Pratidin TV

Odisha's Digital News Platform

ବିଳାଶପୁର୍ଣ୍ଣ ବଙ୍ଗଳାରୁ ମିଳିଥିବା ଭାରତୀୟଙ୍କ ମୃତ୍ୟୁର ରହସ୍ୟ ଉପରୁ ହଟିଲା ପରଦା…

1 min read

ଆମେରିକାର ଏକ ବିଳାଶପୂର୍ଣ୍ଣ ବଙ୍ଗଳାରୁ ମିଲିଥିବା ୩ ଭାରତୀୟଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ସାମ୍ନାକୁ ଆସିଛି ସତ । ତିନି ଦିନ ପରେ ସେମାନଙ୍କ ମୃତ୍ୟୁର ରହସ୍ୟ ଫିଟିଛି । ଗୁରୁବାର ବିଳମ୍ବିତ ରାତିରେ କମଲଙ୍କ ପରିବାର ମୃତଦେହ ସେମାନଙ୍କ ବଙ୍ଗଳାରୁ ଉଦ୍ଧାର କରାଯାଇଥିଲା । ପ୍ରଥମେ ଜଣେ ସର୍ମ୍ପକୀୟ ସେମାନଙ୍କର ଶବ ଦେଖିଥିଲେ। ପରେ ସେ ପୋଲିସକୁ ଖବର ଦେଇଥିଲେ । ପରେ ପୋଲିସ ଓ ତଦନ୍ତକାରି ଦଳ ସେଠାରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ କରିଥିଲେ । ପରେ ଅନୁସନ୍ଧାନକାରୀ ଦଳ ସେମାନଙ୍କ ମୃତ୍ୟୁ ଘରୋଇ ହିଂସା ସହ ଜଡିତ ଥାଇପାରେ ବୋଲି କହିଥିଲେ ।

ତେବେ ମଙ୍ଗଳବାର ନର୍ଫାଲ୍କ ଜିଲ୍ଲା ଓକିଲ ମାଇକେଲ ମୋରିସିଙ୍କ ଏକ ପ୍ରେସ ବିଜ୍ଞପ୍ତିରେ ସେମାନଙ୍କ ପ୍ରାଥମିକ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି ଯେ ଟିନା ଏବଂ ତାଙ୍କ ଝିଅ ଆରିଅନା ଗୁଳିରେ ହତ୍ୟାକାଣ୍ଡର ଶିକାର ହୋଇଥିଲେ । ଅର୍ଥାତ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ଏବଂ ପରେ ରାକେଶ ନିଜେ ନିଜକୁ ଗୁଳି କରି ହତ୍ୟା କରିଥିଲେ ବୋଲି । ତେବେ ଅନ୍ତିମ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସନ୍ତା ସପ୍ତାହରେ ଜଣାପଡିବ ବୋଲି ଅନୁସନ୍ଧାନକରୀ ମାନେ କହିଛନ୍ତି । ସେ ଆହୁରୀ କହିଛନ୍ତି ଯେ ଘରେ କୌଣସି ପ୍ରକାର ଭଙ୍ଗାରୁଜା ଚିହ୍ନ ନଥିଲା, ଆମେ ବିଶ୍ୱାସ କରୁ ଏହା ବୋଧହୁଏ ଏକ ଘରୋଇ ହିଂସାର ପରିଣାମ ଅଟେ । ଏହାବ୍ୟତୀତ ରାକେଶଙ୍କ ପାଖରୁ ମିଳିଥିବା ବନ୍ଧୁକର ଲାଇସେନ୍ସ ନଥିଲା । ଏହି ବନ୍ଧୁକ ହେଉଛି ୪୦ କ୍ୟାଲିବର୍ ଗ୍ଲକ୍ ୨୨ ସହିତ ସମାନ ଅଟେ । ତେବେ କିପରି ଏବଂ କେଉଁଠାରୁ ରାକେଶ ବନ୍ଧୁକ ହାସଲ କରିଛନ୍ତି ତାହାର ଅନୁସନ୍ଧାନ ଚାଲିଛି । ତେବେ ରାକେଶ କାହିଁକି ତାଙ୍କ ପତ୍ନୀ ଏବଂ ଝିଅକୁ ହତ୍ୟା କରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।ଏହି ଘଟଣାକୁ ନେଇ ଡୋଭର ଏବଂ ମାସାଚୁସେଟ୍ସ ଷ୍ଟେଟ ପୋଲିସର ତଦନ୍ତ ଜାରି ରହିଛି ।

Advertisement

Leave a Reply

Your email address will not be published. Required fields are marked *