Pratidin TV

Odisha's Digital News Platform

ନିରୀହ ନାବାଳିକା ଜନ୍ମଦିନରେ କେକ ଖାଇ ମୃତ୍ୟୁ କରିଥିବା ଘଟଣାରେ ଆସିଲା ସାଂଘାତିକ ରିପୋର୍ଟ

1 min read

ଜନ୍ମଦିନରେ କେକ ଖାଇ ୧0 ବର୍ଷୀୟ ଝିଅର ମୃତ୍ୟୁ ହୋଇଥିବା ଘଟଣାରେ ଆସିଲା ସାଙ୍ଘାତିକ ତଥ୍ୟ | ବାସି କେକ ନୁହେଁ ବରଂ ଅଧିକ ସ୍ୱାଦିଷ୍ଟ କରିବା ପାଇଁ ସେଥିରେ ସିନ୍ଥେଟିକ ତଥା କୃତିମ ଉପାଦାନ ମିଶାଯାଇଥିବା କଥା ରିପୋର୍ଟରେ ଆସିଛି | ଯେଉଁ କେକକୁ ନାବାଳିକା ନିଜ ଜନ୍ମଦିନରେ ଖାଇ ମୃତ୍ୟୁ ହୋଇଥିଲା | କେବଳ ସେ ଏକା ନୁହନ୍ତି ପୁରା ପରିବାର ଲୋକେ ହୋଇପଡିଥିଲେ ଅସୁସ୍ଥ |

ତେବେ ଏହି କେକକୁ ସେମାନେ ପଟିଆଲାର ବେକରିରୁ ମଗାଇଥିଲେ | ତେବେ କେକ ଖାଇ ନାବାଳିକାଙ୍କୁ ହୋଇଥିଲା ମୃତ୍ୟୁ | ଯାହାପରେ ଉକ୍ତ କେକର ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା | ଏବଂ କେକରେ ଅଧିକ ପରିମାଣର ସାକରିନ ସହ କେକକୁ ଅଃଦ୍ଧିକ ସ୍ୱାଦିଷ୍ଟ କରିବା ପାଇଁ ସେଥିରେ ସିନ୍ଥେଟିକ ତଥା କୃତିମ ଉପାଦାନ ମିଶାଯାଇଥିଲା ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଭିଜୁଆଲ ଜେନେରାଲ କହିଛନ୍ତି | ମିଠା ପାଇଁ ଅଳ୍ପ ପରିମାଣର ସାକରିନ ବ୍ୟବହାର କରାଯାଏ | କିନ୍ତୁ ଅଧିକ ପରିମାଣର ସାକରିନ ରକ୍ତର ଗ୍ଲୁକୋଜ ପରିମାଣ ଅଧିକ ବଢ଼ାଇଦେଇଥାଏ | ଯାହା ଶରୀର ପାଇଁ କ୍ଷତିକାରକ ସାଜିଥାଏ |

Advertisement

ତେବେ ଏହି ରିପୋର୍ଟ ଆସିବା ପରେ କେକ ଦୋକାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ଜୋରିମାନା ଲାଗୁ କରାଯିବା ନେଇ କହିଛନ୍ତି ଅଧିକାରୀ |

Leave a Reply

Your email address will not be published. Required fields are marked *