Pratidin TV

Odisha's Digital News Platform

ପ୍ରେମିକାକୁ ସ୍ତ୍ରୀ କରିବା ପାଇଁ କିନ୍ନର ବଦଳାଇଲେ ଲିଙ୍ଗ,ତାପରେ କଲେ ବିବାହ..

1 min read

ପ୍ରେମ ପାଇଁ ଲୋକ ସାତ ଦରିଆ ପାର କରୁଥିବା ଖବର ଆପଣ ମାନେ ଶୁଣିଥିବେ । ତେବେ କିଛି ମାମଲା ଏଭଳି ବି ଅଛି ପ୍ରେମ ପାଇଁ ନିଜ ଜାତୀୟ, ଲିଙ୍ଗ ମଧ୍ୟ ଭୁଲି ଯାଉଛନ୍ତି । ତେବେ ପୁଣି ଏକ ଖବର ଏବେ ସାମ୍ନାକୁ ଆସିଛି । ୪୭ ବର୍ଷ ବୟସରେ ଲିଙ୍ଗ ପରିବର୍ତ୍ତନ କର ନିଜ ପ୍ରେମିକାକୁ ବିବାହ କରିଛନ୍ତି । ତେବେ ଏଘଟଣା ମଧ୍ୟପ୍ରଦେଶର ଇନ୍ଦୋରର ଅଟେ । ଜଣେ କିନ୍ନର ତାଙ୍କ ଦୀର୍ଘ ଦିନର ପ୍ରେମିକାକୁ ‘ସ୍ପେସାଲ୍ ମ୍ୟାରେଜ୍ ଆକ୍ଟ’ ଅନୁଯାୟୀ ବାହା ହୋଇଥିବା କଥା ଏକ ରିପୋର୍ଟରେ ପ୍ରକାଶ ପାଇଛି । ଲିଙ୍ଗ ପରିବର୍ତ୍ତନ କରି ଅସ୍ତିତ୍ୱ ସୋନି ହୋଇଥିବା ବ୍ୟକ୍ତିଜଣକ ପୂର୍ବରୁ ଅଳକା ନାଁରେ ପରିଚିତ ଥିଲେ । ପରିବାର ଅଦାଲତରେ ଆୟୋଜିତ ବିବାହ ଅନୁଷ୍ଠାନରେ ସେ ପ୍ରେମିକା ଆସ୍ଥାଙ୍କୁ ବାହା ହେବା ବେଳେ ଉଭୟଙ୍କ ପରିବାରବର୍ଗ ଉପସ୍ଥିତ ଥିଲେ । ଏବେ ଅସ୍ତିତ୍ୱ ହୋଇଥିବା ଅଳକା ଜନ୍ମ ହେବାର କିଛି ବର୍ଷ ପରେ ଜାଣିଲେ ଯେ, ସେ ନାରୀ ନୁହଁନ୍ତି ପୁରୁଷ । ତେଣୁ, ସେ ଜଣେ ପୁରୁଷ ଭାବେ ନିଜ ଜୀବନ ଅତିବାହିତ କରୁଥିଲେ ।

ନିଜର ୪୭ତମ ଜନ୍ମଦିନରେ ସେ ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର କରାଇଲେ । ବିବାହ ପୂର୍ବରୁ ନିଜ ପରିସ୍ଥିତି ସଂକ୍ରାନ୍ତରେ ବର୍ଣ୍ଣନା କରି ଦୁହେଁ ଇନ୍ଦୋର ଉପଜିଲ୍ଲାପାଳ ରୋଶନ୍ ରାୟଙ୍କ ନିକଟକୁ ଦରଖାସ୍ତ ପଠାଇଥିଲେ । ଜିଲ୍ଲାପାଳଙ୍କଦ୍ୱାରା ଯାଞ୍ଚ କରାଯିବା ପରେ ସେମାନଙ୍କ ଦରଖାସ୍ତ ଗୃହୀତ ହୋଇଥିଲା ଏବଂ ଉଭୟ ପକ୍ଷଙ୍କୁ ସୂଚନା ଦିଆଯାଇଥିଲା ।

Advertisement

ଗୁରୁବାର ଦିନ ଦୁଇ ପକ୍ଷରୁ ୨ଜଣ ସାକ୍ଷୀ ଓ ଜଣେ ମିଳିତ ସାକ୍ଷୀଙ୍କ ଉପସ୍ଥିତିରେ ଅସ୍ତିତ୍ୱ ଓ ଆସ୍ଥା ପରିବାର ଅଦାଲତରୁ ସେମାନଙ୍କ ବିବାହ ପ୍ରମାଣପତ୍ର ଗ୍ରହଣ କରିଛନ୍ତି । ପରସ୍ପର ମଧ୍ୟରେ ବୁଝାମଣା କରିବା ପରେ ବିବାହ କରିବା ଲାଗି ଦୁହେଁ ନିଷ୍ପତ୍ତି ଗ୍ରହଣ କରିଥିଲେ । ସମ୍ପର୍କ ତିଷ୍ଠି ରହିବ କି, ନାହିଁ ପରୀକ୍ଷା କରିବା ଲାଗି ବିବାହ ପୂର୍ବରୁ ଦୁହେଁ ପରସ୍ପର ସହିତ କେତେ ମାସ ଏକତ୍ର ଅତିବାହିତ କରିଥିଲେ । ଆମ ଦୁହିଁଙ୍କ ପରିବାର ସମ୍ମତିରେ ବିବାହ ବ୍ୟବସ୍ଥା କରିଛୁ ।

Leave a Reply

Your email address will not be published. Required fields are marked *