Pratidin TV

Odisha's Digital News Platform

ନିର୍ବାଚନ ପ୍ରଚାର ପାଇଁ ଆସିଥିବା କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁରଙ୍କ ହେଲିକେପ୍ଟର ଯାଞ୍ଚ ..

1 min read

କେନ୍ଦ୍ର ମନ୍ତ୍ରୀ ଶାନ୍ଟୁନୁ ଠାକୁର ଙ୍କ ହେଲିକପ୍ଟର ଯାଞ୍ଚ କଲେ ରାଇଘର ନିର୍ବାଚନ ଅଧିକାରୀ। ନିର୍ବାଚନ ପ୍ରଚାର ପାଇଁ ରାଇଘର ଗସ୍ତରେ ଆସିଥିଲେ କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁର । ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ ରାଇଘର ସ୍ଥିତ ମିନି ଷ୍ଟାଡିୟମଠାରେ ନିର୍ବାଚନୀ ସଭାରେ ଯୋଗ ଦେବାକୁ ଆସିବା ସମୟରେ ଯାଞ୍ଚ କରିଛନ୍ତି ଅଧିକାରୀ।ନିର୍ଵାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ରମନ୍ତ୍ରୀ ଆସିଥିବା ହେଲିକପଟରକୁ ଫ୍ଲ।ୟିଙ୍ଗ ସ୍କ୍ୱାଡ଼ ମୁଖ୍ୟ ତଥା ରାଇଘର ବିଡିଓ ଲକ୍ଷ୍ମୀ ସାଗର ମାଝୀ ଓ କନିଷ୍ଠ ଯନ୍ତ୍ରୀ ଦୁର୍ଗା ଚରଣ ହାଁସଦା ଯାଞ୍ଚ କରିଥିଲେ ।

ନିର୍ବାଚନୀ ପ୍ରଚାର ରେ ଉମରକୋଟ ନିର୍ବାଚନ ମଣ୍ଡଳୀ  ରାଇଘର ଗସ୍ତ ରେ ଭାରତୀୟ ଜନତା ପାର୍ଟିର କେନ୍ଦ୍ର ମନ୍ତ୍ରୀ ଶାନ୍ତନୁ ଠାକୁର ।  ନବରଙ୍ଗପୁର ଜିଲ୍ଲାର ଉମରକୋଟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଇଘର ମିନି ଷ୍ଟାଡିୟମରେ ଗୁରୁବାର ସକାଳ ୧୧ଘଣ୍ଟା ସମୟରେ ପହଁଚିବା ପରେ ହେଲିକପଟର କୁ ଯାଞ୍ଚ୍ କରାଯାଇଥିଲା ।ଯାଞ୍ଚ ରେ କିଛି ମିଳି ନଥିବା ଜଣା ପଡିଥିଲା।

Advertisement

Leave a Reply

Your email address will not be published. Required fields are marked *