥିଲେ । ଫିଜିରେ ବିଭିନ୍ନ ଧର୍ମର ଲୋକମାନେ ରହିଲେ ବି ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଦେଶରେ ଦୀପାବଳି ଜାଳିବା ସହିତ ଦେଶରେ ଛୁଟି ଘୋଷଣା କରାଯାଇଥିଲା । ଫିଜିବାସୀମାନେ ହେଲେ ଭାରତୀୟ ବଂଶୋଭବ । ତେଣୁ ଅଯୋଧ୍ୟା ପାଇଁ ତାଙ୍କ ମନରେ ସ୍ୱତନ୍ତ୍ର ଭକ୍ତି ଭାବ ରହିଛି । ତେବେ ଉପପ୍ରଧାନମନ୍ତ୍ରୀ ଫେବୃଆରୀ ୧୦ ତାରିଖ ପର୍ଯ୍ୟନ୍ତ ଭାରତରେ ରହିବେ ବୋଲି ସୂଚନା ମିଳିଛି ।