Pratidin TV

Odisha's Digital News Platform

ଆଉ ରହିବନି ଇନଷ୍ଟାଗ୍ରାମରେ ବିୟୁଟି ଫିଲ୍ଟର …

1 min read

ଇନଷ୍ଟାଗ୍ରାମକୁ ଆଜି ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ବ୍ୟବହାର କରୁଛନ୍ତି। ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କ ଦ୍ୱାରା ଅନେକ ପୋଷ୍ଟ ଏବଂ ଷ୍ଟୋରୀ ପ୍ରତିଦିନ ସାମ୍ନାକୁ ଆସୁଛି। ଇନଷ୍ଟାଗ୍ରାମ ରେ ଭଡ଼ିଓ କରିବାକୁ ସମସ୍ତେ ଚାହଁନ୍ତି । ଏଥିରେ ଫିଲ୍ଟରପକାଇ ନିଜକୁ ସୁନ୍ଦର କରି ସମସ୍ତେ ଭିଡିଓ ତିଆରି କରିଥାନ୍ତି ।  ହେଲେ ଏବେ ମିଡିଆ ଆପ୍ ଇନଷ୍ଟାଗ୍ରାମରେ ମିଳିବନି ବିୟୁଟି ଫିଲ୍ଟର।  ଆପରୁ ଏହି ଫିଲ୍ଟର ହଟାଇବା ପାଇଁ ନିଷ୍ପତ୍ତି ନେଇଛି ମେଟା ମାଲିକାନା ଇନଷ୍ଟାଗ୍ରାମ। ମେଟା ଘୋଷଣା କରିଛି ଯେ, ଥାର୍ଡ-ପାର୍ଟି ଅଗମେଣ୍ଟେଡ ରିଆଲିଟି (AR) ଟେକ୍ନୋନୋଜିରେ ପ୍ରସ୍ତୁତ ଫିଲ୍ଟର, ଯେଉଁଗୁଡିକ ବାସ୍ତବତାଠାରୁ ବଢେଇ ଚଢେଇ ରୂପ ଦେବାକୁ ବ୍ୟବହାର କରାଯାଏ, ସେଗୁଡିକୁ ପ୍ଲାଟଫର୍ମରୁ ହଟାଇ ଦିଆଯିବ।

ଜାନୁଆରୀ 2025 ସୁଦ୍ଧା ଏସବୁ ବିୟୁଟି ଫିଲ୍ଟର ଉପଲବ୍ଧ ହେବ ନାହିଁ ବୋଲି ମେଟା କହିଛି। ଏହାର ଅର୍ଥ କେବଳ ଇନଷ୍ଟାଗ୍ରାମ ନୁହେଁ, ମେଟା ମାଲିକାନାରେ ଥିବା ହ୍ୱାଟସ୍ଆପ୍ ଏବଂ ଫେସବୁକରେ ମଧ୍ୟ ଏସବୁ ଫିଲ୍ଟର ଉପଲବ୍ଧ ହେବନାହିଁ।  ଇନଷ୍ଟାଗ୍ରାମର ସବୁଠୁ ଲୋକପ୍ରିୟ ହେଉଛି ଫିଲ୍ଲଟ ଫିଚର୍ସ। ଏହି ଫିଚର୍ସ ମାଧ୍ୟମରେ ୟୁଜର୍ସ ରିଲ୍ସ ଏବଂ ଫଟୋ ଏଡିଟ୍ କରନ୍ତି, ଯାହା ମେଟା ସ୍ପାର୍କ ଷ୍ଟୁଡିଓ ଦ୍ୱାରା କ୍ରିଏଟ୍ ହୋଇଥାଏ।  କିନ୍ତୁ AR (ଅଗମେଣ୍ଟେଡ ରିଆଲିଟି) ଫିଲ୍ଟର ଯୁବତୀମାନଙ୍କ ମାନସିକ ଏବଂ ଶରୀରିକ ପ୍ରତିଛବି ସମ୍ବନ୍ଧୀୟ ସମସ୍ୟା ସହିତ ଜଡିତ ଥିଲା। ତେଣୁ ପ୍ଲାଟଫର୍ମ ଏହି ଫିଚର୍ସକୁ ରିମୁଭ୍ କରିବାକୁ ନିଷ୍ପତ୍ତି ନେଇଛି।

Leave a Reply

Your email address will not be published. Required fields are marked *