Pratidin TV

Odisha's Digital News Platform

ଅଭିଷେକଙ୍କ ବଦଳରେ ଐଶ୍ୱର୍ଯ୍ୟା ଆଉ ଜଣଙ୍କୁ ଦେଲେ ନିଜ ଜୀବନରେ ଗୁରୁତ୍ୱ

1 min read

ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ମଧ୍ୟରେ ମତଭେଦ ଏବଂ ଛାଡପତ୍ରକୁ ନେଇ ଗୁଜବ ମଧ୍ୟରେ ପୁରୁଣା ଭିଡିଓ କ୍ରମାଗତ ଭାବରେ ଭାଇରାଲ ହେବାରେ ଲାଗିଛି। ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ହାଇ ପ୍ରୋଫାଇଲ ବିବାହ ଐଶ୍ୱର୍ଯ୍ୟା ରାୟ ତାଙ୍କ ପରିବାର ସହିତ ଆସି ନ ଥିଲେ ଯାହା ପରେ ବଚ୍ଚନ ପରିବାର ଏବଂ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ଝଗଡା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିନେତା ଅଭିଷେକ ବଚ୍ଚନଙ୍କ ବିବାହିତ ଜୀବନରେ ଝଡ଼ ସୃଷ୍ଟି ହୋଇଥିବାବେଳେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ସ୍ଥିତି ଛାଡପତ୍ର ଆଡକୁ ମଧ୍ୟ ଯାଇଥିବା କଳ୍ପନାଜଳ୍ପନା କରାଯାଉଛି। ଦମ୍ପତିଙ୍କ ମଧ୍ୟରେ ଛାଡପତ୍ର ନେଇ ଖବର ଭାଇରାଲ ହେବାରେ ଲାଗିଛି।

ତେବେ ଏନେଇ ନୂଆ ନୂଆ ଖବର ସାମ୍ନାକୁ ଆସୁଛି | ବର୍ତ୍ତମାନ ଅଭିଷେକଙ୍କ ପରେ ଐଶ୍ୱର୍ଯ୍ୟାଙ୍କ ଏକ ପୁରୁଣା ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ସେ ଅଭିଷକଙ୍କ ବଦଳରେ ଅନ୍ୟ ଜଣଙ୍କୁ ତାଙ୍କର ଜୀବନ, ତାଙ୍କର ଆତ୍ମା ଏବଂ ନିଜର ଦୁନିଆ ବୋଲି କହୁଥିବାର ଦେଖିବାକୁ ମିଳୁଛି। ତେବେ ସେ ଏସବୁ ମନ୍ତବ୍ୟ ନିଜ ଝିଅ ଆରାଧ୍ୟା ବଚ୍ଚନଙ୍କୁ ନେଇ କହିଛନ୍ତି। ଝିଅ ପ୍ରତି ଥିବା ନିଜର ଅଶେଷ ଭଲ ପାଇବାକୁ ସେ ଐଶ୍ୱର୍ଯ୍ୟା ପରିପ୍ରକାଶ କରିଛନ୍ତି।

Advertisement

ତେବେ ଏହି ଭିଡ଼ିଓଟି ୧୯୯୪ରେ ଯେତେବେଳେ ଐଶ୍ୱର୍ଯ୍ୟାଙ୍କୁ ପ୍ରଶ୍ନ କରାଯାଇଥିଲା ତାଙ୍କ ଜୀବନର ସ୍ମୃତି ବହୁଳ ଦିନ କ’ଣ ହେବ। ସେ ଉତ୍ତରରେ କହିଥିଲେ ଯେବେ ମୁଁ ମା’ ହେବି ସେଦିନ ମୋ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହେବ। ୨୦୧୧ ନଭେମ୍ବର ୧୬ରେ ଝିଅ ଆରାଧ୍ୟାଙ୍କର ଜନ୍ମ ହୋଇଥିଲା। ଏବଂ ଏହା ତାଙ୍କ ଜୀବନର ସ୍ମୃତି ବହୁଳ କ୍ଷଣ ଥିଲା ବୋଲି ଐଶ୍ୱର୍ଯ୍ୟା ସାକ୍ଷାତକାରରେ କହିଥିଲେ।

ଏହି ଭିଡ଼ିଓ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି | ବହୁ ୟୁଜର ମଧ୍ୟ ପସନ୍ଦ କରିଛନ୍ତି | ଆରାଧ୍ୟାଙ୍କ ଜନ୍ମ ସହିତ ଐଶ୍ୱର୍ଯ୍ୟାଙ୍କ ଦୁନିଆ ବଦଳିଯାଇଥିବା ସେମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *