Pratidin TV

Odisha's Digital News Platform

୨୧,୫୦୦ ଫୁଟ ଉଚ୍ଚରୁ ଡେଇଁ ବିଶ୍ୱର ପ୍ରଥମ ମହିଳା ସ୍କାଏଡ୍ରାଇଭର ହେଲେ ଭାରତୀୟ ଝିଅ..

1 min read

ନୂଆଦିଲ୍ଲୀ: ଗୋଟେ ପଟେ ବିଶ୍ୱକପରେ କମାଲ କରୁଛନ୍ତି ଭାରତୀୟ ପୁଅ । ତ ଅନ୍ୟପଟେ ମହିଳାମାନେ ବି ଭାରତକୁ ଗର୍ବିତ କରିବାକୁ ପଛାଉ ନାହାନ୍ତି । ପୁଣି ଜଣେ ଭାରତୀୟ ଝିଅ ଆଜି ଏକ ନୂଆ ରେକର୍ଡ କରିଛନ୍ତି । ଭାରତ ପାଇଁ ସୁନାମ ଆଣିଲେ ଷ୍ଟାର ସ୍କାଏଡାଇବର ଶୀତଲ ମହାଜନ । ମାଉଣ୍ଟ ଏଭରେଷ୍ଟର ସମ୍ମୁଖରୁ ୨୧, ୫୦୦ ଫୁଟ ଉଚ୍ଚରୁ ଡେଇଁବାରେ ବିଶ୍ୱର ପ୍ରଥମ ମହିଳା ଭାବେ ସେ ଏହି ରେକର୍ଡ ହାସଲ କରିଛନ୍ତି । ଭାରତର ଏକାଧିକ ସ୍କାଏଡାଇଭିଂର ଧାରୀ ୪୧ ବର୍ଷିୟ ପଦ୍ମଶ୍ରୀ ପ୍ରାପ୍ତ ଶୀତଲ ମହାଜନ ନଭେମ୍ବର ୧୩ରେ ପୃଥିବୀର ସର୍ବୋଚ୍ଚ ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟରୁ ସ୍କାଏଡାଇଭିଂ ସମାପ୍ତ କରିଛନ୍ତି ।

ଏନେଇ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଫଟୋ ପୋଷ୍ଟ କରି ଏହି ଖୁସି ଜାହିର କରିଛନ୍ତି ଶୀତଲ । ସେ ଲେଖିଛନ୍ତି, ‘ ମୁଁ ମାଉଣ୍ଟ ଏଭରେଷ୍ଟର ସମ୍ମୁଖ ୨୧୫୦୦ ଫୁଟରୁ ଜୀବନର ସର୍ବଶ୍ରେଷ୍ଠ ଉଚ୍ଚତାରୁ ଡେଇଁଛି । କାଲାପାଥରର ୧୭,୪୪୪ ଫୁଟ / ୫୩୧୭ ମିଟର ଉଚ୍ଚତାରୁ ଅବତରଣ କରିଥିଲି । ମୁଁ ପ୍ରଥମ ମହିଳା ଭାବେ ସର୍ବୋଚ୍ଚ ଉଚ୍ଚତାରେ ସ୍କାଏଡାଇଭ୍ କରିଛି । ପୂର୍ବରୁ ସେ ୧୭,୫୦୦ଫୁଟ ଉଚ୍ଚତାରୁ ନିଜର ପ୍ରଥମଥର ପାଇଁ ଡେଇଁଥିଲେ ।
ଚତୁର୍ଥ ସର୍ବୋଚ୍ଚ ଭାରତୀୟ ନାଗରିକ ପୁରସ୍କାର ପଦ୍ମଶ୍ରୀ ପ୍ରାପ୍ତ ତଥା ବହୁ ସ୍କାଏଡାଇଭିଂ ରେକର୍ଡର ମାଲିକ ୪୧ ବର୍ଷର ଶୀତଲ ମହାଜନ ନଭେମ୍ବର ୧୩ ରେ ପୃଥିବୀର ସର୍ବୋଚ୍ଚ ଶିଖର ଏଭରେଷ୍ଟର ଆଗ ପାର୍ଶ୍ୱରେ ସ୍କାଏଡାଇଭିଂ ସମାପ୍ତ କରିଥିଲେ । ସେ ନଭେମ୍ବର ୧୨ ରେ ସ୍କାଏଡାଇଭିଂ କିମ୍ବଦନ୍ତୀ କ୍ୟାମେରାମେନ ୱେଣ୍ଡି ଏଲିଜାବେଥ ସ୍ମିଥ ଏବଂ ନାଦିଆ ସୋଲୋଭାଇଭାଙ୍କ ସହ ୮,୦୦୦ ଫୁଟରୁ ସିଆଙ୍ଗବୋଚେ ବିମାନବନ୍ଦରରେ ଭାରତୀୟ ପତାକା ସହିତ ଏକ ପତାକା ଜମ୍ପ କରିଥିଲେ ଏବଂ ଜଣେ ମହିଳାଙ୍କ ଦ୍ୱାରା ସର୍ବୋଚ୍ଚ ପତାକା ସ୍କାଏଡାଇଭିଂ ଅବତରଣ ପାଇଁ ଜାତୀୟ ରେକର୍ଡ ହାସଲ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *