Pratidin TV

Odisha's Digital News Platform

ପ୍ରେରଣା ସାଜିଲେ ୭୮ ବର୍ଷୀୟ ମହିଳା…ଅକ୍ସିଜେନ୍ ସପୋର୍ଟରେ ଥାଇ ଭୋଟ ଦେବାକୁ ଆସିଲେ

1 min read

ନିର୍ବାଚନ ଭୋଟ ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି | ଏପ୍ରିଲ ୨୩ ରେ ଅନୁଷ୍ଠିତ ହୋଇଥିବା ନିର୍ବାଚନ ଭୋଟ ଦ୍ୱିତୀୟ ପର୍ଯ୍ୟାୟରେ ନିମୋନିଆରେ ଆକ୍ରାନ୍ତ ତଥା ଅକ୍ସିଜେନ ସହାୟତରେ ଥିବା ୭୮ ବର୍ଷ ବୟସ୍କା ମହିଳା ଶୁକ୍ରବାର ଦିନ କର୍ଣ୍ଣାଟକରେ ଭୋଟ୍ ଦେବାକୁ ଆସିଥିଲେ | ସେ ଭୋଟ ଦେଇ ଦେଶ ପ୍ରତି ଥିବା ତାଙ୍କର କର୍ତ୍ତବ୍ୟ ଦାୟିତ୍ୱ ପୁରାଣ କରିଛନ୍ତି |

ସୂଚନା ଅନୁଯାୟୀ, କାଶ, ନିଶ୍ୱାସ ପ୍ରଶ୍ୱାସ ଓ ଥକାପଣ ଅଭିଯୋଗ କରିବା ପରେ ମହିଳାଙ୍କୁ ବେଙ୍ଗାଲୁରୁର ମଣିପାଲ ହସ୍ପିଟାଲ ଜୟନଗର ନିଆଯାଇଥିଲା। ତାଙ୍କର ଡାକ୍ତରୀ ପରୀକ୍ଷା ପରେ ତାଙ୍କର ଅକ୍ସିଜେନ ସ୍ତର ୮0 ପ୍ରତିଶତ ବୋଲି ଜଣାପଡିଛି।

Advertisement

ତେବେ ଏପରି ଗୁରୁତର ଚିକିତ୍ସା ଅବସ୍ଥା ସତ୍ତ୍ୱେ ୭୮ ବର୍ଷ ବୟସ୍କା ମହିଳା କର୍ଣ୍ଣାଟକର ୧୪ଟି ଲୋକସଭା ଆସନ ଆଜି ମତଦାନକୁ ଯାଉଥିବାରୁ ଭୋଟ୍ ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ । ଡାକ୍ତରୀ ଦଳର ସହାୟତାରେ ମହିଳାଙ୍କୁ ଜୟନଗର ନିର୍ବାଚନମଣ୍ଡଳୀରେ ଏକ ମତଦାନ ବୁଥକୁ ନିଆଯାଇଥିଲା, ଯେଉଁଠାରେ ସେ ଏକ ଷ୍ଟ୍ରେଚରରେ ଭୋଟ୍ ଦେଇଥିଲେ।

ଭୋଟ ଦେବାର ଆମର ଅଧିକାର | କିନ୍ତୁ କିଛି ଲୋକ ଭୋଟ ନ ଦେଇ ଅବହେଳା କରୁଥିବା ସମୟରେ ପ୍ରେରଣା ସାଜିଛନ୍ତି ଜଣେ ୭୮ ବର୍ଷିୟ ରୋଗୀ ମହିଳା | ଭଲରେ ଥିବା ଭୋଟ ଅବହେଳା ଲୋକଙ୍କ ପାଇଁ ଉଚିତ ଶିକ୍ଷା ବୋଲି କହିଛନ୍ତି | ନିଜ ସ୍ୱାସ୍ଥ୍ୟ କଥା ଏବଂ ଖରା ଗରମ କଥା ନ ଚିନ୍ତା କରି ସେ ଭୋଟ ଦେଇ ନିଜ ଦାୟିତ୍ୱ ପୁରାଣ କରିଛନ୍ତି | ଯାହାର ଏବେ ଖୁବ ଭାଇରାଲ ହେବାରେ ଲାଗିଛି |

Leave a Reply

Your email address will not be published. Required fields are marked *