Pratidin TV

Odisha's Digital News Platform

ଭାରତୀୟ ରେଲଓ୍ବେରେ ବନ୍ଦ ହୋଇଯିବ ଜେନେରାଲ ବଗି! ଅଶ୍ୱିନୀ ବେଷ୍ଣବ ଦେଲେ ଏପରି ବୟାନ …

1 min read

ଏସିଆର ବୃହତ୍ତମ ରେଳ ନେଟୱାର୍କ ଥିବା ଭାରତରେ ଅଧିକାଂଶ ଲୋକ ପ୍ରତିଦିନ ସାଧାରଣ କୋଚରେ ଯାତ୍ରା କରନ୍ତି। ଏହି ସମୟରେ ରେଳ ମନ୍ତ୍ରୀ ଟ୍ରେନର ସାଧାରଣ କୋଚ ସମ୍ପର୍କରେ ଦେଲେ ବଡ ବୟାନ । ଯେତେବେଳେ ରେଳମନ୍ତ୍ରୀଙ୍କୁ ପଚରାଗଲା ସାଧାରଣ ଟ୍ରେନଗୁଡିକ ଟ୍ରେନରୁ ହ୍ରାସ କରାଯାଉଛି କି? ଏହି ପ୍ରଶ୍ନର ଉତ୍ତରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ” ଦେଶରେ ଅମୃତ ଭାରତ ଟ୍ରେନର ଲଞ୍ଚ ହେଉଥିବା ବେଳେ ଟ୍ରେନର ଜେନେରାଲ ବଗି ରହିବ କି ନାହିଁ ତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏହି ବଗି ରହିବ କି ନାହିଁ ବଡ଼ ସଙ୍କେତ ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

ନୂତନ NDA ସରକାରରେ ଦାୟିତ୍ୱ ଗ୍ରହଣ କରିବା ପରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୁଲେଟ୍ ଟ୍ରେନ୍ ଏବଂ ବନ୍ଦେ ଭାରତ ମେଟ୍ରୋ ଇଣ୍ଟରସିଟି ଟ୍ରେନ୍ ବିଷୟରେ ମଧ୍ୟ ଏକ ଅଦ୍ୟତନ ଦେଇଛନ୍ତି। ସେ କହିଛନ୍ତି, “508 କିଲୋମିଟର ମଧ୍ୟରୁ 310 କିଲୋମିଟର ଭିତ୍ତିଭୂମି ବୁଲେଟ୍ ଟ୍ରେନ୍ ପାଇଁ ପ୍ରସ୍ତୁତ ହୋଇସାରିଛି। ୨0୨୭ ସୁଦ୍ଧା ବୁଲେଟ୍ ଟ୍ରେନ୍ ଚଳାଇବା ଆମର ଲକ୍ଷ୍ୟ।” ସେ ଆହୁରି ମଧ୍ୟ କହିଛନ୍ତି ଯେ ବନ୍ଦେ ଭାରତ ମେଟ୍ରୋ ଇଣ୍ଟରସିଟି ଟ୍ରେନ୍ ପ୍ରସ୍ତୁତ, ଯାହାର ପ୍ରଥମ ରେକ୍ ଶୀଘ୍ର ପ୍ରସ୍ତୁତ ହେବାକୁ ଯାଉଛି।

ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ‘ଜେନେରାଲ ବଗିକୁ ହଟାଯିବ ନାହିଁ କି ଯାହା ଅଛି ତାକୁ ହ୍ରାସ କରାଯିବ ନାହିଁ। ରେଲଓ୍ବେର ମୁଖ୍ୟ ଫୋକସ ହେଉଛନ୍ତି ମଧ୍ୟମ ଆୟ ଯାତ୍ରୀ। ତେଣୁ ଦେଶରେ ଅମୃତ ଭାରତ ଟ୍ରେନର ଉତ୍ପାଦନ ବୃଦ୍ଧି କରାଯିବ। ଏହା ଏକ ଏସି ନ ଥିବା ଟ୍ରେନ। ଯେଉଁଥିରେ ମଧ୍ୟମ ବର୍ଗର ଯାତ୍ରୀ ମଧ୍ୟ ସୁବିଧାରେ ଯାତାୟତ କରି ପାରିବେ।

Leave a Reply

Your email address will not be published. Required fields are marked *