Pratidin TV

Odisha's Digital News Platform

ଭାରତୀୟ ସାମଗ୍ରୀ ଉପରେ ଜାରି ହେଲା କଟକଣା: ପରଦା ଲଗାଇଲା କୁଏତ୍‌

1 min read

ନୂଆଦିଲ୍ଲୀ: ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ଦ୍ୱାରା ପ୍ରଫେଟ ମହମ୍ମଦଙ୍କ ପ୍ରତି ଦିଆଯାଇଥିବା ବିବାଦୀୟ ମନ୍ତବ୍ୟର ପ୍ରଭାବ ବିଦେଶରେ ବିକ୍ରି ହେଉଥିବା ଭାରତୀୟ ସାମଗ୍ରୀ ଉପରେ ପଡିଛି ଏହାର ପ୍ରଭାବ । ନୂପୁରଙ୍କ ଏହି ବିବାଦୀୟ ମନ୍ତବ୍ୟରେ ଅଧିକ ଆଘାତ ପାଇଛି ଇସଲାମିକ୍ ଦେଶ । ନୁପୁରଙ୍କ ମନ୍ତବ୍ୟକୁ କଡା ପ୍ରତିବାଦ କରି କୁଏତ ସୁପର ମାର୍କେଟରେ ଭାରତୀୟ ସାମଗ୍ରୀକୁ ବର୍ଜନ କରାଯାଇଛି । ସୁପର ମାର୍କେଟରେ ଉପଲବ୍ଧ ହେଉଥିବା ଭାରତୀୟ ସାମଗ୍ରୀ ଉପରେ ପରଦା ଢାଙ୍କି ଦିଆଯାଇଛି । ସୁପର ମାର୍କେଟର ମୁଖ୍ୟ କାର୍ଯ୍ୟକାରୀଙ୍କ କହିବା ଅନୁସାରେ କୁଏତ ଏକ ଇସାଲାମିକ ଦେଶ । ତେଣୁ ସେମାନେ ପ୍ରଫେଟ୍ ମହମ୍ମଦଙ୍କ ଅପମାନକୁ କେବେବି ହେଲେ ଗ୍ରହଣ କରିପାରିବେ ନାହିଁ । ଯେଉଁଥିପାଇଁ ସେମାନେ ଭାରତୀୟ ସାମଗ୍ରୀକୁ ସୁପର ମାର୍କେଟରୁ ହଟାଇବା ସହ ଏହାକୁ ଢାଙ୍କିବାକୁ ନିଷ୍ପତି ନେଇଛନ୍ତି ।

ତେବେ ନୂପୁରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସାଉଦି ଆରବ କତାର ଅନ୍ୟ ଇସଲାମିକ୍ ଦେଶରେ ବିରୋଧ ଦେଖା ଦେଇଛି । ବିଶେଷକରି ଇଜିପ୍ଟର ଅଲ୍ -ଆଝାର ବିଶ୍ୱବିଦ୍ୟାଳୟରେ ବିଜେପି ନେତ୍ରୀଙ୍କ ମନ୍ତବ୍ୟର ତୀବ୍ର ନିନ୍ଦା କରିଛି । ଭାରତ ସରକାର ମଧ୍ୟ ନୂପୁରଙ୍କ ମନ୍ତବ୍ୟକୁ ମଧ୍ୟ ନୂପୁରଙ୍କ ଅନୁଚିତ୍ ଦର୍ଶାଇବା ସହ ତାଙ୍କୁ ସସ୍‌ପେଣ୍ଡ କରିଛି । ସେହିଭଳି ନୂପୁରଙ୍କ ମନ୍ତବ୍ୟକୁ କଡା ପ୍ରତିବାଦ କରି କୁଏତ ସୁପର ମାର୍କେଟରେ ଭାରତୀୟ ସାମଗ୍ରୀକୁ ବର୍ଜନ କରାଯାଇଛି । ସେହିଭଳି ଅନ୍ୟପଟେ ନୂପୂର ଶର୍ମାଙ୍କ ମହମ୍ମଦ ବିରୋଧୀ ବୟାନକୁ ନେଇ ବିବାଦ ତେଜିବାରେ ଲାଗିଛି ।

Advertisement

ଗୋଟିଏ ପରେ ଗୋଟିଏ ଇସଲାମିକ ରାଷ୍ଟ୍ର ଭାରତକୁ ଚେତାବନୀ ଦେଉଥିବା ବେଳେ ଏହି ତାଲିକାରୁ ବାଦ ପଡିନାହାନ୍ତି ଆଫଗାନିସ୍ତାନ ଓ ପାକିସ୍ତାନ । ତାଲିବାନ ମୁଖପାତ୍ର ଜବିଦୁଲ୍ଲା ଟ୍ୱିଟ୍ଟରରେ ପୋଷ୍ଟ କରି ଲେଖିଛନ୍ତି ଇସଲାମର ମୁଖ୍ୟ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦର ବ୍ୟବହାରକୁ ତାଲିବାନ କଡା ନିନ୍ଦା କରୁଛି । ବର୍ତ୍ତମାନ ସୁଦ୍ଧା ଗଲ୍ଫ ରାଷ୍ଟ୍ର ଗୁଡିକ ସମେତ ଇରାକ୍, ଇରାନ୍, କୁଏତ୍, ସାଉଦି ଆରବ, ଓମାନ, ୟୁଏଇ, ଜୋର୍ଡାନ୍, ଆଫଗାନିସ୍ତାନ, ପାକିସ୍ତାନ, ବାହାରିନ୍, ମଲଡିଭସ, ଲିବ୍ୟା ଏବଂ ଇଣ୍ଡୋନେସିଆ ପକ୍ଷରୁ ଏହାକୁ ବିରୋଧ କରାଯାଇଛି । ଏହି ରାଷ୍ଟ୍ରଗୁଡିକ ନିଜ ରାଷ୍ଟ୍ରଦୂତ ମାନଙ୍କ ଜରିଆରେ ବିରୋଧ ପ୍ରଦର୍ଶନ କରିଥିଲେ । ତାଲିବାନର ବିରୋଧ ପରେ ପାକିସ୍ତାନର ନବନିଯୁକ୍ତ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ୍ ଏହାକୁ ବିରୋଧ କରି ଟ୍ୱିଟ୍ କରିଥିଲେ । ଭାରତର ବିଜେପି ନେତାଙ୍କ ମହମ୍ମଦଙ୍କ ବିରୋଧରେ ଦିଆଯାଇଥିବା ବୟାନକୁ ମୁଁ କଡା ଶବ୍ଦରେ ନିନ୍ଦା କରୁଛି । ଭାରତରେ ମୋଦୀଙ୍କ ନେତୃତ୍ୱରେ ମୁସଲିମଙ୍କ ଧାର୍ମିକ ସ୍ୱାଧୀନତାକୁ କ୍ଷୁର୍ଣ୍ଣ କରାଯାଉଛି ବୋଲି କହିଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ।

Leave a Reply

Your email address will not be published. Required fields are marked *