Pratidin TV

Odisha's Digital News Platform

ମୋନାଲିସା ପେଟିଂ ପଛରେ ଲୁଚି ରହିଛି ଏମିତି ରହସ୍ୟ , ଯାହା ଜଣିଲେ ଉଡିଯିବ ଆପଣଙ୍କ ହୋସ୍ ..

ମୋନାଲିସା’ ପେଣ୍ଟିଂ ଦ୍ୱାରା ଆଜିବି ଅମର ହୋଇ ରହିଛନ୍ତି ଲିଓନାର୍ଡୋ ଦା ଭିନ୍‌ସି । ଦିନେ ତାଙ୍କର ଏହି ମୋନାଲିସା ପେଣ୍ଟିଂ ଦ୍ୱାରା ସାରା ବିଶ୍ୱକୁ ଚମକାଇଦେଇଥିଲେ । ଲିଓନାର୍ଡୋ ଡା ଭିନ୍ସି ଏକାଧାରରେ ଜଣେ କଳାକାର, ବୈଜ୍ଞାନିକ ଓ ଚିତ୍ରକର ଥିଲେ । କଳାକ୍ଷେତ୍ରରେ ବିଚକ୍ଷଣ ଦକ୍ଷତା ଓ ପାରଦର୍ଶିତା ପାଇଁ ତାଙ୍କୁ ବିଶ୍ୱର ସବୁଠାରୁ ପ୍ରତିଭାଶାଳୀ ବ୍ୟକ୍ତି ବୋଲି ବିବେଚନା କରାଯାଉଥିଲା । ଲିଓନାର୍ଡୋଙ୍କ ଜନ୍ମ ୧୫ ଏପ୍ରିଲ ୧୫୫୨ରେ ଇଟାଲୀର ଭିନ୍ସି ସହରରେ ହୋଇଥିଲା । ପ୍ରକୃତରେ ଡା ଭିନ୍ସି ତାଙ୍କର ସାଙ୍ଗିଆ ନୁହଁ । ବରଂ ଏହା ତାଙ୍କର ଜନ୍ମସ୍ଥାନର ନାମ । ଯଦି ବିଶ୍ୱର ସବୁଠୁ ରହସ୍ୟମୟ ଥାଏ ତାହା ହେଉଛି ମୋନାଲିସା ପେଣ୍ଟିଂ ।

ଗିନିଜ୍ ୱାର୍ଲଡ୍ ରେକର୍ଡ ଅନୁସାରେ, ବିଶ୍ୱର ସବୁଠୁ ମହଙ୍ଗା ପେଣ୍ଟିଂ ‘ମୋନାଲିସା’ । ୧୯୬୨ରେ ଏହାର ଦାମ୍ ପାଖାପାଖି ୧୦୦ ମିଲିଅନ୍ ଡଲାର ବୋଲି ଅନୁମାନ କରାଯାଇଥିଲା । ଲିଓନାର୍ଡୋ ଦା’ ଭିନ୍‌ସି ୧୫୦୭ ମସିହାରେ ଏହି ପେଣ୍ଟିଂକୁ ତିଆରି କରିବା ଆରମ୍ଭ କଲେ । ତେବେ ପେଣ୍ଟିଂଟି ୧୫୧୭ ମସିହା ବେଳକୁ ସମ୍ପୂର୍ଣ୍ଣ ହୋଇଥିବାର ଆକଳନ କରାଯାଏ । ତେବେ ୫ଶହ ବର୍ଷ ପରେ ବି ପେଣ୍ଟିଂରେ ମଳିନତା ଦେଖିବାକୁ ମିଳେନି । ଏଥିରୁ ପେଣ୍ଟିଂ କାହିଁକି ଅନ୍ୟ ପେଣ୍ଟିଂଠାରୁ ଭିନ୍ନ ଥିଲା ତାହା ସହଜରେ ଅନୁମାନ କରାଯାଇପାରେ । ଦା’ ଭିନ୍‌ସିଙ୍କୁ ଅଧିକ ସମୟ ମୋନାଲିସାର ଓଠ ତିଆରି କରିବା ପାଇଁ ଲାଗିଥିଲା । କଳାଜଗତକୁ ‘ମୋନାଲିସା’ ଦା’ ଭିନ୍‌ସିଙ୍କ ସର୍ବଶ୍ରେଷ୍ଠ ଉପହାର ବୋଲି କୁହାଯାଏ । ‘ମୋନାଲିସା’ ଚିତ୍ରରେ ଥିବା ମହିଳା ଜଣକ ପ୍ରକୃତରେ କିଏ, ସେ ନେଇ ମଧ୍ୟ ଅନେକ ଚର୍ଚ୍ଚା ହୋଇଥାଏ । କିଏ କହେ ଦା’ ଭିନ୍‌ସି ନିଜକୁ ମହିଳା ରୂପରେ ଆଙ୍କିଛନ୍ତି ତ ଆଉ କିଏ କହେ ଏହା ତାଙ୍କ ମାଆଙ୍କ ଛବି । ତେବେ ପେଣ୍ଟିଂରେ ଥିବା ମହିଳା ଜଣକ ଲିଜା ଘିରାର୍ଦିନି ବୋଲି ଅନେକ ଲୋକ କୁହନ୍ତି ।

