ଜାଣନ୍ତୁ କେବେଠାରୁ ଓ କାହିଁକି ପାଳନ ହେଉଛି ଆର୍ନ୍ତଜାତୀୟ ପୁରୁଷ ଦିବସ…
1 min readସମାଜର ସବୁ କ୍ଷେତ୍ରରେ ନାରୀ ଓ ପୁରୁଷ ଦୁହିଁଙ୍କର ଭୁମିକା ରହିଛି । ଗୋଟେ ନାରୀ ବିନା ପୁରୁଷର ଯେପରି କିଛି ଅସ୍ଥିିତ୍ୱ ନାହିଁ, ସେହିପରି ଗୋଟେ ପରୁଷ ବିନା ନାରୀ ମଧ୍ୟ କୈାଣସି ଅସ୍ଥିତ୍ୱ ନାହିଁ । ତେଣୁ ସାମାଜିକ ଆବଶ୍ୟକତା ଅନୁଯାୟୀ ନାରୀ ଯେତିକି ଭୁମିକା ଗ୍ରହଣ କରେ ଠିକ ସେହିଭଳି ପରୁଷ ମଧ୍ୟ । ସେଇ ପିରୁଷ ମାନଙ୍କ ଅଧରକାର ପାଇଁ ଆଜି ଆର୍ନ୍ତଜାତୀୟ ପୁରୁଷ ଦିବସ ପାଳନ କରାଯାଇଛି । ପ୍ରତିବର୍ଷ ୧୯ ନଭେମ୍ବରରେ ‘ଆନ୍ତର୍ଜାତୀୟ ପୁରୁଷ ଦିବସ’ ପାଳନ କରାଯାଏ । ଆମ ସମସ୍ତଙ୍କ ଜୀବନରେ ନିଶ୍ଚିତ ଭାବରେ କିଛି ବ୍ୟକ୍ତି ଅଛନ୍ତି ଯାହାକୁ ଆମେ ଆମ ଜୀବନର ‘ସୁପର ମ୍ୟାନ୍’ ଅଛନ୍ତି । ସେ ପିତା, ସ୍ୱାମୀ, ଭାଇ, ପ୍ରେମିକ କିମ୍ବା ବନ୍ଧୁ ହୁଅନ୍ତୁ । ସମାଜକୁ ପୁରୁଷ ମାନଙ୍କର ସଂଘର୍ଷ ଏବଂ ସାମାଜିକ ଅବସ୍ଥା ବିଷୟରେ ଜଣାଇବାକୁ ଆଜି ଏହି ଦିନ ପାଳନ କରାଯାଉଛି ।
୬୦ ରୁ ଅଧିକ ଦେଶରେ ଏହି ଦିନ ପାଳନ କରାଯାଏ । ଏହା ୧୯୯୯ ରେ ୱେଷ୍ଟଇଣ୍ଡିଜ୍ ବିଶ୍ୱବିଦ୍ୟାଳୟର ଇତିହାସ ପ୍ରଫେସର ଡକ୍ଟର ଜେରୋମ ତିଲକ ସିଂ ଏହି ଦିନ ପାଳନ କରିଥିଲେ । ଏହି ଦିନ ସେ ପୁରୁଷମାନଙ୍କ ସମସ୍ୟା ଉଠାଇବା ପାଇଁ ଲୋକଙ୍କୁ ପ୍ରେରଣା ଦେଇଥିଲେ । ଆମ ଦେଶ ଭାରତରେ ୧୯ ନଭେମ୍ବର ୨୦୦୭ରେ ପୁରୁଷ ଦିବସ ପାଳନ କରାଯାଇଥିଲା ।
ତେବେ ଆଜି ଏହି ବିଶେଷ ଦିନର ମହତ୍ତ୍ୱ ହେଉଛି ପୁରୁଷ ଆଦର୍ଶକୁ ଚିହ୍ନିବା ଏବଂ ଉତ୍ସାହିତ କରିବା । ପୁରୁଷମାନେ ପ୍ରତିଦିନ ପ୍ରତ୍ୟେକ କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରାଯିବା ଉଚିତ୍ । ଏଥିସହ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରିବା ପାଇଁ ମଧ୍ୟ ଅନ୍ତର୍ଜାତୀୟ ପୁରୁଷ ଦିବସ ପାଳନ କରାଯାଉଛି ।