Pratidin TV

Odisha's Digital News Platform

ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ବିଶାଳ ବିଜୟ; ପର୍ଥରେ ୧୩୬ ବର୍ଷର ରେକର୍ଡ ଭାଙ୍ଗିଲା ଇଣ୍ଡିଆ

1 min read

ପର୍ଥ ଟେଷ୍ଟ ଜିତିଲା ଭାରତ | ପର୍ଥ ଟେଷ୍ଟରେ ଭାରତର ଦମଦାର ବିଜୟ | ୨୯୫ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କଲା ଭାରତ | ଦ୍ୱିତୀୟ ଇଂନିସରେ ଅଷ୍ଟ୍ରେଲିଆ ୨୩୮ରେ ଅଲଆଉଟ | ବୁମରାହା ଓ ସିରାଜ ୩ଟି ଲେଖାଏଁ ଵିକେଟ |

ବର୍ଡର-ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆ ବିପକ୍ଷରେ ବିଶାଳ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ଜୟସ୍ୱାଲ ୧୬୧ ଓ କୋହଲି ୧୦୦ ରନ କରି ଶତକ ହାସଲ କରିଥିଲେ । ଫଳରେ ଦଳ ୪୮୭ ରନ କରି କଙ୍ଗାରୁ ଦଳକୁ ୫୩୪ ରନର ବିଶାଳ ଟାର୍ଗେଟ ଦେଇଥିଲା । କିନ୍ତୁ ଆଶା ଅନୁଯାୟୀ ସେ ଏହି ରନ ପାହାଡ ଉପରକୁ ଚଢିିବାରେ ବିଫଳ ହୋଇଥିଲେ। ଏଥିରେ ଭାରତର ଦ୍ରୁତ ବୋଲିଂର ଭୂମିକା ନିର୍ଣ୍ଣାୟକ ଥିଲା। ଅଧିନାୟକ ବୁମ୍‌ରାଙ୍କ ନେତୃତ୍ୱରେ ଭାରତର ପେସ୍‌ ଆକ୍ରମଣ ଉଭୟ ଇନିଂସରେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନଙ୍କ ପରାସ୍ତ କରିଛି। ଏହାର ପ୍ରଭାବ ହେଲା ପର୍ଥରେ ଭାରତକୁ ଏକ ବଡ଼ ବିଜୟ ମିଳିଥିଲା। ଏବଂ ତାଙ୍କର ପ୍ରତିଶୋଧ ମଧ୍ୟ ସଂପୂର୍ଣ୍ଣ ଥିଲା।

Advertisement

ପର୍ଥ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଶେଷ ମ୍ୟାଚ ୨୦୧୮ରେ ଖେଳାଯାଇଥିଲା, ଯାହାକି ଏହି ଗ୍ରାଉଣ୍ଡରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଥିଲା। ସେହି ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ୧୪୬ ରନ ବ୍ୟବଧାନରେ ପରାସ୍ତ କରିଥିଲା। ଏହାର ପ୍ରତିଶୋଧ ନେଇଛି ଭାରତ। ଏହାସହ ୧୩୬ ବର୍ଷର ରେକର୍ଡ ଭାଙ୍ଗିଛନ୍ତି | ଏହି ବିଜୟ ସହ ଭାରତ ୧-୦ରେ ଆଗୁଆ ରହିଛି । ସିରିଜର ଦ୍ୱିତୀୟ ମ୍ୟାଚ ୬ ଡିସମ୍ବେରକୁ ଏଡିଲେଡରେ ଖେଳାଯିବ ।

Leave a Reply

Your email address will not be published. Required fields are marked *