ଲିଜା ଜଣେ କପଡ଼ା ବେପାରୀ ଫ୍ରାନ୍ସସ୍କୋ ଡେଲ୍ ଜିଓକୋଣ୍ଡୋଙ୍କର ପତ୍ନୀ । ଦ୍ୱିତୀୟ ପିଲା ଆସିବାର ଖୁସିରେ ଜିଓକୋଣ୍ଡୋ ତାଙ୍କ ବନ୍ଧୁ ଲିଓନାର୍ଡୋଙ୍କୁ କହି ଏହି ପେଣ୍ଟିଂ ବନାଇଥିଲେ ବୋଲି କୁହାଯାଏ । ପେଣ୍ଟିଂର ତିଆରି ଶୈଳୀ ପାଇଁ ଏହା ବେଶ୍ ଚର୍ଚ୍ଚିତ । ବିଭିନ୍ନ ଆଙ୍ଗଲ୍‌ରୁ ଦେଖିଲେ ଏହି ଚିତ୍ର ଅଲଗା ଅଲଗା ରୂପରେ ଦେଖାଯାଇଥାଏ । ପେଣ୍ଟିଂର ସବୁଠାରୁ ବଡ଼ ରହସ୍ୟ ହେଲା ଫଟୋରେ ଅଙ୍କା ଯାଇଥିବା ମହିଳାଙ୍କର ହସ । କାହାକୁ ପେଣ୍ଟିଂରେ ଥିବା ମହିଳା ହସୁଥିବା ଭଳି ମନେ ହୁଅନ୍ତି ତ’ ଆଉ କାହାକୁ ସେ କାନ୍ଦୁଥିବା ପରି ପ୍ରତୀୟମାନ ହୁଅନ୍ତି । ପୁଣି ଆଉ କାହାକୁ ସେ ଅତ୍ୟନ୍ତ ଶାନ୍ତ ରୂପରେ ଥିବା ଭଳି ଦେଖାଯାଆନ୍ତି । ଆଉ ଏକ ନିଆରା କଥା ହେଉଛି ଏହାର ପ୍ରଚ୍ଛଦପଟ୍ଟ ବାମଠାରୁ ଡାହାଣ ଭିନ୍ନ । ଆଉ ଏହି ପେଣ୍ଟିଂ ପାଇଁ ୧୦୦ ବିଲିୟନ୍ ଡଲାରର ବୀମା ଅଛି ।

କୁହାଯାଏ ଯଦି ଆପଣ ଖୁସି ଅଛନ୍ତି ତେବେ ଏହି ପେଣ୍ଟିଂରେ ଥିବା ମହିଳାଙ୍କ ଚିତ୍ର ଆପଣଙ୍କୁ ହସୁଥିବା ଭଳି ଲାଗିବ । ଆଉ ଯଦି ଆପଣଙ୍କ ମନ ଦୁଃଖ ଅଛି ତେବେ ପେଣ୍ଟିଂର ଚେହେରା ଉଦାସ ଥିବା ପରି ମାନେ ହେବ ।ତେବେ ଜିଓକୋଣ୍ଡୋଙ୍କ ପତ୍ନୀ ଗର୍ଭବତୀ ଥିବା ସମୟରେ ଏହି ପେଣ୍ଟିଂ ଅଙ୍କାଯାଇଥିଲା, ସେଥିପାଇଁ ତାଙ୍କ ହସ ଏମିତି ଥିଲା ବୋଲି ଲୋକେ କହନ୍ତି । ଏହି ବିସ୍ମୟକର ପେଣ୍ଟିଂ କୌଣସି କାଗଜ କିମ୍ବା କ୍ୟାନଭାସ ଉପରେ ତିଆରି ହୋଇ ନଥିଲା ବରଂ ଏକ ଭଙ୍ଗା କାଠରେ ହୋଇଥିଲା । ଏହି ପେଣ୍ଟିଂ ତିଆରି ସରିବା ପରେ ଡା ଭିନ୍ସିଙ୍କ ଦେହାନ୍ତ ହୋଇ ଯାଇଥିଲା । ପ୍ରକୃତରେ ଏହି ପେଣ୍ଟିଂର ନାମ ମୋନାଲିସା ନୁହେଁ । ଏହା ହେଉଛି ‘ମୋନା ଲିଜା’ । ଇଟାଲୀୟ ଭାଷାରେ ‘ମୋନା ଲିଜା’ର ଅର୍ଥ ହେଉଛି ‘ମାଇଁ ଲେଡି’ ବା ମୋ ପ୍ରେୟସୀ । ଏହି ପେଣ୍ଟିଂଟି କିମ୍ବଦନ୍ତୀ ଫ୍ରେଞ୍ଚ ଶାସକ ନେପୋଲିୟନ ବୋନାପାର୍ଟଙ୍କୁ ଖୁବ୍ ପସନ୍ଦ ଆସିଥିଲା । ଏଥିପାଇଁ ସେ ଏହାକୁ ନିଜ ପ୍ରାସାଦର ଏକ ବିଶେଷ ସ୍ଥାନରେ ଟାଙ୍ଗିଥିଲେ ।

Leave a Reply

Your email address will not be published. Required fields are marked *