Pratidin TV

Odisha's Digital News Platform

୧୬ରୁ ଟ୍ରାକରେ ଦୌଡ଼ିବ ବନ୍ଦେ ଭାରତ ମେଟ୍ରୋ , ପ୍ରଧାନମନ୍ତ୍ରୀ କରିବେ ଶୁଭାରମ୍ଭ ..

1 min read

 ଖୁବଶୀଘ୍ର ଟ୍ରାକରେ ଦୌଡ଼ିବ ହାଇ ସ୍ପିଡ ବନ୍ଦେ ଭାରତ ମେଟ୍ରୋ ।ବୈଷୟିକ ଜ୍ଞାନ କୌଶଳର ଏହା ହେଉଛି ବଡ଼ ଉପଲବ୍ଧି । ଯାତ୍ରୀଙ୍କ ସୁବିଧା ସହିତ ଶୀଘ୍ର ଏବଂ ଆରାମ ଦାୟକ ଯାତ୍ରା ପାଇଁ ଭାରତୀୟ ରେଳବାଇର ବଡ଼ ପ୍ରୟାସ ।ପାସେଞ୍ଜର, ଏକ୍ସପ୍ରେସ ଏବଂ ସୁପରଫାଷ୍ଟ ଟ୍ରେନ ପରେ ଆସିଥିଲା ‘ବନ୍ଦେ ଭାରତ ଟ୍ରେନ ‘ । ବନ୍ଦେ ଭାରତ ଏକ୍ସପ୍ରେସର ସଫଳତା ପରେ ଲଞ୍ଚ ହେବାକୁ ଯାଉଛି, ‘ବନ୍ଦେ ଭାରତ ମେଟ୍ରୋ ‘। କଣ ଏହି ବନ୍ଦେ ଭାରତ ମେଟ୍ରୋ ? କଣ ରହିଛି ଏହାର ସ୍ବତନ୍ତ୍ରତା ଏବଂ ପୂରା ଫିଚର  ଆସନ୍ତୁ ଜାଣିବା । ଏହା ପ୍ରଥମେ ଗୁଜୁରାଟରୁ ଆରମ୍ଭ ହେବ। ଅହମ୍ମଦାବାଦ ଏବଂ ଭୁଜ ମଧ୍ୟରେ ଗଡ଼ିବ ଏହି ଟ୍ରେନ ।

ଏହା ହେବ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କର କମଳରେ ଶୁଭାରମ୍ଭ ହେବ ଭାରତୀୟ ରେଳବାଇର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନ । ଚଳିତମାସ ସେପ୍ଟେମ୍ବର ୧୬ ତାରିଖ ସୋମବାର ଏହି ଟ୍ରେନ ଚଳାଚଳ ଆରମ୍ଭ କରିବ । ପ୍ରାଥମିକ ପର୍ଯ୍ୟାୟରେ ଏହି ଟ୍ରେନରେ ରହିବ ୧୨ଟି କୋଚ୍ ।ପରବର୍ତ୍ତୀ ସମୟରେ କୋଚ୍ ସଂଖ୍ୟା ୧୬କୁ ବୃଦ୍ଧି କରାଯିବ ।ଯାତ୍ରୀଙ୍କ ସଂଖ୍ୟା ଏବଂ ଚାହିଦାକୁ ଦୃଷ୍ଟିରେ ରଖି ବଢ଼ାଯିବ କୋଚ୍ ସଂଖ୍ୟା ।

Advertisement

ଏଥିରେ ରହିବ ସ୍ବତନ୍ତ୍ର କୋଚ୍ ମିଶ୍ରଣ ବା ୪ଟି କୋଚ୍ କୁ ନେଇ ଗଠିତ ହେବ ଗୋଟିଏ ୟୁନିଟ ବନ୍ଦେ ଭାରତ ଟ୍ରେନରେ ରହିବ ଅଟୋମେଟିକ ଡୋର୍ ବା ସ୍ବୟଂଚାଳିତ ଦ୍ବାର। ଏହାସହିତ ଏଥିରେ ରହିଛି ଉଚ୍ଚ ଆରାମ କୋସିଏଣ୍ଟ । ବନ୍ଦେ ଭାରତ ମେଟ୍ରୋ ଟ୍ରେନର ଡିଜାଇନ ଏପରି କରାଯାଇଛି । ଯାହା ଫଳରେ ଏହା ଅଧିକ ବେଗ ବା ସ୍ପିଡରେ ଗତି କରିପାରିବ । ସାଧାରଣତଃ ବନ୍ଦେ ଭାରତ ଏକ୍ସପ୍ରେସର ବେଗ ଘଣ୍ଟାପ୍ରତି ୧୩୦ କିଲୋମିଟ ରହିଥିବା ବେଳେ, ବନ୍ଦେ ଭାରତ ମେଟ୍ରୋ ଟ୍ରେନର ସ୍ପିଡ ମଧ୍ୟ ଘଣ୍ଟାପ୍ରତି ୧୩୦ କିଲୋମିଟର ରହିବା ନେଇ ସୂଚନା ରହିଛି । ଏହି ଟ୍ରେନ ଦୂର ସ୍ଥାନ ଯାତ୍ରା ପାଇଁ ଡିଜାଇନ ହୋଇଥିବା ବେଳେ, ଏହାର ରେଞ୍ଜ ୧୦୦ ରୁ ୨୫୦ କିଲୋମିଟର ରହିବ ।

Leave a Reply

Your email address will not be published. Required fields are marked *