ଏଣିକି ବିନା ଭିସାରେ ଥାଇଲାଣ୍ଡ ଯିବେ ଭାରତୀୟ, ବୁଲି ବୁଲି ଉଠାଇବେ ଥାଇଲାଣ୍ଡର ମଜା..
1 min readଭାରତୀୟଙ୍କ ପାଇଁ ଆସିଲା ଖୁସିର ଖବର । ଆପଣ ଥାଇଲାଣ୍ଡ ଯିବାକୁ ଯୋଜନା କରୁଛନ୍ତି କି ? ତେବେ ଆପଣଙ୍କ ପାଇଁ ଏହା ଡବଲ ଖୁସିରେ ପରିଣତ ହୋଇଯିବ । ଏଣିକି ଆପଣଙ୍କୁ ଥାଇଲାଣ୍ଡ ଯିବା ବେଳେ ଆଉ ଦରକାର ପଡିବ ନି ଭିସା । ଥାଇଲାଣ୍ଡର ଜଣେ ସରାକାରୀ ମୁଖପାତ୍ର ଏନେଇ ଘୋଷଣା କରିଛନ୍ତି । ସରକାରୀ ମୁଖପାତ୍ର କହିଛନ୍ତି ଯେ ଭାରତ ଏବଂ ତାଇୱାନରୁ ଆସୁଥିବା ଲୋକଙ୍କ ପାଇଁ ଭିସା ଆବଶ୍ୟକତାକୁ ଛାଡ କରାଯାଇଛି ।
ତେବେ ଚଳିତ ବର୍ଷ ନଭେମ୍ବର ମାସ ୧୦ ତାରିଖରୁ ୨୦୨୪ ମେ ପର୍ଯ୍ୟନ୍ତ ଏହି ସୁବିଧା ମିଳିବ । ଭାରତୀୟ ଲୋକେ ବିନା ଭିସାରେ ଥାଇଲାଣ୍ଡ ଯାଇ ପାରିବେ । କେବଳ ଏତିକି ନୁହେଁ ୩୦ ଦିନ ପର୍ଯ୍ୟନ୍ତ ସେଠାରେ ରହିପାରିବେ ।ନିଜ ଦେଶକୁ ଅଧିକ ପର୍ଯ୍ୟଟକୁ ନେବା ପାଇଁ ବର୍ତ୍ତମାନ ଭାରତୀୟ ଏବଂ ତାଇୱାନର ନାଗରିକଙ୍କ ପାଇଁ ଭିସା ମୁକ୍ତ କରିଦେଇଛି । ତେବେ ମାତ୍ର ୬ମାସ ପାଇଁ ଏହି ଅଫର ରହିଛି । ପୂର୍ବରୁ ଗତ ସେପ୍ଟେମ୍ବରରେ ଥାଇଲାଣ୍ଡ ଚୀନ ନାଗରିକମାନଙ୍କ ପାଇଁ ଏପରି କରିଥିଲେ । ତେବେ ଭାରତୀୟ ବିଶ୍ୱ ଭ୍ରମଣକାରୀ ପାଇଁ ଏକ ସପ୍ତାହ ଭିତରେ ଏହା ହେଉଛି ଦ୍ୱିତୀୟ ଖବର । ପୂର୍ବରୁ ଶ୍ରୀଲଙ୍କା ମଧ୍ୟ ଭାରତୀୟଙ୍କ ପାଇଁ ଭିସା ମୁକ୍ତ କରିସାରିଛି ।
ଭାରତୀୟ ସରକାରଙ୍କ ତଥ୍ୟରୁ ଜଣାପହଇଛି ଯେ ବିଦେଶ ଯାତ୍ରା କରୁତିବା ଭାରତୀୟଭ୍କ ସଂଖ୍ୟା ୨୦୧୧ରେ ୧.୪ କୋଟି ରହିଥିବା ବେଳେ ବର୍ତ୍ତମାନ ତା ବୃଦ୍ଧି ପାଇ ୨.୭କୋଟିରେ ପହଞ୍ଚି ସାରିଛି । ମହାମାରୀ ପାଇଁ ୨ବର୍ଷ ବିଦେଶ ଭ୍ରମଣ ବନ୍ଦ ରହିଥିବା ବେଳେ ପୁଣି ଥରେ ଏବେ ସବୁ କିଛି ସାଧାରଣ ହୋଇ ଯାଇଛି । ଏବଂ ପୁଣି ପର୍ଯ୍ୟଟକ ମାନେ ବିଦେଶ ଭ୍ରମଣ କରିବା ଆରମ୍ଭ କରି ଦେଇଛନ୍ତି ।