Pratidin TV

Odisha's Digital News Platform

ବିଜ୍ଞାପନ ଜରିଆରେ ଲୋକଙ୍କୁ ଠକିଲେ ଇନଷ୍ଟାକୁଇନ ବର୍ଷାସାହୁ…

1 min read

ଟ୍ରେଡିଙ୍ଗ ଆପରେ ଟଙ୍କା ଠକେଇ । ୩ ହଜାର ଟଙ୍କା ଦିଅନ୍ତୁ ଆଉ୨୫ ଟଙ୍କାର ଲାଭ ଉଠାନ୍ତୁ । ଟ୍ରେଡିଙ୍ଗ ଆପରେ ଠକାମିର ନୂଆ ତରିକା ଆପଣେଇଛନ୍ତି ଠକ । ସୋସିଆଲ ମିଡିଆର ଚର୍ଚ୍ଚିତ ଚେହେରା ମାନଙ୍କୁ ବ୍ୟବହରା କରାଯାଇ ଲୋକଙ୍କ ଠାରୁ ଠକି ନେଉଛନ୍ତି ଟଙ୍କା । ଭିଡିଓ ମାଧ୍ୟମରେ ଲୋକଙ୍କୁ ଟଙ୍କା ବିନିଯୋଗ କରି ଲାଭ ଉଠାଇବା ପାଇଁ ଲୋଭ ଦେଖାଯାଉଛି । ପରେ ସେମାନଙ୍କ ଟଙ୍କା କୁଆଡେ ଗାୟବ ହୋଇଯାଉଛି । ସେହିପରି ଇନଷ୍ଟାକୁଇନ ବର୍ଷା ସାହୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ବିଜ୍ଞାପନର ଭିଡିଓ କରିଥିଲେ । ଯାହାକୁ ଅନୁସରଣ କରି ଅନ୍ୟଜଣେ ୟୁଜର ଠକାମୀର ଶିକାର ହୋଇଛନ୍ତି । ଏମିତି କିଛି ଲୋକ ଠକେଇର ଶୀକାର ହୋଇଥିବା ବେଳେ ଏହାକୁ ନେଇ ମୁହଁ ଖୋଲିଛନ୍ତି ରାକେଶ ପୃଷ୍ଟି । ସେ କହିଛନ୍ତି ଯେ ବର୍ଷା ସାହୁ ନିଜର ଭିଡିଓ ମାଧ୍ୟମରେ ଏହି ବିଜ୍ଞାପନ କରି ଟଙ୍କା ବିନିଯୋଗ କରିବାକୁ ପ୍ରବର୍ତ୍ତାଇଥିଲେ । ପରେ ରାକେଶ ତାହାକୁ ଅନୁକରଣ କରି ତାଙ୍କ ନିର୍ଦ୍ଦେଶ ଅନୁସାରେ ଟଙ୍କା ପଠାଇଥିଲେ । ଆଉ ପରେ ସେ ଟଙ୍କା କୁଆଡେ ଗାୟବ ହୋଇଯାଇଥିଲା । ତେବେ ଏନେଇ ରାକେଶ ସାଇବର ଥାନାରେ ଅଭିଯୋଗ କରିଛନ୍ତି । ସେ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ସୋସିଆଲ ମିଡିଆର ଭଲ ଭଲ ୟୁଜର୍ସ ମାନେ ଏଥିରେ ସମ୍ପୃକ୍ତ ରହିଛନ୍ତି । ଯେଉଁଥିପାଇଁ ଅନେକ ଯୁବପିଢୀ ଏହିପରି ଠକାମୀର ଶୀକାର ହେଉଛନ୍ତି ।

Advertisement

Leave a Reply

Your email address will not be published. Required fields are marked *