Pratidin TV

Odisha's Digital News Platform

ୟୁକ୍ରେନ୍‌ରୁ ଭାରତୀୟଙ୍କ ସ୍ୱର : ପଢାଶେଷ କରି ଫେରିବୁ , ନଚେତ୍ କଫିନ୍‌ରେ ଫେରିବୁ

1 min read

ସରକାରଙ୍କ ବିଶ୍ୱାସଘାତକତା , ଏଥର ୟୁକ୍ରେନ ଛାଡିବେନି ଭାରତୀୟ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ : ନିକଟରେ ଆରମ୍ଭ ହୋଇଯାଇଥିବା ମହାରଭାରତ ଭଳି ଋୁଷ୍‌-ୟୁକେନ୍ ଯୁଦ୍ଧର ଅନ୍ତ ହେଉଛି ବିନାଶ କେବଳ ବିନାଶ । କିନ୍ତୁ ଭାରତ ସରକାରଙ୍କ ବିଶ୍ୱାସଘାତକତା ଯୋଗୁ ଏଥର ବଳିପଡିଯାଇପାରନ୍ତି ହଜାର ହଜାର ଭାରତୀୟ । ଏଠାରେ ଆପଣମାନେ ଭାବୁଥିବେ ପୂର୍ବଥର ଭାରତ ସରକାର ନିଜର ପ୍ରାଣପଣେ ଚେଷ୍ଟା କରି ସମସ୍ତ ଭାରତୀୟମାନଙ୍କୁ ୟୁନେକ୍ରନରୁ ଫେରାଇ ଆଣିଥିଲେ । ଯାହା ଆମ ଭାରତୀୟମାନଙ୍କ ପାଇଁ ଗର୍ବର କଥା କିନ୍ତୁ ଏଠାରେ ବିଶ୍ୱାସଘାତକତା କଣ କଲେ । ତେବେ ପୋଷ୍ଟଟିକୁ ଆଗକୁ ପଢି ଜାଣନ୍ତୁ ..

Advertisement

ଗତକିଛିିଦିନ ପୂର୍ବରୁ ୟୁକ୍ରେନରେ ଥିବା ଭାରତୀୟ ଦୂତବାସୀ , ଯଥାସମ୍ଭବ ୟୁକ୍ରେନରେ ଥିବା ଭାରତୀୟ ମାନଙ୍କୁ ଦେଶ ଛାଡିଦେବାକୁ ଆଦେଶ ଦେଇଥିଲେ । କାରଣ ଆଗକୁ ୟୁକ୍ରେନ ଏବଂ ଋୁଷ ଯୁଦ୍ଧର ପରିଣାମ ବିନାଶ ଛଡା ଆଉ କିଛି ନଜର ଆସୁନାହିଁ । ଏଥର ଆରମ୍ଭ ହୋଇଥିବା ଏହି ମହାଯୁଦ୍ଧରେ କେବଳ ସେନା ବଳିପଡିବ ନାହିଁ , ବରଂ ଲକ୍ଷ ଲକ୍ଷ ନିଷ୍ପାପ ଜନସାଧାରଣ ମଧ୍ୟ ବଳିପଡିବେ । ଯେଉଁଥିରେ ସାମିଲଥିବେ ଅନେକ ଭାରତୀୟ । କାରଣ ଏଥର ନିଜର ନିଷ୍ପତ୍ତିରେ ଅଟଳ ରହିଛନ୍ତି ଭାରତୀୟ ଛାତ୍ରଛାତ୍ରୀ ।

ପୂର୍ବଥର ଯୁଦ୍ଧର ଆରମ୍ଭରେ ଭାରତ ସରକାର ଉଦ୍ଧାର କରିଥିବା ୟୁକ୍ରେନରେ ପଢୁଥିବା ଭାରତୀୟ ମେଡିକାଲ ଛାତ୍ରଛାତ୍ରୀ ଭାରତକୁ ଆସି ଆଗକୁ ପଢିବାର କୌଣସି ସୁଯୋଗ ପାଇନଥିଲେ । ଯାହପରେ ସେମାନେ ଏଥି ନିମନ୍ତେ ଆନ୍ଦୋଳନ ମଧ୍ୟ କରିଥିଲେ । କିନ୍ତୁ ସବୁ ପ୍ରକାରର ପ୍ରଚେଷ୍ଟାରୁ ବିଫଳ ହୋଇ ଶେଷରେ ସମସ୍ତ ଛାତ୍ରଛାତ୍ରୀ ମାନେ କିଛିିମାସ ତଳେ ପୁଣି ୟୁକ୍ରେନ ଫେରିଯାଇଥିଲେ ।

ଏବେ ପୁଣି ୟୁକ୍ରେନରେ ଆକ୍ରମଣ ଜୋରଦାର ହେବାରୁ ଭାରତ ସରକାର ଭାରତୀୟ ମାନଙ୍କୁ ତୁରନ୍ତ ଫେରିଆସିବାପାଇଁ କହିଛନ୍ତି । କିନ୍ତୁ ଭାରତୀୟ ଛାତ୍ରଛାତ୍ରୀମାନେ କହିଛନ୍ତି “ଯେ,ଆମେ ଏଠୁ ପଢା ଶେଷକରିହିଁ ଫେରିବୁ । ଯଦି ଆମେ ଯୁଦ୍ଧରେ ମରିଯାଉ ତେବେ କଫିନରେ ଫେରିବୁ” । ସେହିଭଳି ୟୁକ୍ରେନରେ ପଢୁଥିବା ଜଣେ ଭାରତୀୟ ଛାତ୍ର କହିଛନ୍ତି ଭାରତ ସରକାର ତାଙ୍କୁ ଭାରତରେ କୌଣସି ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପାଇଁ ସୁଯୋଗ ଦେଇପାରିବେନି ବୋଲି ସ୍ପଷ୍ଟ କରିସାରିଛନ୍ତି । ତେଣୁ ଆମ ମାନଙ୍କ ପାଖରେ ଆଉ କିଛି ବାଟ ନାହିଁ । ଯଦି ଫେରିବୁ ‘ଏଠୁ ପଢାଶେଷ କରି ହିଁ ଫେରିବୁ ନଚେତ୍ କଫିନ୍‌ରେ ଫେରିବୁ’ ।

Leave a Reply

Your email address will not be published. Required fields are marked *