Pratidin TV

Odisha's Digital News Platform

ଭାରତର ଜ୍ୱାଇଁ  ହେଲେ  ଆମେରିକାର   ଉପରାଷ୍ଟ୍ରପତି ପ୍ରାର୍ଥୀ  ..

ପାଖେଇ ଆସୁଛି ଆମେରିକାର ରାଷ୍ଟ୍ରପତି  ନିର୍ବାଚନ। ଯାହାକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି।   ରିପବ୍ଲିକାନ ପାର୍ଟି ତରଫରୁ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିବା ବେଳେ ଉପରାଷ୍ଟ୍ରପତି ପଦ ପାଇଁ ଜେଡି ଭାନ୍ସଙ୍କ ନାମ ଘୋଷଣା କରାଯାଇଛି। ଜେ.ଡି. ଭାନ୍ସଙ୍କ ସ୍ତ୍ରୀ ଉଷା ଚିଲୁକୁରି ଭାନ୍ସ ଜଣେ ଭାରତୀୟ ବଂଶୋଦ୍ଭବ।  ତଥା ହିନ୍ଦୁ ଧର୍ମାବଲମ୍ବୀ । ତାଙ୍କ ପତ୍ନୀଙ୍କ ଧର୍ମବିଶ୍ୱାସ ତାଙ୍କୁ ସବୁ ସମୟରେ ସହାୟତା କରି ଆସିଛି ବୋଲି ଭାନ୍ସ କହିଛନ୍ତି। 

ଉଷାଙ୍କ ବାପା କ୍ରିସ୍‌ ସାନ୍‌ ଡିଆଗୋ ଷ୍ଟେଟ୍‌ ୟୁନିଭର୍ସିଟିରେ ଅଧ୍ୟାପନା କରନ୍ତି। ମା’ ଲକ୍ଷ୍ମୀ ଜଣେ ମେରାଇନ୍‌ ବାୟୋଲୋଜିଷ୍ଟ। ଉଷା ପେସାରେ ଜଣେ ଆଇନଜୀବୀ। ସେ ୟେଲ୍‌ ୟୁନିଭର୍ସିଟିରେ ଇତିହାସରେ ସ୍ନାତକ ଏବଂ କ୍ୟାମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରେ ଦର୍ଶନଶାସ୍ତ୍ରରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ୟେଲ୍‌ ଲ ସ୍କୁଲରେ ପଢ଼ିବାବେଳେ ଉଷା ଓ ଜେ.ଡି.ଙ୍କ ମଧ୍ୟରେ ସହ ଭେଟ ହୋଇଥିଲା। ୨୦୧୪ରେ ଉଭୟେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଏହି ଦମ୍ପତିଙ୍କ ୩ ପିଲା ଅଛନ୍ତି। ଭାରତୀୟ ସଂସ୍କୃତି ଓ ମୂଲ୍ୟବୋଧକୁ ସବୁବେଳେ ଗୁରୁତ୍ୱ ଦେଉଥିବା ଉଷାଙ୍କୁ ତାଙ୍କ ସ୍ବାମୀଙ୍କ ସଫଳତାର ଶ୍ରେୟ ଦିଆଯାଇଥାଏ।

Leave a Reply

Your email address will not be published. Required fields are marked *