Pratidin TV

Odisha's Digital News Platform

ବିଶ୍ୱକପରେ ନୂଆ ଜର୍ସି ପିନ୍ଧିବେ ଭାରତୀୟ ଖେଳାଳି ! ଫଟୋ ହେଲା ଭାଇରଲ ..

1 min read

ଆଇପିଏଲ ପରେ ଆରମ୍ଭ ହେବ କ୍ରିକେଟର ମହାକୁମ୍ଭ । ମାତ୍ର ଆଉ ଗୋଟାଏ ମାସ ପରେ ଖେଳାଯିବ ଟି-୨୦ ବିଶ୍ୱକପ୍ । ଏଥିପାଇଁ ଦଳ ମଧ୍ୟ ଘୋଷଣା ହୋଇ ସାରିଛି । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଦଳ ବିଶ୍ୱକପ ଖେଳିବ ବୋଲି ଜଣାପଡିଛି । ତେବେ ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏକ ବଡ ଖବର । କୁହାଯାଉଛି ଯେ ଚଳିତ ବିଶ୍ୱକପ ଖେଳିବା ପାଇଁ ବଦଳିବ ଭାରତୀୟ ଖେଳାଳିଙ୍କ ଜର୍ସି । ଯାହାର ଫଟୋ ଏବେ ସୋଶିଆଲ ମିଡିଆରେ ଭାଇରଲ ହେଉଛି । ଭାଇରଲ ହେଉଥିବା ଜର୍ସି ପିନ୍ଧି ଟିମ୍ ଇଣ୍ଡିଆ ବିଶ୍ୱକପ ଖେଲିବେ ବୋଲି ଦାବି କରାଯାଇଛି । ଭାଇରଲ ହେଉଥିବା ଟିମ୍ ଇଣ୍ଡିଆର ଜର୍ସି ଭି ଆକୃତିର ଏଥିରେ କିଛି ପରିବର୍ତ୍ତନ କରାଯାଇଛି । ଭାରତୀୟ ଦଳର ଜର୍ସିର ଆଗ ଭାଗ ନୀଳ ଏବଂ ବାହୁର ରଙ୍ଗ କମଳା କଲର ଅଟେ । ଏଥିରେ ପ୍ରଯୋଜକ ଆଦିଦାସ ରହିଛି ।

ଏହା ବ୍ୟତିତ ଡ୍ରିମ ଇଲେଭେନ ନାମ ମଧ୍ୟ ଆଗଭାଗରେ ରହିଛି । ଏବଂ ଏହାର ତଳେ ଇଣ୍ଡିଆ ଲେଖାଯାଇଛି । ଜର୍ସି ଉଭୟ ପାଶ୍ୱର୍ରେ ଆଦିଦାସ ଲାଇନ ରହିଛି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ବିସିସିଆଇ ତରଫରୁ ଜର୍ସି ସମ୍ପର୍କରେ କୌଣସି ଘୋଷଣା କରାଯାଇ ନାହିଁ । ପ୍ରଶଂସକମାନେ ଏହି ଜର୍ସିର ଅନେକ ଚିତ୍ର ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ବୋର୍ଡ ଏପର୍ଯ୍ୟନ୍ତ ଏ ବିଷୟରେ କୌଣସି ସୂଚନା ଦେଇନାହିଁ କିନ୍ତୁ ଟିମ୍ ଇଣ୍ଡିଆର ଜର୍ସି ଖୁବ ଶୀଘ୍ର ଘୋଷଣା କରାଯିବ ବୋଲି ଜଣାପଡିଛି । ଜର୍ସି ଲଞ୍ଚ ହେବା ପାଇଁ ସମସ୍ତେ ଅପେକ୍ଷା କରିଛନ୍ତି । ଅତି ନିକଟରୁ ଦେଖିଲେ ଏହା ଦେଖିବାକୁ ମିଳୁଛି ଯେ ଏହା ଏକ ପୋଷାକ ଦୋକାନରେ ବିକ୍ରି ପାଇଁ ରଖାଯାଇଥିବା ଜର୍ସିର ଏକ ଫଟୋ । ଯାହାର ଫଟୋ ନିଆଯାଇ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି ଯାହା ଖୁବ ଭାଇରାଲ ହେବାରେ ଲାଗିଛି ।

Advertisement

ଭାରତୀୟ ଦଳର ଟି -୨୦ ବିଶ୍ୱକପ ଜର୍ସି ସହିତ ଏହାର କୌଣସି ସମ୍ପର୍କ ନଥିବା ଜଣାପଡିଛି । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଚଳିତ ବିଶ୍ୱକପ ଖେଳିବ । ଏହି ଦଳରେ ଉପ-ଅଧିନାୟକଙ୍କ ଦାୟିତ୍ୱ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦିଆଯାଇଛି । ଶିବମ୍ ଦୁବେଙ୍କୁ ମଧ୍ୟ ଏଥିରେ ସ୍ଥାନ ମିଳିଛି । ରିଙ୍କୁ ସିଂ ଏବଂ ଶୁଭମାନ ଗିଲଙ୍କ ପରି ଯୁବ ଖେଳାଳିଙ୍କୁ ରିଜର୍ଭରେ ରଖାଯାଇଛି । ବର୍ତ୍ତମାନ ଦଳରେ ପରିବର୍ତ୍ତନ କରାଯାଇପାରେ ।

Leave a Reply

Your email address will not be published. Required fields are marked *