Pratidin TV

Odisha's Digital News Platform

ଇଟାଲିରେ ଭାରତୀୟ ଛାତ୍ରଙ୍କ ରହସ୍ୟମୟ ମୃତ୍ୟୁ …

ଭାରତୀୟ ଛାତ୍ରଙ୍କ ପାଇଁ ସୁରକ୍ଷିତ ନୁହେଁ ବିଦେଶ ମାଟି । ବିଦେଶ ମାଟିରେ ଟଳି ପଡ଼ିଲେ ପୁଣି ଜଣେ ଭାରତୀୟ ଛାତ୍ର । ସନ୍ଦେହଜନକ ଭାବରେ ଇଟାଲିରେ ଜଣେ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ଛାତ୍ରଙ୍କ ନାମ ହେଉଛି ରାମ ରାଉତ । ସେ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାର ବାସୀନ୍ଦା । ତାଙ୍କର ଜାନୁଆରୀ ୨ ତାରିଖରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁର କାରଣ ଜଣା ପଡ଼ିନାହିଁ । ତେବେ ପରିବାର ଲୋକେ ପୁଅର ମୃତ୍ୟୁ ଖବର ପାଇବା ପରେ ପୁରାପୁରି ଭାଙ୍ଗି ପଡ଼ିଛନ୍ତି ।

ତାସହିତ ରାମଙ୍କର ମୃତଦେହ ଭାରତ ଫେରାଇ ଆଣିବାକୁ ଝାଡ଼ଖଣ୍ଡ ସରକାରଙ୍କୁ ନିବେଦନ କରିଛନ୍ତି । ସୂଚନାମୁତାବକ ଇଟାଲିରେ ଏମ୍‌ବିଏ ଛାତ୍ର ଥିଲେ ରାମ । ସେ ଭଡ଼ାଘର ନେଇ ରହୁଥିଲେ । ନବବର୍ଷରେ ଶୁଭେଚ୍ଛା ଜଣାଇବାକୁ ତାଙ୍କୁ ତାଙ୍କ ବାପା ମା’ ଫୋନ୍ କରିଥିଲେ । କିନ୍ତୁ ସେ ଫୋନ୍ ଉଠାଇ ନଥିଲେ । ଏହାପରେ ସେମାନେ ଘରମାଲିକଙ୍କୁ ଫୋନ୍ କରିଥିଲେ । ଆଉ ତାହାପରେ ରାମଙ୍କୁ ବାଥରୁମ୍ ଭିତରୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିବା ଘର ମାଲିକ ସୂଚନା ଦେଇଥିଲେ । ତେବେ ଇଟାଲୀରେ ଏହି ଭାରତୀୟ ଛାତ୍ରଙ୍କର ମୃତ୍ୟୁ କିପରି ହେଲା? ଏହା ହତ୍ୟା ନାଁ ଆଉ କିଛି ତାହା ଜଣାପଡ଼ ନାହିଁ ।

Leave a Reply

Your email address will not be published. Required fields are marked *