Pratidin TV

Odisha's Digital News Platform

MBA ଥିଓରୀ , Practical ଚୋରୀ

1 min read

ଭୁବନେଶ୍ୱର : ହଁ ଆଜ୍ଞା ଆପଣଙ୍କୁ ଆମ ହେଡ୍ ଲାଇନ ପଢି ଟିକେ ଅଜବ୍ ଲାଗୁଥିବା ।କିନ୍ତୁ ରାଜଧାନୀର ଏହି ଘଟଣାଟି ହିଂ ସେମତି ଘଟିଛି । ଯାହା ଆପଣଙ୍କୁ ଚମକାଇଦେବ । ଇମ୍ଫୋସିଟିର ଏକ ହଷ୍ଟଲରେ ରହି ପାଠପଡୁଥିବା ଏମିବିଏର ପ୍ରଥମ ବର୍ଷ ଛାତ୍ରୀ ପୂଜା ସାହା । ବାପାମା ଝିଅକୁ ଏମବିଏ ପଢିବାକୁ ଭୁବନେଶ୍ୱର ଛାଡିଥିଲେ । କିନ୍ତୁ ଏଠି ଝିଅ ଥିଓରି କମ୍ ପ୍ରାକ୍ଟିକାଲ ଅଧିକ ଶିଖୁଥିଲା । ପୂଜା ରହୁଥିବା ହଷ୍ଟେଲରୁ ତାଙ୍କ ନାରେ ଚୋରୀ ଅଭିଯୋଗ ଆସିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଦେଇଥିଲା ।

ଯାହା ଆଜି ସତ୍ୟ ପ୍ରମାଣ ହେବାପରେ ପୂଜା ସହ ତାଙ୍କର ଜଣେ ସହେଯାଗୀଙ୍କୁ ଗିରଫ୍ କରିଛି ଇମ୍ପୌସିଟି ଥାନା ପୋଲିସ । ସୂଚନା ଅନୁ୍‌ାୟୀ ପୂଜା ଗତ ସେପ୍ଟେମ୍ବର ମାସରୁ ଘର ଛାଡି ହଷ୍ଟେଲରେ ରହିବାକୁ ଯାଇଥିଲେ । ହଷ୍ଟେଲ କତ୍ତୃପକ୍ଷଙ୍କ କହିବା ଅନୁଯାୟୀ ପୂଜା ସେଠାକୁ ଆସିବା ପୂର୍ବରୁ ଏମିତି କିଛି ଘଟଣା ଆଗରୁ ଘଟିନଥିଲା । ସେ ଆସିବା ପରେ ହିଁ ପିଲାଙ୍କ ମୋବାଇଲ , ଲ୍ୟାପଟପ୍ ଏବଂ ଟଙ୍କା ଚୋରୀ ହେଉଥିଲା । ଯେଉଁଥିପାଇଁ ଅନ୍ୟ ଛାତ୍ରୀମାନଙ୍କ ଆଙ୍ଗୁଠି ପୂଜା ଉପରେ ହିଁ ଉଠୁଥିଲା ।

Advertisement

ତେବେ ଏହି ମାମଲାର ଅଭିଯୋଗ ପରେ ଇମ୍ପୋସିଟି ପୋଲିସ ତଦନ୍ତ ଆରମ୍ଭ କରିଦେଇଥିଲା । ଯେଉଁଥିରୁ ଜଣାପଡିଥିଲା କି ପୂଜା ଏସବୁ ଜିନିଷ ଚୋରୀ କରି ତାଙ୍କର ଜଣେ ସହେଯାଗୀ ଅହମ୍ମଦଙ୍କୁ ପଠାଉଥିଲେ । ଏବଂ ଅହମ୍ମଦ ସେସବୁ ଜିନିଷକୁ କଲିକତାର ଏକ ଦୋକାନରେ ବିକ୍ରି କରିଦେଇ ପୂଜାଙ୍କୁ ପଇସା ପଠାଉଥିଲେ ।

ତେବେ ପୋଲିସ ତଦନ୍ତରୁ ଆଉ ଏକ ଖବର ମଧ୍ୟ ଶୁଣିବାକୁ ମିଳୁଛି ଯେ ପୂଜା ନିଜ ଘରୁ ମଧ୍ୟ ଅନେକ ଜିନିଷ ଚୋରୀ କରି ବିକ୍ରି କରିଦେଉଥିଲେ । ତେବେ ଏଠି ପୋଲିସ ସନ୍ଦେହ ପ୍ରକାଶ କରିଛି ଯେ ଏତେସବୁ ଟଙ୍କାର ଉପଯୋଗ ପୂଜା କଣ ପାଇଁ କରୁଥିଲେ । ସେ କୌଣସି ପ୍ରକାରର ନିଶା ଆଡିକ୍କଟେଟ୍ ନହାନ୍ତି ତ ? ଏନେଇ ପୋଲିସ ପୂଜା ଏବଂ ସହେଯାଗୀ ଅହମ୍ମଦଙ୍କୁ ଗିରଫ୍ କରି ତାଙ୍କ ପାଖରୁ ୩ଟି ଲ୍ୟାପ୍‌ଟପ୍ ଓ ୪ ଟି ମୋବାଇଲ ଫୋନ ଜବତ କରିବା ସହ ସେମାନଙ୍କୁ ଅଲଗା ଅଲଗା ପଚରାଉଚରା ଚଲାଇଛି । ଏହି କେସ୍ ସହ ଡ୍ରଗ୍ସ ଲିଙ୍କ ଥିବା ନେଇ ପୋଲିସ ଏହି ମାମଲାଟିକୁ ଗୁରୁତରର ସହ ନେଇଛି ।

Leave a Reply

Your email address will not be published. Required fields are marked *