Pratidin TV

Odisha's Digital News Platform

ଦୀପାବଳୀ ଓ ଛଟ୍ ପୂଜା ପୂର୍ବରୁ ଭାରତୀୟ ରେଲୱେ ଦେଲା ଖୁସି ଖବର, ନେଲା ବଡ ନିଷ୍ପତ୍ତି

1 min read

ଦୀପାବଳୀ ଏବଂ ଛଟ୍ ପୂଜା ସମୟରେ ଉତ୍ସବର ଭିଡ଼କୁ ଦୃଷ୍ଟିରେ ରଖି ରେଳବାଇ ଏକ ବଡ଼ ନିଷ୍ପତ୍ତି ନେଇଛି। ଭାରତୀୟ ରେଳ ଚଳିତ ବର୍ଷ ଦୀପାବଳୀ ଏବଂ ଛଟ୍ ପୂଜା ପାଇଁ ୭ ହଜାର ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ, ଯାହା ପ୍ରତିଦିନ ୨ ଲକ୍ଷ ଅତିରିକ୍ତ ଯାତ୍ରୀଙ୍କୁ ସୁବିଧା କରିବ | ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ଏହି ସୂଚନା ଦେଇଛନ୍ତି। ରେଳ ଅଧିକାରୀଙ୍କ ଅନୁଯାୟୀ, ଉତ୍ସବକୁ ଦୃଷ୍ଟିରେ ରଖି ଗତ ବର୍ଷ ଦୀପାବଳୀ ଏବଂ ଛଟ୍ ପୂଜା ସମୟରେ 4500 ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିଥିଲା। ପିଟିଆଇ ସମ୍ବାଦ ଅନୁଯାୟୀ, ଯାତ୍ରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ମନ୍ତ୍ରଣାଳୟ ଚଳିତ ବର୍ଷ ସେବା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି।

ସୂଚନା ଅନୁଯାୟୀ, ଉତ୍ତର ରେଲୱେ (ଏନଆର) ଏହି ଅବଧି ବେଳେ ବହୁ ସଂଖ୍ୟାରେ ଟ୍ରେନ୍‌ ଚଲାଇବ, କାରଣ ବହୁ ସଂଖ୍ୟାରେ ଯାତ୍ରୀ ଦେଶର ପୂର୍ବ ଭାଗରେ ଯାତାୟାତ କରି ଥାନ୍ତି। ଏନଆର ନିକଟରେ ଏକ ପ୍ରେସ୍‌ ବିଜ୍ଞପ୍ତିରେ କହଛି କି, ସେ ଲୋକଙ୍କୁ ତାଙ୍କର ଗନ୍ତବ୍ୟ ସ୍ଥଳୀ ଯାଏ ପହଞ୍ଚିବାରେ ସାହାଯ୍ୟ କରିବାକୁ ସ୍ୱତନ୍ତ୍ର ଟ୍ରେନ, ପାଖାପାଖି ୩,୦୫୦ ଟ୍ରିପ୍‌ ଅପରେଟ୍‌ କରିବ।

Advertisement

ଏଥିରେ କୁହାଯାଇଛି,୨୦୨୩ ମସିହାରେ ଭାରତୀୟ ରେଲୱେ ସ୍ୱତନ୍ତ୍ର ଉତ୍ସବ ଟ୍ରେନ୍‌ ଚଲାଇ ଥିଲା, ଯେଉଁଥିରେ ଉତ୍ତର ରେଲୱେ ସ୍ୱତନ୍ତ୍ର ଟ୍ରେନର ୧,୦୮୨ ଟ୍ରିପ୍‌ ଅପରେଟ୍‌ କରିଥିଲା। ଚଳିତ ବର୍ଷ ଟ୍ରେନ୍‌ର ୩,୦୫୦ ଟ୍ରିପ୍‌ ଅପରେଟ୍‌ କରାଯିବ, ଯାହା ୧୮୧ ପ୍ରତିଶତର ବୃଦ୍ଧି ଘଟିଛି। ଏଥିରେ କୁହାଯାଇଛି ଯେ , ସ୍ୱତନ୍ତ୍ର ଟ୍ରେନ୍‌ ବ୍ୟତୀତ ଅଧିକ ଯାତ୍ରୀଙ୍କୁ ସମାୟୋଜିତ କରିବା ପାଇଁ ଟ୍ରେନ୍‌ରେ ଅତିରିକ୍ତ କୋଚ୍‌ ମଧ୍ୟ ଯୋଡ଼ା ଯାଉଛି।

Leave a Reply

Your email address will not be published. Required fields are marked *