Pratidin TV

Odisha's Digital News Platform

ପିଲାଙ୍କୁ ଝୁରୁଛନ୍ତି ଅଞ୍ଜୁ,ପାକିସ୍ତାନରୁ ଆସିବେ ଭାରତ!

ଜୟପୁର: ଉତ୍ତୁରୀ ଗଲା ପ୍ରେମନିଶା, ବଦଳିଗଲା ନିଷ୍ପତ୍ତି । ଅଞ୍ଜୁଙ୍କୁ ବେଶିଦିନ ପର୍ଯ୍ୟନ୍ତ ବାନ୍ଧି ପାରିଲାନି ପ୍ରେମିକ ନାସରୁଲ୍ଲାଙ୍କ ପ୍ରେମ । ପିଲାଙ୍କ ପାଇଁ ଅଞ୍ଜୁଙ୍କର ବିଗିଡିଯାଇଛି ମାନସିକ ସ୍ଥିତି । ନିଜର ଦୁଇଟି ପିଲାଙ୍କୁ ପାଗେଳି ଭଲି ଝୁରୁଛନ୍ତି ଅଞ୍ଜୁ । ଯେଉଁ ଅଞ୍ଜୁ ଦିନେ କହୁଥିିଲେ ଯେ ସେ କେବେ ଭାରତ ଫେରିବେ ନାହିଁ ବୋଲି । ସେହି ଅଞ୍ଜୁ ଏବେ ଭାରତ ମୁହାଁ ହୋଇଛନ୍ତି । କାରଣ ନିଜର ଦୁଇଟି ଛୁଆଁଙ୍କୁ ଛାଡି ପ୍ରେମିକ ପାଖକୁ ଯାଇଥିବା ବେଳେ ଏବେ ସେ୍‌ହି ପିଲା ମାନଙ୍କ ଅଞ୍ଜୁ ଭାରତ ଫେରିବାକୁ ଇଚ୍ଛା କରିଛନ୍ତି । ହଁ ଆଜ୍ଞା ରାଜସ୍ଥାନ ଝିଅ, ପାକିସ୍ତାନୀ ବୋହୂ ଅଞ୍ଜୁଙ୍କ ପ୍ରେମ କାହାଣୀ ବିଷୟରେ ଅଧିକାଂଶ ଲୋକ ଜାଣିଛନ୍ତି । ସିଏ ତାଙ୍କ ପ୍ରେମ ପାଇଁ ଭାରତରେ ନିଜ ସ୍ୱାମୀ ଓ ପିଲାଙ୍କୁ ଛାଡ଼ି ପାକିସ୍ତାନ ଚାଲି ଯାଇଛନ୍ତି ।


ସୂଚନା ମୁତାବକ ଅଞ୍ଜୁ ୨୦୧୯ ମସିହାରେ ସୋସିଆଲ ମିଡିଆ ମାଧ୍ୟମରେ ପାକିସ୍ତାନର ନାସରୁଲ୍ଲାଙ୍କୁ ପ୍ରେମ କରିଥିଲେ । ପରେ ଅଞ୍ଜୁ ସ୍ୱାମୀ ଏବଂ ଦୁଇ ପିଲାଙ୍କୁ ଛାଡ଼ି ଭିସା ନେଇ ପ୍ରେମିକ ପାଇଁ ପାକିସ୍ତାନ ଚାଲିଯାଇଥିଲେ । ଆଉ ତାଙ୍କ ଠାରୁ ଶୁଣିବାକୁ ମିଳୁଥିଲା ଯେ ଆଉ କେବେ ସେ ଭାରତକୁ ଫେରିବେ ନାହିଁ । କିନ୍ତୁ କିଛିଦିନ ପ୍ରେମିକ ନାସରୁଲ୍ଲାଙ୍କ ସହ ସମୟ କାଟିବା ପରେ ଏବେ ତାଙ୍କୁ ତାଙ୍କର ପିଲାଙ୍କ କଥା ମନେ ପଡିଛି । ସେ ସବୁବେଳେ ନିଜର ପିଲାଙ୍କୁ ମନେପକାଇ କାନ୍ଦୁଛନ୍ତି । ନିଜ ପିଲାଙ୍କ କାରଣରୁ ସେ କୁଆଡେ ଆଉ ପାକିସ୍ତାନରେ ରହିବାକୁ ଭଲପାଉନାହାନ୍ତି । ଏକଥା ଆମେ କହୁନୁ ଏକଥା କହିଛନ୍ତି ଅଞ୍ଜୁଙ୍କ ପାକିସ୍ତାନୀ ସ୍ୱାମୀ ନସରୁଲ୍ଲା ।


ସେ ଆହୁରୀ ମଧ୍ୟ କହିଛନ୍ତି ଯେ ସେ ଚାହୁଁ ନାହାଁନ୍ତି ଯେ ଅଞ୍ଜୁଙ୍କ ମାନସିକ ଅବସ୍ଥା ବିଗିଡ଼ି ଯାଉ ବୋଲି । ତେଣୁ ଆସନ୍ତା ମାସ ଅକ୍ଟୋବରରେ ଅଞ୍ଜୁ ଭାରତକୁ ଫେରିବେ । ତେବେ ଅଞ୍ଜୁଙ୍କର ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କାରଣ ନାସରୁଲ୍ଲା ପ୍ରେମରେ ପାଗଳ ଥିବା ଅଞ୍ଜୁ ଏତେ ବଡ ନିଷ୍ପତ୍ତି ବଦଳାଇଲେ କିପରି! ଯଦି ଅଞ୍ଜୁ ପିଲାମାନଙ୍କୁ ଏତେ ଭଲପାଉଥିଲେ ତେବେ ସେ କାହିଁକି ସେମାନଙ୍କୁ ଏକୁଟିଆ ଛାଡି ପାକିସ୍ତାନ ଗଲେ? ତେବେ ସତରେ ଅଞ୍ଜୁ ନିଜ ପିଲାଙ୍କ ପାଇଁ ଭାରତ ଫେରିବାକୁ ଚାହୁଁଛନ୍ତି କି ଏହା ପଛରେ ଅନ୍ୟ କିଛି କାରଣ ଅଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଟ ରହିଛି ।

Leave a Reply

Your email address will not be published. Required fields are marked *