Pratidin TV

Odisha's Digital News Platform

ପ୍ୟାରିସରେ ମିଳୁନି ଭାରତୀୟ ଖେଳାଳିଙ୍କ ମନ ପସନ୍ଦ ଖାଦ୍ୟ , ବାଧ୍ୟ ହୋଇ ହାତରେ ରାନ୍ଧି ଖାଇଲେ ରାଜମା-ଭାତ ।

1 min read

ଅଲିମ୍ପିକ୍ ଗେମ୍ସ ପ୍ରତିଯୋଗିତାରେ ଭାଗ ନେଉଥିବା ଭାରତୀୟ ଖେଳାଳି ମାନେ ଖାଦ୍ୟ ଖାଇବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ଖେଳାଳି ମାନଙ୍କ ପାଇଁ ସେଠାରେ ୨ଟି ଆଥଲେଟିକ ଭିଲେଜ୍ ସତ୍ତ୍ୱେ ସେଠାରେ ଭାରତୀୟ ଖାଦ୍ୟର ସ୍ୱାଦ ନାହିଁ । ଯାହା ଦ୍ୱାରା ଭାରତୀୟ ଆଥଲେଟଙ୍କୁ ଖାଇବାରେ ସମସ୍ୟା ଉପୁଜିଛି । ଫଳରେ ନିରୂପାୟ ହୋଇ ସେମାନେ ଗ୍ରୋସରୀ ସାମଗ୍ରୀ କିଣି ନିଜ ହାତରେ ରୋଷେଇ କରି ଖାଇଥିବା କିଛି ଆଥଲେଟ୍ କହିଛନ୍ତି ।

Advertisement

ଆଉ ଜଣେ ଭାରତୀୟ ସୁଟର ନିଜ ନାମ ଗୋପନ ରଖି ପିଟିଆଇକୁ କହିଛନ୍ତି ଯେ ପ୍ୟାରିସରେ ଖାଦ୍ୟ ଖୋଜିବାରେ ଆମେ ଖୁବ୍ ହଇରାଣ ହେଉଛୁ । କଷ୍ଟେ ମଷ୍ଟେ କାମ ଚଳୁଛି । ସେହିପରି ସୁଟିଂ ପ୍ରଶିକ୍ଷକ ଜସପାଲ ରାଣା କହିଛନ୍ତି , ଆମେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରୁଛୁ । ଗତକାଲି ମୁଁ ରାଜମା ଭାତ ରାନ୍ଧି ଖାଇଥିଲି । ଗ୍ରୋସରୀ ଦୋକାନରୁ ନିଜେ ସାମଗ୍ରୀ କିଣି ମୁଁ ଆପାର୍ଟମେଣ୍ଟରେ ରୋଷେଇ କରିଛି ।

Leave a Reply

Your email address will not be published. Required fields are marked *