Pratidin TV

Odisha's Digital News Platform

ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା; ଅଯୋଗ୍ୟ ହିତାଧିକାରୀଙ୍କ ପାଇଁ ଜାରି ହେବ ନୂଆ ଗାଇଡଲାଇନ

1 min read

ପୁଣି ଆସିବ ସୁଭଦ୍ରା ଗାଇଡଲାଇନ । ଅଯୋଗ୍ୟଙ୍କୁ ସାମିଲ ପାଇଁ ଗାଇଡଲାଇନ ଆସିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଯେଉଁମାନେ ବାଦ୍‌ ପଡ଼ିଛନ୍ତି ସେମାନଙ୍କ ପାଇଁ ନୂଆ ଗାଇଡଲାଇନ ଆସିବ । ବାଦ୍‌ ପଡିଥିବା ୨ ଲକ୍ଷ ୬୭ ହଜାର ମହିଳାଙ୍କ ପାଇଁ ମୋଡାଲିଟି ପ୍ରସ୍ତୁତ ହେବ । ଆଜି ଅପରାହ୍ନରେ ବୈଠକ ବସି ଏନେଇ ରୂପରେଖ ପ୍ରସ୍ତୁତ ହେବା ପରେ ଗାଇଡଲାଇନ ଜାରି ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ବୈଠକରେ ଖାରଜ ଲିଷ୍ଟ ଉପରେ ଆଲୋଚନା କରାଯିବ। ଆଉ ଖୁବଶୀଘ୍ର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଆସିବ ବୋଲି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୧ କୋଟିରୁ ଅଧିକ ମହିଳା କରିଛନ୍ତି ଆବେଦନ ।

Advertisement

ସୂଚନା ଅନୁଯାୟୀ, ଏବେ ପର୍ଯ୍ୟନ୍ତ ମୋଟ ଦୁଇଟି ପର୍ଯ୍ୟାୟରେ ପାଖାପାଖି ୬୦ ହଜାର ଯୋଗ୍ୟ ମହିଳାଙ୍କୁ ବହୁ ଚର୍ଚ୍ଚିତ ସୁଭଦ୍ରାର ପ୍ରଥମ କିସ୍ତି ୫୦୦୦ ହଜାର ଲେଖାଁଏ ମିଳିସାରିଛି । ଏବେ ପର୍ଯ୍ୟନ୍ତ କୋଟିଏରୁ ଅଧିକ ମହିଳା ଆବେଦନ କରିସାରିଲେଣି । ସୁଭଦ୍ରା ଯୋଜନା ଓଡ଼ିଶାର ସର୍ବବୃହତ୍ତ ଯୋଜନା । ଡବଲ ଇଂଜିନ ସରକାରରେ ଡବଲ ବିକାଶ ହେବ, ଡବଲ ଫାଇଦା ମିଳିବ । ତେବେ ଓଡ଼ିଶାର ଯୋଗ୍ୟ ମହିଳା ଯାହାଙ୍କ ବୟସ ୨୧ ରୁ ୫୯ ବର୍ଷ ମଧ୍ୟରେ ହୋଇଥିବ ସେମାନେ ଏହି ଯୋଜନାରେ ସାମିଲ ହେବେ ।

Leave a Reply

Your email address will not be published. Required fields are marked *