Pratidin TV

Odisha's Digital News Platform

ଆମ୍ବ ଖାଇବାରେ ରେକର୍ଡ ଭାଙ୍ଗିଲେ ଭାରତୀୟ ; କେବଳ ଏପ୍ରିଲ ମାସରେ ଖାଇଗଲେ ୨୫ କୋଟିର ଆମ୍ବ …

1 min read

ନୂଆଦିଲ୍ଲୀ ; ଗ୍ରୀଷ୍ମ ଋତୁର ଆଗମନ ସହିତ ଆମ୍ବ ଋତୁର ମଧ୍ୟ ଆଗମନ ହୋଇଥାଏ । ଗ୍ରୀଷ୍ମ ଋତୁର ଅସହ୍ୟ ଖରା ଗରମକୁ ଭୁଲି କେବଳ ଭାରତୀୟ ମାନେ ହିଁ ଆମ୍ଭର ପାଚିବା ସମୟକୁ ଅପେକ୍ଷା କରିଥାନ୍ତି । ଭାରତୀୟ ମାନେ ଆମ୍ବକୁ ଅଧିକ ପସନ୍ଦ କରନ୍ତି । ସେଥିପାଇଁ ଏଠାରେ ଆମ୍ବକୁ ଫଳମାନଙ୍କର ରାଜା ବୋଲି କୁହାଯାଏ । ଚଳିତ ବର୍ଷ ଆମ୍ବ ପ୍ରତି ଭାରତୀୟଙ୍କ ପ୍ରେମ ନୂଆ ଉଚ୍ଚତାରେ ପହଞ୍ଚିଛି। ସମୟ ଅଭାବରୁ କିମ୍ବା ଉତ୍ତାପକୁ ଏଡାଇବା ପାଇଁ ଲୋକମାନେ ଏ ବର୍ଷ ଅନଲାଇନରେ ଆମ୍ବ ଅର୍ଡର କରିଛନ୍ତି ।

ଭାରତର ପ୍ରସିଦ୍ଧ ଗ୍ରୋସରୀ ଡେଲିଭରି ଆପ୍ ଜେପଟୋର ତଥ୍ୟ /ଡାଟା ଅନୁଯାୟୀ ଚଳିତ ବର୍ଷ ଭାରତୀୟ ମାନେ ଅନଲାଇନରେ ଆମ୍ବ କିଣିବାରେ ଏକ ନିଆରା ରେକର୍ଡ ସୃଷ୍ଟି କରିଛନ୍ତି । କେବଳ ଏପ୍ରିଲ ମାସରେ ଜେପଟୋ ୨୫ କୋଟି ମୂଲ୍ୟର ଆମ୍ବ ଅର୍ଡରକୁ ଡେଲିଭରି କରିଛନ୍ତି । ଏହି ତଥ୍ୟ ଅନୁଯାୟୀ ଜେପଟୋ ପ୍ରତ୍ୟକ ଦିନ ୬୦ ଲକ୍ଷ ମୂଲ୍ୟର ଆମ୍ବ ଅର୍ଡର କରୁଥିଲା । କେବଳ ଏତିକି ନୁହଁ ଆମ୍ବ ପ୍ରେମୀଙ୍କ କ୍ରେଜ୍ ଏ ମାସରେ ମଧ୍ୟ ଲାଗିରହିଛି । ତେବେ ମେ ମାସରେ ଅନଲାଇନ ଆମ୍ବ ବିକ୍ରି ଏପ୍ରିଲ ମାସର ଫଳବିକ୍ରିକୁ ଅତିକ୍ରମ କରିବ ବୋଲି ଆଶା କରାଯାଉଛି ।

Advertisement

ତେବେ ଜେପଟୋରେ ସର୍ବାଧିକ ବିକ୍ରି ହୋଇଥିବା ଆମ୍ବ ହେଉଛି ବାଇଗନପଲେଇ ଏବଂ ଆଲଫୋନସୋ । ଏହି ୨ ପ୍ରକାରର ଆମ୍ବ ଜେପ୍ଟୋରେ ସର୍ବାଧିକ ଅର୍ଡର ହୋଇଥିଲା । ରତ୍ନାଗିରିରୁ ଆମ୍ବ ମୁମ୍ବାଇ, ବାଙ୍ଗାଲୋର ଏବଂ ଦିଲ୍ଲୀ ଭଳି ସହରଗୁଡ଼ିକରେ ଆମ୍ବ ପ୍ରେମୀଙ୍କ ହୃଦୟ ଚୋରି କରିଛି । ଜେପ୍ଟୋରେ ଆମ୍ବ ବିକ୍ରି ର ୩୦ ପ୍ରତିଶତ ଆମ୍ବ ଥିଲା ।
ତେବେ ଜେପଟୋ ୧ହଜାରରୁ ଉର୍ଦ୍ଧ ଚାଷୀଙ୍କଠାରୁ ଆମ୍ବ ନେଇଥାଏ –
ଜେପଟୋ ପ୍ରକାଶ କରିଛି ଯେ ସମଗ୍ର ଭାରତରେ ୧୦୦୦ ରୁ ଅଧିକ ପ୍ରତିଭାଶାଳୀ କୃଷକଙ୍କଠାରୁ ଆମ୍ବ ଉତ୍ସ କରିଥାଏ ।

Leave a Reply

Your email address will not be published. Required fields are marked *