Pratidin TV

Odisha's Digital News Platform

ଲକ୍ଷ୍ନୌ ସୁପର ଜାଏଣ୍ଟସ ଲାଗିଲା ବଡ ଝଟକା , ଆହାତ ସମସ୍ୟା ପାଇଁ ଟିମ୍ ରୁ ବାଦ ପଡିଲେ ଏହି ଖେଳାଳୀ ..

1 min read

ଲକ୍ଷ୍ନୌ ସୁପର ଜାଏଣ୍ଟସ ଲାଗିଲା ବଡ ଝଟକା । ଆହତ ସମସ୍ୟା ସମ୍ପୂର୍ଣ୍ଣ ଟୁର୍ନାମେଣ୍ଟ ରୁ ଓହରିଲେ ପେଶ ବୋଲର ଷ୍ଟାର ଫାଷ୍ଟ ବୋଲର ଶିଭମ୍ ମାଭି । ମଙ୍ଗଳବାର ସନ୍ଧ୍ୟାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ (ଖଝଏ) ମଧ୍ୟରେ ଏକ ମ୍ୟାଚ୍ ଖେଳାଯାଇଥିଲା । ଯେଉଁଥିରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ୨୮ ରନ୍ ବ୍ୟବଧାନରେ ମ୍ୟାଚ୍ ଜିତିଥିଲା । ହେଲେ ଏହି ବିଜୟ ପରେ ଦଳକୁ ଲାଗିଛି ଝଟକା ।

ଲକ୍ଷ୍ନୌ ସୁପର ଜାଏଣ୍ଟସର ଷ୍ଟାର ଫାଷ୍ଟ ବୋଲର ଶିଭମ୍ ମାଭି ଆହତ ହୋଇଛନ୍ତି ଏବଂ ସମ୍ପୂର୍ଣ୍ଣ ୧୭ ତମ ସିଜିନରୁ ବାଦ୍ ପଡିଛନ୍ତି । ଏନେଇ ଲକ୍ଷ୍ନୌ ସୁପର ଜାଏଣ୍ଟସ ପକ୍ଷରୁ ଏକ ଭିଡିଓ ସେୟାର କରି ସୂଚନା ଦିଆଯାଇଛି ।ସୂଚନାଥାଉ ଯେ, ୨୫ ବର୍ଷୀୟ ଶିବମ ମାଭିଙ୍କୁ ଲକ୍ଷ୍ନୌ ସୁପର ଜଏଣ୍ଟସ୍ ଆଇପିଏଲ୍ ୨୦୨୪ ନିଲାମରେ ୬.୪ କୋଟି ଟଙ୍କାରେ କିଣିଥିଲେ । ରିପୋର୍ଟ ଅନୁଯାୟୀ, ମାଭି ମ୍ୟାଚ୍ ଆରମ୍ଭରୁ ସମ୍ପୂର୍ଣ୍ଣ ଫିଟ୍ ନଥିଲେ ଏବଂ ସେଥିପାଇଁ ସେ ଚଳିତ ସିଜନରେ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍ ଖେଳି ନାହାଁନ୍ତି, ଏବଂ ଶେଷରେ ମାଭି ଦଳ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ଲକ୍ଷ୍ନୌ ଫ୍ରାଞ୍ଚାଇଜ୍ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛି । ଏହି ଭିଡିଓରେ ଶିଭମ୍ ମାଭିଙ୍କୁ କ୍ୟାମ୍ପ ଛାଡୁଥିବାର ଦେଖିବା ପାଇଁ ମିଳୁଛି ।

ଚଳିତ ବର୍ଷ ସିଜିନ୍ ଆରମ୍ଭରୁ ହିଁ ଲକ୍ଷ୍ନୌ ସୁପର ଜାଏଣ୍ଟସ ଖେଳାଳୀଙ୍କୁ ନେଇ ଆହତ ସମସ୍ୟା ଲାଗି ରହିଛି । ଦ୍ରୁତ ବୋଲର ମହମ୍ମଦ ସାମି ମଧ୍ୟ ଆହତ ପାଇଁ ସିଜିନରୁ ବାଦ୍ ପଡିଛନ୍ତି । ଏହାପରେ ଦଳର ଅଧିନାୟକ କେଏଲ ରାହୁଲ ମଧ୍ୟ ଆହତ ସମସ୍ୟା ପାଇଁ ପଞ୍ଜାବ କିଙ୍ଗସ୍ ବିପକ୍ଷ ମ୍ୟାଚରେ ଅଧିନାୟକତ୍ୱ କରିନଥିଲେ ।

Leave a Reply

Your email address will not be published. Required fields are marked *